ETV Bharat / business

ବର୍ଷେ ବଢିଲା ନୀତି ଆୟୋଗ CEOଙ୍କ କାର୍ଯ୍ୟକାଳ

ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO)ଙ୍କ କାର୍ଯ୍ୟକାଳ ବର୍ଷେ ବଢିଲା । 2022 ଜୁନ 30 ଯାଏଁ କାନ୍ତ ରହିବେ ନୀତି ଆୟୋଗ ସିଇଓ । ଅଧିକ ପଢନ୍ତୁ..

ବର୍ଷେ ବଢିଲା  ନୀତି ଆୟୋଗ CEOଙ୍କ  କାର୍ଯ୍ୟକାଳ
Amitabh Kant gets one-year extension up to June 2022 as CEO Niti Aayog
author img

By

Published : Jun 29, 2021, 10:06 PM IST

ନୂଆଦିଲ୍ଲୀ: ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଅମିତାଭ କାନ୍ତ କାର୍ଯ୍ୟକାଳ ବର୍ଷେ ବଢିଲା । ଏନେଇ ମଙ୍ଗଳବାର ଘୋଷଣା କରାଯାଇଛି । 2016 ମସିହାରେ ସେ ନୀତି ଆୟୋଗର ସିଇଓ ଭାବେ ନିଯୁକ୍ତି ପାଇଥିଲେ ।

କାର୍ମିକ ମନ୍ତ୍ରାଳୟ ଏକ ଆଦେଶରେ କହିଛି କି, ମନ୍ତ୍ରୀମଣ୍ଡଳର ନିଯୁକ୍ତି କମିଟି 2021 ଜୁନ 30 ପରେ 1 ବର୍ଷ ପାଇଁ କାନ୍ତଙ୍କ କାର୍ଯ୍ୟାଳୟ ବିସ୍ତାର କରିଛି । 2022 ଜୁନ 30 ଯାଏଁ କାନ୍ତ ସିଇଓ ଭାବେ କାର୍ଯ୍ୟଭାର ସମ୍ଭାଳିବେ ।

ଅମିତାଭକାନ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର 1980 ବ୍ୟାଚ କେରଳ କ୍ୟାଡର ଅଧିକାରୀ । ଏହା ପୂର୍ବରୁ ବି 2019 ରେ ନୀତି ଆୟୋଗର ସିଇଓ ଭାବେ ତାଙ୍କ କାର୍ଯ୍ୟକାଳକୁ 2 ବର୍ଷ ବିସ୍ତାର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.