ନୂଆଦିଲ୍ଲୀ: ଇଣ୍ଡିଗୋ ବିବାଦ ପରେ ଶକ୍ତ ହେଲା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) । ଯଦି କୌଣସି ପୂର୍ବ ନିର୍ଦ୍ଧାରିତ ବିମାନରେ କେହି ଫଟୋଗ୍ରାଫି କରୁଥିବା ଦେଖିବାକୁ ମିଳେ, ତେବେ ସେହି ମାର୍ଗରେ ବିମାନ ଦୁଇ ସପ୍ତାହ ପାଇଁ ସ୍ଥଗିତ ରହିବ ।
ବୁଧବାର ଇଣ୍ଡିଗୋର ଚଣ୍ଡିଗଡ-ମୁମ୍ବାଇର ଏକ ଉଡାଣରେ ସୁରକ୍ଷା ଓ ସାମାଜିକ ଦୂରତା ସମ୍ବନ୍ଧୀୟ ପୋର୍ଟୋକଲର କଥିତ ଉଲଙ୍ଘନ ନେଇ ଡିଜିସିଏକୁ ସୂଚନା ମିଳିଛି । ଯେଉଁଥିରେ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଯାତ୍ରା କରିଥିଲେ । ଏହା ପରେ ଡିଜିସିଏ ଶୁକ୍ରବାର ଇଣ୍ଡିଗୋ ପରିଚାଳନା ସହ ଉଚିତ କାର୍ଯ୍ୟନୁଷ୍ଠାନ ନେବାକୁ ଦର୍ଶାଇଥିଲା ।
ବୁଧବାର ବିମାନ ମଧ୍ୟରେ ହୋଇଥିବା ଘଟଣାକ୍ରମର ଏକ ଭିଡିଓ ଅନୁସାରେ ସମ୍ବାଦଦାତା ଓ କ୍ଯାମେରାମ୍ୟାନ ମଧ୍ୟରେ କଙ୍ଗନାଙ୍କ ପ୍ରତିକ୍ରିୟା ନେହା ପାଇଁ ଠେଲାଠେଲି ହୋବା ସହ ଭିଡ ଲାଗିଥିବା ଜଣାପଡିଛି ।
ଏ ନେଇ ଡିଜିସିଏ ଶନିବାର ଆଦେଶ ଜାରି କରି କହିଛି କି , ଏବେ ଯଦି କୌଣସି ବିମାନରେ ଏଭଳି ଫଟୋଗ୍ରାଫି ହେବ , ତେବେ ସେହି ରୁଟରେ ଉଡାଣ ଆସନ୍ତା ଦିନରୁ 2 ସପ୍ତାହ ପାଇଁ ନିଲମ୍ବନ କରାଯିବ ।