ବେଙ୍ଗାଲୁରୁ: ଇ-ବାଣିଜ୍ୟ କମ୍ପାନୀ ଆମାଜନ ଇଣ୍ଡିଆ ବୁଧବାର ଏକ ସ୍ବତନ୍ତ୍ର ଫଣ୍ଡର ଉଘାଟନ କରିଛି । ଏହା କମ୍ପାନୀ ପ୍ଲାଟଫର୍ମ ସହ ଜଡିତ ଲଘୁ ଏବଂ ମଧ୍ୟମ(ଏସଏମବି) ସ୍ତରର ଲଜିଷ୍ଟିକ କାରବାରୀଙ୍କ ସହଯୋଗ ପାଇଁ କରାଯାଇଛି ।
କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଲକଡାଉନ ଯୋଗୁଁ ଏସଏମବି ଆର୍ଥିକ ସ୍ଥିତିରେ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଣୁ ଏହି ଫଣ୍ଡ ତୃଣମୂଳ ସ୍ତରରେ ଡେଲିଭରି ଓ ଲଜିଷ୍ଟିକ ସେବା ପ୍ରଦାନକାରୀ ଏବଂ ମାଲପରିବହନ ସହାୟକଙ୍କୁ ସାହାଯ୍ୟ କରିବ ।
ଏହି ପାଣ୍ଠି ସେମାନଙ୍କର ବ୍ୟବସାୟ ମଡେଲକୁ ନୂତନ ବାସ୍ତବତା ସହିତ ବାନ୍ଧିବା ପାଇଁ ସାହାଯ୍ୟ କରିବ । ଏଥିସହ ସେମାନଙ୍କ ସହିତ କାମ କରୁଥିବା ପ୍ରାୟ 40,000 କର୍ମଚାରୀଙ୍କୁ 2020 ଏପ୍ରିଲ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇବାରେ ସାହାଯ୍ୟ କରିବ ।