ETV Bharat / business

ମାଲ୍ୟା ପ୍ରତ୍ୟାପଣ ମାମଲା, ସବୁ ତଥ୍ୟ ଦେଉନାହିଁ ବ୍ରିଟେନ

author img

By

Published : Jan 18, 2021, 5:58 PM IST

ମାଲ୍ୟା ଭାରତ ପ୍ରତ୍ୟାପଣ ମାମଲାରେ ସବୁ ଡିଟେଲ୍ସ ଦେଉନାହିଁ ବ୍ରିଟେନ । ଏନେଇ ଆସନ୍ତା ଶୁଣାଣୀ ମାର୍ଚ୍ଚ 15ରେ ସୁପ୍ରିମକୋର୍ଟ କରିବାକୁ ନେଲେ ନିଷ୍ପତ୍ତି । ଅଧିକ ପଢନ୍ତୁ..

ମାଲ୍ୟା ପ୍ରତ୍ୟାପଣ ମାମଲା, ସବୁ ତଥ୍ୟ ଦେଉନାହିଁ ବ୍ରିଟେନ
ମାଲ୍ୟା ପ୍ରତ୍ୟାପଣ ମାମଲା, ସବୁ ତଥ୍ୟ ଦେଉନାହିଁ ବ୍ରିଟେନ

ନୂଆଦିଲ୍ଲୀ: ପଳାତକ ଆର୍ଥିକ ଅପରାଧୀ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପ୍ରତ୍ୟାପଣ ଉଚ୍ଚତମ ରାଜନୈତିକ ସ୍ତରରେ ଉଠାଯାଇଥିବା ନେଇ ସୋମବାର କେନ୍ଦ୍ର ସୁପ୍ରିମକୋର୍ଟ ସୂଚିତ କରିଛି । କିନ୍ତୁ ବ୍ରିଟେନ ସରକାର ଗୋପନୀୟ କାର୍ଯ୍ୟାନୁଷ୍ଠାନର ବିବରଣୀ ସେୟାର କରିବାକୁ ମନା କରିଦେଇଛି । ଯାହା ଦ୍ବାରା ମାଲ୍ୟାଙ୍କ ପ୍ରତ୍ୟାପଣ ମାମଲାରେ ବିଳମ୍ବ ହେଉଛି ।

ଜଷ୍ଟିସ ୟୁ . ୟୁ. ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ମୁଖରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି କି ‘‘ 2020 ଡିସେମ୍ବରରେ ବିଦେଶୀ ମନ୍ତ୍ରୀ ଡ. ଏସ ଜୟଶଙ୍କର ବ୍ରିଟେନର ବିଦେଶୀ ସଚିବ ଡୋମିନିକ ରାଓଙ୍କ ସମ୍ମୁଖରେ ଏହି ବିଷୟ ଉଠାଇଛନ୍ତି । ଆଉ ନିକଟରେ 2021 ଜାନୁଆରୀ ମାସରେ ଭାରତର ଗୃହ ସଚିବ ଏହାକୁ ବ୍ରିଟେନର ଗୃହ ବିଭାଗର ପରମାନେଣ୍ଟ ଅର୍ଡର ସେକ୍ରେଟେରୀ ସମ୍ମୁଖରେ ରଖିଛନ୍ତି ।

ମେହେଟା କହିଛନ୍ତି କି, ଗତ ବର୍ଷ ନଭେମ୍ବରରେ ଭାରତର ବିଦେଶୀ ସଚିବ ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲ ସମ୍ମୁଖରେ ବିଜୟ ମାଲ୍ୟା ପ୍ରତ୍ୟାପଣର ପ୍ରସଙ୍ଗ ଉଠାଇଥିଲେ । ଯାହାର ଜବାବରେ ସେ କହିଥିଲେ କି ବ୍ରିଟେନର ଆଇନ ଜଟିଳତା ସମ୍ବନ୍ଧୀୟ ମାମଲା ମାଲ୍ୟଙ୍କ ତୁରନ୍ତ ପ୍ରତ୍ୟାପଣକୁ ରୋକୁଛି । ଏଣୁ କିଛି ଆଇନଗତ ପ୍ରକ୍ରିୟାର ସମାଧାନ କରିବା ପ୍ରଥମେ ଜରୁରୀ ବୋଲି କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି ।

‘‘ବ୍ରିଟେନ ଆଇନ ଅଧିନରେ ପ୍ରତ୍ୟାପଣ ସେବେ ସୁଦ୍ଧା ହୋଇପାରିବ ନାହିଁ , ଯେବେ ଯାଏଁ ଏହାର ସମାଧାନ ହୋଇନାହିଁ । ମାମଲା ଗୋପନୀୟ ଅଟେ, ଆଉ ବ୍ରିଟେନ ସରକାର କିଛି ଆଉ ସୂଚନା ଦେଉନାହିଁ ବୋଲି ସଲିସିଟର ଜଣାଇଛନ୍ତି । ତେବେ ମାମଲାର ଆଗାମୀ ଶୁଣାଣୀ ମାର୍ଚ୍ଚ 15ରେ ହେବ ବୋଲି ଶୀର୍ଷ ଅଦାଲତ ସ୍ଥିର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.