ETV Bharat / business

ଡାଭୋସ ବିଶ୍ବ ଆର୍ଥିକ ମଞ୍ଚ: ଆମେରିକା ପରେ ଭାରତ ସର୍ବବୃହତ୍ତ ଭାଗୀଦାର - Rahul Bajaj

ଆସନ୍ତା ସପ୍ତାହରେ ପାଖାପାଖି 119 ଅରବପତି ସ୍ବିଜରଲ୍ୟାଣ୍ଡରେ ଅନୁଷ୍ଠିତ ଡାଭୋସ ବିଶ୍ବ ଆର୍ଥିକ ମଞ୍ଚର କାର୍ଯ୍ୟକ୍ରମରେ ଯୋଗ ଦେବେ। ସବୁଠୁ ବଡ କଥା ହେଉଛି ଏହି ସମ୍ମିଳନୀରେ ଭାଗ ନେଉଥିବା ରାଷ୍ଟ୍ର ମଧ୍ୟରୁ ଭାରତ ସର୍ବବୃହତ୍ତ ଦ୍ବିତୀୟ ରାଷ୍ଟ୍ର।

India will have the largest contingent of billionaires at Davos this year
ଦାବୋସ ବିଶ୍ବ ଆର୍ଥିକ ମଞ୍ଚ
author img

By

Published : Jan 18, 2020, 1:51 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଧନୀ ଆହୁରି ଧନୀ ହେଉଛି, ଆଉ ଗରିବର ଗରିବୀ ବଢିବାରେ ଲାଗିଛି। ଏଭଳି ଭାବେ ଧନୀ ଓ ଗରିବ ମଧ୍ୟରେ ତାରତମ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଆସନ୍ତା ସପ୍ତାହରେ ପାଖାପାଖି 119 ଅରବପତି ସ୍ବିଜରଲ୍ୟାଣ୍ଡରେ ଅନୁଷ୍ଠିତ ଡାଭୋସ ବିଶ୍ବ ଆର୍ଥିକ ମଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେବେ। ସବୁଠୁ ବଡ କଥା ହେଉଛି ଏହି ସମ୍ମିଳନୀରେ ଭାଗ ନେଉଥିବା ରାଷ୍ଟ୍ର ମଧ୍ୟରୁ ଭାରତ ସର୍ବବୃହତ୍ତ ଦ୍ବିତୀୟ ରାଷ୍ଟ୍ର। ପ୍ରଥମରେ ଆମେରିକା ରହିଛି। ଅର୍ଥାତ ଭାରତର ଧନୀ ତାଲିକା ଅନ୍ୟ ଦେଶ ତୁଳନାରେ ସାମାନ୍ୟ ଅଧିକ ରହିଛି।

ଏହି ବାର୍ଷିକ କାର୍ଯ୍ୟକ୍ରମରେ କେବଳ ବଡବଡିଆ ନୁହେଁ ବ୍ୟାଙ୍କର୍ସ, ରାଜନୀତିଜ୍ଞ ଏବଂ ଅନ୍ୟାନ୍ୟ ଲୋକ ମଧ୍ୟ ସାମିଲ ହେବେ। ଏଥିରେ ପାଖାପାଖି 500 ବିଲିୟନ ଡଲାରରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଥିବା ବ୍ରିଜୱାଟର ଆସୋସିଏଟସର ସଂସ୍ଥାପକରେ ଜେଲିୟୋ, ବ୍ଲେକଷ୍ଟୋନ ଗ୍ରୁପର ଅଧ୍ୟକ୍ଷ ଷ୍ଟିବ ଶ୍ଚ୍ବାର୍ଜମେନ ଓ ଜେପି ମାର୍ଗନ ଚେଜ ଏବଂ ସହମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେମି ଡିମାନ ଏଥିରେ ଉପସ୍ଥିତ ରହିବେ।

ବିଶ୍ବ ଅର୍ଥିକ ମଞ୍ଚ ଡାଭୋସରେ ପ୍ରାୟ 100 ଦେଶର 2000ରୁ ଊର୍ଦ୍ଧ୍ବ ପ୍ରତିନିଧିଙ୍କ ଅତିଥି ସୂଚୀ ପ୍ରସ୍ତୁତ ହୋଇଛି। ଏହା ଦୁନିଆର ସର୍ବବୃହତ୍ତ ଧନୀଙ୍କ ପାଇଁ ପ୍ରମୁଖ ନେଟୱେକିଙ୍ଗ ହବ ରୂପରେ ନିଜ ସ୍ଥାୟିତ୍ବକୁ ବଜାୟ ରଖିଛି। ଘରୋଇ ଜେଟ ବିମାନ ଓ 43 ଡଲାର ହଟ ଡଗ୍ସର ପରିଚାରକ ସମୁଦାୟ ସହ ଏହାର ସମାଲୋଚନାର ସାମ୍ନା କରିବାକୁ ହେବ।

40 ବର୍ଷ ଧରି ଏହାର ଅଂଶ ହେବାକୁ ଥିବା ଉଦ୍ୟୋଗପତି ରାହୁଲ ବଜାଜ କହିଛନ୍ତି, ‘ମୁଁ 1979 ମସିହାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଆସୁଛି। ଆରମ୍ଭ ଦିନରୁ ଏହି କାର୍ଯ୍ୟକ୍ରମର ଏକ ବୃହତ୍ତ ବୁଝାମଣା ଭାବେ ରହିଆସିଛି। ଆଉ ସେବେ ଠାରୁ ମତେ ବହୁତ କିଛି ମିଳିଆସୁଛି।’

‘ମୁଁ ଶୁଣେ କି, ଲୋକେ କେବଳ ଭାଷା, ଅସମାନତା ଉପରେ କଥା ହେଉଛନ୍ତି। ହେଲେ କେହି ବି ବାସ୍ତବ ସମସ୍ୟା ଟିକସ ଖିଲାପ ଉପରେ ସ୍ବର ଉଠାଉନାହାଁନ୍ତି।’ ଡଚ ଐତିହାସିକ ରଟଗେର ବ୍ରିଗମ୍ୟାନ ଏହା କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.