ETV Bharat / business

ଏଜିଆର ବକେୟା, ଏୟାରଟେଲ ଦେଲା ଅତିରିକ୍ତ 8004 କୋଟି - ଏୟାରଟେଲକୁ ଏଜିଆର ବକେୟା ଚିନ୍ତା

ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ(ଏଜିଆର) ଦେୟ ଅଧୀନରେ ଟେଲିକମ୍ ବିଭାଗ (ଡ଼ିଓଟି) କୁ 8,004 କୋଟି ଟଙ୍କା ଅତିରିକ୍ତ ଦେୟ ଦେଇଛି | ଶନିବାର ଏ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

agr dues bharti airtel pays additional rs 8004 cr
ଏଜିଆର ବକେୟା, ଏୟାରଟେଲ ଦେଲା ଅତିରିକ୍ତ 8,004 କୋଟି ଟଙ୍କା
author img

By

Published : Feb 29, 2020, 11:53 PM IST

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ(ଏଜିଆର) ଦେୟ ଅଧୀନରେ ଟେଲିକମ୍ ବିଭାଗ (ଡ଼ିଓଟି) କୁ 8,004 କୋଟି ଟଙ୍କା ଅତିରିକ୍ତ ଦେୟ ଦେଇଛି | ଶନିବାର ଏ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କମ୍ପାନୀ 2020 ଫେବୃଆରୀ 17 ରେ 10,000 କୋଟି ଟଙ୍କା ପ୍ରଦାନ କରିସାରିଛି । ପୁଣି ଶନିବାର 8,004 କୋଟି ଟଙ୍କା ଅତିରିକ୍ତ ଦେୟ ପ୍ରଦାନ କରାଯାଇଛି ।

କମ୍ପାନୀ କହିଛି ଯେ ଆତ୍ମ-ମୂଲ୍ୟାଙ୍କନ ଆଧାରରେ ଏହା 2019 ଡିସେମ୍ବର 31 ପର୍ଯ୍ୟନ୍ତ Liabilitiesଙ୍କ ଗଣନା କରିଛି । ଏହି ଟଙ୍କାରେ 2020 ଫେବୃଆରୀ 29 ପର୍ଯ୍ୟନ୍ତର ସୁଧ ଅନ୍ତର୍ଭୁକ୍ତ କରିଛି । ଭାରତ ଏୟାରଟେଲ କହିଛନ୍ତି ଯେ, ସ୍ଥିର ହୋଇଥିବା ମୋଟ ରାଜସ୍ବ ନିଷ୍ପତ୍ତି ଅନୁଯାୟୀ, କମ୍ପାନୀ ଆର୍ଥିକ ବର୍ଷ 2006-07 ରୁ 2019 ଡିସେମ୍ବର 31 ପର୍ଯ୍ୟନ୍ତ ସ୍ବ-ମୂଲ୍ୟାଙ୍କନ କରିଛି ଏବଂ ଏହା ଉପରେ 2020 ଫେବୃଆରୀ 29 ପର୍ଯ୍ୟନ୍ତ ସୁଧ ହିସାବ କରାଯାଇଛି ।

କମ୍ପାନୀ ଅନୁଯାୟୀ, 2020 ଫେବୃଆରୀ 17ରେ ଭାରତୀ ଗ୍ରୁପ୍ କମ୍ପାନୀ ପକ୍ଷରୁ ଦିଆଯାଇଥିବା 10,000 କୋଟି ଟଙ୍କା ପରେ ବଳକା ଥିବା ରାଶି ଉପରେ ଅତିରିକ୍ତ 3004 କୋଟି ଟଙ୍କା ଦିଆଯାଇଥିଲା | ଏହି ପେମେଣ୍ଟରେ ଭାରତୀ ଏୟାରଟେଲ, ଭାରତୀ ହେକ୍ସାକମ ଏବଂ ଟେଲେନୋର ଇଣ୍ଡିଆ Liabilities ମଧ୍ୟ ଅନ୍ତର୍ଭୁକ୍ତ |

ଦୂରସଞ୍ଚାର ବିଭାଗର ଆକଳନ ଅନୁଯାୟୀ, ଏୟାରଟେଲ ଉପରେ ପ୍ରାୟ 35,586 କୋଟି ଟଙ୍କାର ବକେୟା ରହିଛି । ଯେଉଁଥିରେ ଲାଇସେନ୍ସ ଫି, ସ୍ପେକ୍ଟ୍ରମ ବ୍ୟବହାର ଶୁଳ୍କ, ବକେୟା ରାଶି ଉପରେ ସୁଧ, ଜୋରିମାନା ଏବଂ ଜୋରିମାନା ଉପରେ ସୁଧ ଅନ୍ତର୍ଭୁକ୍ତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.