ETV Bharat / business

ଅଚଳ ଜେଟ ଏୟାରୱେଜ, ଫାଇଦା ଲକ୍ଷ୍ୟରେ ଅନ୍ୟ ଏୟାରଲାଇନ୍ସ

ଜେଟ ଏୟାରୱେଜ ପତନରେ ଲାଭବାନ ହେଉଛନ୍ତି ଅନ୍ୟ ଏୟାରଲାଇନ୍ସ କମ୍ପାନୀ । ପରିସ୍ଥିତିର ଫାଇଦା ଉଠାଇ ଜେଟର ବିମାନକୁ ଭଡାରେ ନେଇ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛି ଏୟାର ଇଣ୍ଡିଆ ।

author img

By

Published : Apr 22, 2019, 7:53 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଜେଟ ଏୟାରୱେଜ ପତନରେ ଲାଭବାନ ହେଉଛନ୍ତି ଅନ୍ୟ ଏୟାରଲାଇନ୍ସ କମ୍ପାନୀ । ଏୟାରୱେଜ କମ୍ପାନୀରେ ତାଲା ପଡିବା ପରେ ସ୍ପାଇସ ନୂଆ 24ଟି ବିମାନ ଚଳାଚଳ ଆରମ୍ଭ କରିବାକୁ ଯାଉଥିବା ବେଳେ ଏୟାର ଇଣ୍ଡିଆ ମଧ୍ୟ ପଛରେ ରହିନାହିଁ । ପରିସ୍ଥିତିର ଫାଇଦା ଉଠାଇ ଜେଟର ବିମାନକୁ ଭଡାରେ ନେଇ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛି ।

ଘରୋଇ ବିମାନ ଚଳାଚଳ କ୍ଷେତ୍ରରେ ବୃହତ୍ତମ ଏୟାରଲାଇନ୍ସ କମ୍ପାନୀ ଭାବେ ଜେଟ ଏୟାରୱେଜ ଆଗରେ ଥିଲା । ହେଲେ ଆର୍ଥିକ ସଂଙ୍କଟ ଯୋଗୁଁ କମ୍ପାନୀରେ ତାଲା ପଡିଯାଇଛି । ଫଳରେ ଏହାର ଦକ୍ଷ ପାଇଲଟ ଓ କର୍ମଚାରୀ ଗୁଜୁରାଣ ମେଣ୍ଟାଇବାକୁ ରାଜରାସ୍ତାରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ ସମାଧାନ ପାଇଁ ସରକାରଙ୍କୁ ଚିଠି ଲେଖୁଛନ୍ତି । ଏହାର ଫାଇଦା ନେଇ ସ୍ପାଇସ ମଧ୍ୟ ଏୟାରୱେଜର 500ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ନିଯୁକ୍ତି ଦେଇସାରିଲାଣି । ଏଥିସହ ଏପ୍ରିଲ 26ରୁ ମେ 2 ମଧ୍ୟରେ ଅଧିକରୁ ଅଧିକ ବିମାନ ଉଡାଣ ଭରିବା ନେଇ ଘୋଷଣା କରିଛି । ଏପଟେ ଏୟାର ଇଣ୍ଡିଆ ମଧ୍ୟ ଏୟାରୱେଜ ବିମାନକୁ ଭଡାରେ ନେଇ ଉଡାଇବାକୁ ଯୋଜନା କରିଛି । ଖାସ କରି ଏହାର ବୋଇଂ 737 କୁ ଭଡାରେ ନେଇ ବ୍ୟବହାର କରିବାକୁ ଚାହୁଛି ।

ଏବେ ସୁଦ୍ଧା ଏୟାରୱେଜର ବହୁତ ବିମାନ କାର୍ଯ୍ୟକାରୀ ନ ହୋଇ ଏୟାରପୋର୍ଟରେ ପଡିରହିଛି । ରାଷ୍ଟ୍ରାୟତ ଉଡାଣ ମଧ୍ୟ ଅଚଳ ହୋଇପଡିଛି । କମ୍ପାନୀ ପାଖରେ ଯଥେଷ୍ଟ ଟଙ୍କା ନଥିବାରୁ କମ୍ପାନୀ ଅସ୍ଥାୟୀ ଭାବେ ଉଡାଣ ବନ୍ଦ କରିଦେଇଛି । ଏହା ପୂର୍ବରୁ ଏୟାରପୋର୍ଟ ଚାର୍ଜ ଭରିନଥିବାରୁ 69 ବିମାନ ପରିଚାଳନାରୁ ହଟିଯାଇଥିଲା ।

ଏପଟେ ପୁନଃ କମ୍ପାନୀକୁ ସଞ୍ଚାଳନ କରିବାକୁ କର୍ମଚାରୀ ସଂଘ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଅପିଲ କରିସାରିଲେଣି । ଏସବିଆଇ ଠାରୁ ଆର୍ଥିକ ସାହାଯ୍ୟ ମଧ୍ୟ ମଗାଯାଇଛି । ଏପଟେ କମ୍ପାନୀର ନିଲାମୀର ମଧ୍ୟ ନିଯ୍ୟାସ ବାହାରିପାରିନାହିଁ । ଏହାକୁ ଦେଖି କର୍ମଚାରୀ ସଂଘ ମଧ୍ୟ କମ୍ପାନୀକୁ ଖଣ୍ଡବିଖଣ୍ଡିତ କରିବେ ନାହିଁ କି ତଳକୁ ଯିବାକୁ ଦେବାକୁ ନେବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ।

Intro:Body:

dfs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.