ଅହମଦାବାଦ: ଅମୁଲ ବ୍ରାଣ୍ଡ ଉତ୍ପାଦର ମୋଟ କାରବାର ଆର୍ଥିକ ବର୍ଷ 2019-20ରେ 52,000 କୋଟି ଟଙ୍କା ସ୍ତରକୁ ପାର କରିଛି । ଗୁଜୁରାଟ କୋପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ୍ (GCMMF) ଏନେଇ ସୂଚନା ଦେଇଛି। GCMMFକହିଛି କି, 2024-25 ସୁଦ୍ଧା 1 ଲକ୍ଷ କୋଟି ଟଙ୍କା କାରବାର ହାସଲ କରିବାକୁ ଟାର୍ଗେଟ ରହିଛି ।
GCMMF ର 46 ତମ ବାର୍ଷିକ ସାଧାରଣ ବୈଠ (ଏଜିଏମ) ଶନିବାର Anand ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଅମୁଲ ବ୍ରାଣ୍ଡ ଅଧିନରେ ଜିସିଏମଏମଏଫ ଗ୍ରୁପ ଏବଂ ଏହାର ସହଯୋଗୀ ୟୁନିଅନର ସଦସ୍ୟମାନେ 52,000 କୋଟିରୁ ଅଧିକ ବା ପ୍ରାୟ 7 ବିଲିୟନ ଡଲାରର ଏକୀଭୂତ ବ୍ୟବସାୟ କରିଛନ୍ତି।
ବିବୃତ୍ତିରେ କୁହାଯାଇଛି ଯେ ଆମର 2024-25 ସୁଦ୍ଧା 1 ଲକ୍ଷ କୋଟି ଟଙ୍କାର କାରବାର ହାସଲ କରିବାକୁ ଲକ୍ଷ୍ୟ ରହିଛି। GCMMF କହିଛି ଯେ ଏହା 2019-20 ରେ 38,542 କୋଟି ଟଙ୍କାର ବିକ୍ରୟ କାରବାର ରେକର୍ଡ କରିଛି । ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ 17 ପ୍ରତିଶତ ଅଧିକ। ବିବୃତ୍ତିରେ କୁହାଯାଇଛି ଯେ ତୀବ୍ର ବିସ୍ତାର ହେତୁ 2009-10 ତୁଳନାରେ ଅମୁଲ ବ୍ୟବସାୟ 5 ଗୁଣ ବୃଦ୍ଧି ପାଇଛି। 2009-10 ରେ ଏହା 8,005 କୋଟି ଥିଲା ।
2019-20ରେ ଦୈନିକ 215.96 ଲକ୍ଷ ଲିଟର କ୍ଷୀର କ୍ରୟ କରାଯାଉଥିଲା ବେଲି GCMMF ଅଧ୍ୟକ୍ଷ ରାମସିଂହ ପରମାର କହିଛନ୍ତି ।