ETV Bharat / business

ପରମ୍ପରା ବଞ୍ଚାଇବାକୁ ଅକ୍ଷୟ ତୃତୀୟାରେ ଅନଲାଇନରେ ଗୋଲ୍ଡ ସେଲ

ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳର ଶୁଭଦିନ କୁହ କି ଶୁକ୍ଳ ତୃତୀୟା ଦିନ-ଏହି ଖାସ୍ ଦିନଟି ସବୁ ଓଡ଼ିଆଙ୍କ ପାଇଁ ମହତ୍ଵ ରଖେ। ଏହି ଦିନରେ ସୁନା କିଣା ଯାଇଥାଏ । ହେଲେ ଚଳିତ ବର୍ଷ ଲକଡାଉନ ପାଇଁ ସୁନା ଦୋକାନରେ ଭିଡ ନାହିଁ ହେଲେ ଅନଲାଇନରେ ଚାଲିଛି ଗୋଲ୍ଡ ସେଲ।

Akshaya Tritiya 2020
ପରମ୍ପରା ବଞ୍ଚାଇବାକୁ ଅକ୍ଷୟ ତୃତୀୟାରେ ଅନଲାଇନରେ ଗୋଲ୍ଡ ସେଲ
author img

By

Published : Apr 26, 2020, 11:30 AM IST

ମୁମ୍ବାଇ: ପବିତ୍ର ଅକ୍ଷୟ ତୃତୀୟା। ହିନ୍ଦୁ ଧର୍ମରେ ଏହି ଦିନ ଅନେକ ଗୁଡିଏ ମହତ୍ତ୍ବରଖେ । ଅକ୍ଷୟ ତୃତୀୟା ଦିନ ସୁନା କିଣା ଯାଇଥାଏ । ଯାହା ଫଳରେ ପ୍ରତ୍ୟେକ ସୁନା ଦୋକାନ ଆଗରେ ଲୋକଙ୍କ ଭିଡ ଜମିଥାଏ। ଏହି ଦିନ ସୁନା ଦୋକାନୀ ମଧ୍ୟ ତାର ଗ୍ରାହକଙ୍କୁ ବିଭିନ୍ନ ଅଫର ମଧ୍ୟ ଦେଇଥାଏ। ହେଲେ ଚଳିତ ବର୍ଷ ଲକଡାଉନ ପାଇଁ ସବୁ ସୁନା ଦୋକାନ ସାମନା ଖାଁ ଖାଁ ଲାଗୁଛି।

କିନ୍ତୁ ଘରେ ମନମାରି ବସିଥିବା ଗ୍ରାହକଙ୍କ ପାଇଁ ସୁନାଦୋକାନୀ ମାନେ ଏକ ଅଭିନବ ଉପାୟ ଆପଣାଇଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କ ଏହି ଫେଷ୍ଟିଭ୍ ସିଜିନର ମଜ୍ଜା ଦେବା ପାଇଁ ଆରମ୍ଭ ହୋଇଛି ଅନଲାଇନ ଗୋଲ୍ଡ ସେଲ। ତେବେ ମୁମ୍ବାଇର ସର୍ବବୃହତ ସୁନା ମାର୍କେଟ ଜାଭେରୀ ବଜାର ଅକ୍ଷୟ ତୃତୀୟାରେ ତାର ଗ୍ରାହକଙ୍କ ପାଇଁ ଅନଲାଇନ ଗୋଲ୍ଡ ସେଲ ଅଫର ଆଣିଦେଇଛି।

ତେବେ ଏହି ସୁନା ଦୋକାନର ଅଧକ୍ଷଙ୍କ କହିବା ଅନୁସାରେ,'' ଲକଡାଉନ ପାଇଁ ବେପାର ସମ୍ପୂର୍ଣ୍ଣ ବନ୍ଦ। ହେଲେ ତାଙ୍କର ଗ୍ରାହକ ମାନଙ୍କୁ ଆଜିର ଏହି ପବିତ୍ର ଦିନରେ ଖାଲି ଫେରେଇ ହେବ ନାହିଁ। ସେଥିପାଇଁ ଅନଲାଇନ ସୁନା କିଣିବାର ସୁବିଧା ଦେଇଛୁ। ଯେଉଁଥିରେ ଲୋକମାନେ ନିଜ ମନ ପସନ୍ଦର ଜୁଏଲାରୀ ବୁକ୍ କରି ଲକଡାଉନ ପରେ ସମାନ ରେଟରେ ପାଇପାରିବେ।''

ଯଦିଓ ସୁନାର ଦର ପୂର୍ବ ଅପେକ୍ଷା 8 ରୁ 10 ପ୍ରତିଶତ ବୃଦ୍ଧି ପାଇଛି ହେଲେ ଗ୍ରାହକ ମାନେ ନିଜର ରୀତିନୀତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଆମର ପ୍ରୟାସ ନିଶ୍ଚୟ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.