ସାନ ଫ୍ରାନ୍ସିସ୍କୋ : ଗୁଗୁଲ ପରେ ଫେସବୁକ ମଧ୍ୟ ନିଜ କର୍ମଚାରୀଙ୍କୁ 2021 ଜୁଲାଇ ଯାଏଁ ୱାର୍କ ଫ୍ରମ ହୋମ ପାଇଁ କହିଛି । ଫଳରେ ଫେସବୁକର ପ୍ରାୟ 40 ହଜାର କର୍ମଚାରୀ ଘରୁ କାମ କରିବେ । ଏହା ବ୍ୟତିତ କମ୍ପାନୀ ପକ୍ଷରୁ ପ୍ରତି କର୍ମଚାରୀଙ୍କୁ ଅତିରିକ୍ତ 1,000 ହଜାର ଡଲାର ଦିଆଯିବ । ଯେପରି ସେମାନେ ହୋମ ଅଫିସ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ ।
ପୂର୍ବରୁ ଫେସବୁକ ନିଜ ଷ୍ଟାଫଙ୍କୁ 2020 ଶେଷ ସୁଦ୍ଧା ଘରେ ରହି କାମ କରିପା ପାଇଁ କହିଥିଲା । କିନ୍ତୁ ପରେ ସ୍ଥିତିର ଅନୁଧ୍ଯାନ ଓ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ଅବଧିକୁ ପଢାଇଛି ।
ଫେସବୁକ ମୁଖପାତ୍ର ଏ ନେଇ କହିଛନ୍ତି କି, ସ୍ୱାସ୍ଥ୍ୟ ଏବଂ ସରକାରୀ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ସହିତ ଏହି ପ୍ରସଙ୍ଗରେ ଆମର ଆଭ୍ୟନ୍ତରୀଣ ଆଲୋଚନାରୁ ନିଆଯାଇଥିବା ନିଷ୍ପତ୍ତି ଉପରେ ଆଧାର କରି ଆମେ 2021 ଜୁଲାଇ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଘରୁ କାମ ଜାରି ରଖିବା ପାଇଁ ଅନୁମତି ଦେଇଛୁ ।
ଏଥିସହ, ଫେସବୁକ୍ କର୍ମଚାରୀମାନଙ୍କୁ ଘର ଅଫିସ୍ ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଅତିରିକ୍ତ 1000 ଡଲାର ମଧ୍ୟ ପ୍ରଦାନ କରୁଛି ।