ETV Bharat / business

ନିର୍ବାଚନ ପୂର୍ବରୁ ଏଚ-1 ବି ଭିସାରେ ଟ୍ରମ୍ପ ସରକାରଙ୍କ ପ୍ରତିବନ୍ଧକ - US imposes new restrictions on H-1B visas

ନିର୍ବାଚନ ପୂର୍ବରୁ ଏଚ-1 ବି ଭିସାକୁ ନେଇ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି ଟ୍ରମ୍ପ ସରକାର । ଏହା ଦ୍ବାରା ଭାରତର ହଜାର ହଜାର ଆଇଟି ବୃତ୍ତିଧାରୀ ପ୍ରଭାବିତ ହୋଇପାରନ୍ତି ।

ନିର୍ବାଚନ ପୂର୍ବରୁ ଏଚ-1 ବି ଭିସା ଉପରେ  ଟ୍ରମ୍ପ ସରକାରଙ୍କ ପ୍ରତିବନ୍ଧକ

author img

By

Published : Oct 7, 2020, 5:42 PM IST

ୱାଶିଂଟନ: ଆମେରିକାରେ ସ୍ଥାନୀୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ନିର୍ବାଚନ ପୂର୍ବରୁ ଏଚ-1 ବି ଭିସାକୁ ନେଇ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି ଟ୍ରମ୍ପ ସରକାର । ଏହା ଏକ ଏଭଳି ପଦକ୍ଷେପ , ଯାହା ଦ୍ବାରା ଭାରତର ହଜାର ହଜାର ଆଇଟି ବୃତ୍ତିଧାରୀଙ୍କ ଉପରେ ପ୍ରଭାବ ପଡିବ ।

ଆମେରିକାର ଗୃହ ମନ୍ତ୍ରାଳୟ ଦ୍ବାରା ମଙ୍ଗଳବାର ଘୋଷିତ ଅନ୍ତରୀମ ନିମୟ ଦ୍ବାରା ‘ବିଶେଷ ବ୍ୟବସାୟ’ ପରିଭାଷା ପରିସର ସଙ୍କୁଚିତ ହୋଇଯିବ । କମ୍ପାନୀଗୁଡିକ ବିଶେଷ ବ୍ୟବସାୟର ପରିଭାଷା ଆଧାରରେ ବାହାର କର୍ମଚାରୀଙ୍କ ପାଇଁ ଏଚ-1 ବି ଭିସାର ଆବେଦନ କରିଥାନ୍ତି ।

ତେବେ ଟ୍ରମ୍ପ ସରକାର ଏଭଳି ପରିବର୍ତ୍ତନ ଏଭଳି ସମୟରେ କରିଛନ୍ତି , ଯେତେବେଳେ କି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ଏବେ 4 ସପ୍ତାହରୁ ବି କମ ସମୟରେ ରହିଛି। ଏଚ-1ବି ହେଉଛି ଏକ ଅଣ-ପ୍ରବାସୀ ଭାରତୀୟ ଭିସା, ଯାହା ଆମେରିକୀୟ କମ୍ପାନୀମାନଙ୍କୁ ବିଦେଶୀ କର୍ମଚାରୀମାନଙ୍କୁ ବିଶେଷ ବୃତ୍ତିରେ ନିଯୁକ୍ତି ଦେବା ପାଇଁ ଅନୁମତି ଦେଇଥାଏ । ଯେଉଁଥିରେ ତତ୍ବଗତ କିମ୍ବା ବୈଷୟିକ ଜ୍ଞାନ କୌଶଳର ଆବଶ୍ୟକ କରେ |

ଭାରତ ଏବଂ ଚୀନ ଭଳି ଦେଶରୁ ପ୍ରତିବର୍ଷ ହଜାର ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଟେକ୍ନୋଲୋଜି କମ୍ପାନୀଗୁଡିକ ଏହି ଭିସା ଉପରେ ନିର୍ଭର କରନ୍ତି | ଏଚ-1 ବି ଭିସା ବ୍ୟବସ୍ଥା କଡାକଡି ହେତୁ ବହୁ ସଂଖ୍ୟକ ଭାରତୀୟ ଚାକିରୀ ହରାଇ ସାରିଛନ୍ତି ଏବଂ କୋରୋନା ମହାମାରୀ ସମୟରେ ଘରକୁ ଫେରୁଛନ୍ତି। ତେବେ ମନ୍ତ୍ରଣାଳୟ ଅନୁଯାୟୀ 60 ଦିନ ମଧ୍ୟରେ ଏହି ନୂତନ ନିୟମ କାର୍ଯ୍ୟକାରୀ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.