ନୂଆଦିଲ୍ଲୀ: କୋରୋନା କାଳରେ ମହଙ୍ଗା ମାଡରେ ଜୁଝୁଛି ସାଧାରଣ ଜନତା । ଆଉ ଏଥିମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ଆକଶଛୁଆଁ । ଦେଶରେ ସବୁଠୁ ବଡ ଡାଏରୀ ବ୍ରାଣ୍ଡ ଅମୂଲ ବଢାଇବା କ୍ଷୀର ଦାମ । ଅମୂଲ କ୍ଷୀର ଦାମ ଲିଟର ପ୍ରତି 2 ଟଙ୍କା ବଢିଛି । କ୍ଷୀର ବର୍ଦ୍ଧିତ ଦାମ ଆସନ୍ତାକାଲି ଅର୍ଥାତ ଜୁଲାଇ ପହିଲାରୁ ଲାଗୁ ହେବ । ନୂଆ ଦାମ ଦିଲ୍ଲୀ ସମେତ ସମଗ୍ର ଦେଶରେ ଲାଗୁ ହେବ ।
ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡରେସନ (GCMMF) ଅମୂଲ ବ୍ରାଣ୍ଡ ଏହାର କ୍ଷୀର ଦାମରେ ଲିଟର ପିଛା 2 ଟଙ୍କା ବଢାଇଛି । ଅମୂଲର ସମସ୍ତ ମିଲ୍କ ପ୍ରଡକ୍ଟ ଅମୂଲ ଗୋଲ୍ଡ , ଅମୂଲ ଶକ୍ତି, ଅମୂଲ ତାଜା, ଅମୂଲ ଟି ସ୍ପେଶାଲ , ଅମୂଲ ସ୍ଲିମ ଆଣ୍ଡ ଟ୍ରିମପରେ 2 ଟଙ୍କା ଟଙ୍କା ପ୍ରତି ଲିଟର ହିସାବରେ ବଢାଇଦିଆଯାଇଛି ।
ଏଥିସହ ଏବେ ଅମୂଲ ଗୋଲ୍ଡ ଲିଟର ପ୍ରତି 58 ଟଙ୍କାରେ ମିଳିବ । ଅମୂଲ କୋଅପରେଟିଭ ସୋସାଇଟି ଖର୍ଚ୍ଚ ବଢିବା କାରଣରୁ କ୍ଷୀର ଦାମ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି ।