ETV Bharat / business

ଦୀର୍ଘ ମାସେ ପରେ 1 ଲକ୍ଷ ଟପିଲା ବିମାନ ଯାତ୍ରୀଙ୍କ ସଂଖ୍ୟା - ବିମାନ କ୍ଷେତ୍ର

ବିମାନ ସେକ୍ଟରକୁ ଆଶ୍ବସ୍ତି । ଦୀର୍ଘ 1 ମାସ ପରେ ବଢିଲା ଯାତ୍ରୀଙ୍କ ସଂଖ୍ୟା । 1 ଲକ୍ଷ ଉପରେ ଯାତ୍ରୀ ଉଡିଲେ ବିମାନ । ଅଧିକ ପଢନ୍ତୁ..

ଦୀର୍ଘ ମାସେ ପରେ 1 ଲକ୍ଷ ଟପିଲା ବିମାନ ଯାତ୍ରୀ ସଂଖ୍ୟା

author img

By

Published : Jun 14, 2021, 9:52 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ମାମଲା ହ୍ରାସ ହେବା ସହ ଟ୍ରାକକୁ ଫେରୁଛି ଆର୍ଥିକ କାର୍ଯ୍ୟକଳାପ । ଆକ୍ରାନ୍ତ ସଂଖ୍ୟା କମୁଥିବା ବେଳେ ଭାରତୀୟ ବିମାନ କ୍ଷେତ୍ରରେ ଦେଖାଦେଇଛି ସୁଧାର । 1 ମାସରୁ ଅଧିକ ସମୟ ପରେ ଘରୋଇ ଯାତ୍ରୀଙ୍କ ଯାତାୟତ ଶନିବାର 1 ଲକ୍ଷ ଅଙ୍କ ପାର କରିଛି ।

ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ବାରା ଜାରି ତଥ୍ୟ ଅନୁସାରେ 12 ଜୁନରେ 1,124 ବିମାନରେ 1,07,371 ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛନ୍ତି । ଏହା କୋରୋନା ପୂର୍ବ ତୁଳନାରେ ଉଡାଣରେ 36 ପ୍ରତିଶତ ଓ ଯାତ୍ରୀଙ୍କ 25 ପ୍ରତିଶତ ଅଟେ । ସେପଟେ ଆସନ୍ତା ଦିନ 1,114 ଉଡାଣରେ 1,05,478 ଯାତ୍ରୀ ଯାତ୍ରା କରିଛନ୍ତି ।

ଘରୋଇ ଯାତ୍ରୀ ଯାତାୟତ ମେ ମାସର ଆରମ୍ଭରେ 1 ଲକ୍ଷ ତଳକୁ ଖସିଥିଲା । ମେ 3 ରେ 1,306 ଉଡାଣରେ 97,761 ଯାତ୍ରୀ ଉଡାଣ ଭରିଥିଲେ । ଯାତ୍ରୀ ସଂଖ୍ୟା ହ୍ରାସର କାରଣ ଥିଲାନ କୋରୋନା ମାମଲା ବୃଦ୍ଧି । ସଂକ୍ରମଣ ଭୟରେ ଲୋକ ଯାତ୍ରା କରିବାକୁ ସଙ୍କୋଚ କରୁଥିଲେ ।

କ୍ରିସିଲ ରେଟିଂର ବରିଷ୍ଠ ନିର୍ଦ୍ଦେଶକ ମନୀଶ ଗୁପ୍ତେ କହିଛନ୍ତି କି, କୋରୋନାର ଦ୍ବିତୀୟ ଲହର ବ୍ୟପାର ଯାତ୍ରା ଓ ଅନ୍ତରାଷ୍ଟ୍ରୀୟ ଯାତ୍ରାର ପୁନରୁଦ୍ଧାକୁ ପଛକୁ ଠେଲିଦେବ । ମୋଟ ଯାତାୟତ ହ୍ରାସର କାରଣ କୋରୋନା । ତେବେ ଏସବୁକୁ ଦୃଷ୍ଟିରେ ରଖି ଆମର ଅନୁମାନ ରହିଛି କି, ଚଳିତ ଆର୍ଥିକ ବର୍ଷରେ 60 ପ୍ରତିଶତ ଯାତାୟତ ପୁଣି ଫେରିବ । ଆଉ 2023 ଚତୁର୍ଥ ତ୍ରୟମାସ ସୁଦ୍ଧା କୋରୋନା ପୂର୍ବ ସ୍ତର ଟାର୍ଗେଟ ପୂରଣ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.