ନୂଆଦିଲ୍ଲୀ: ବଜାରରେ ରେପୋରେଟ ହ୍ରାସର ପ୍ରଭାବ । ବ୍ୟାଙ୍କିଂ ଓ ଯାନବାହନ କମ୍ପାନୀ ସେୟାରରେ ବୃଦ୍ଧି ଯୋଗୁଁ ଉପରମୁହାଁ ସେନସେକ୍ସ ସୂଚକାଙ୍କ । ଏଥିପାଇଁ ନିବେଶକ ବି ବେଶ ପ୍ରଫିଟ କମେଇଛନ୍ତି ।
ଗୁରୁବାର ସକାଳୁ ସବୁଜ ସଙ୍କେତରେ ଆରମ୍ଭ ବଜାର ଅଭିବୃଦ୍ଧିର ସହ ବନ୍ଦ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 630 ପଏଣ୍ଟ ବଢି 37 ହଜାର 328 ହୋଇଥିଲା ବେଳେ ନିଫ୍ଟି 176.95 ପଏଣ୍ଟ ବୃଦ୍ଧି ପାଇ 11,032.45ରେ ବନ୍ଦ ହୋଇଛି ।
ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟିର ବୈଠକରେ ରେପୋରେଟ ହାର 35 ବେସିସ ପଏଣ୍ଟ ହ୍ରାସ କରି 5.40 ପ୍ରତିଶତ କରିଥିବାରୁ ସୁଧହାର କମ ହୋଇଛି । ଫଳରେ ଗୃହ, ଗାଡିର ଇଏମଆଇ ଶସ୍ତା ହୋଇଛି । ଏଥିଯୋଗୁଁ ବ୍ୟାଙ୍କିଂ ଓ ଅଟୋ ସେକ୍ଟରର ସେୟାର ଆଶାତୀତ ବୃଦ୍ଧି ପାଇଛି ।