ETV Bharat / business

କୋରୋନାରେ 70 ପ୍ରତିଶତ ଷ୍ଟାର୍ଟଅପ ପ୍ରଭାବିତ, 12 ପ୍ରତିଶତ ବନ୍ଦ - startups impacted by COVID-19

ଷ୍ଟାର୍ଟଅପକୁ ସଙ୍କଟକୁ ଠେଲିଦେଇଛି କୋରୋନା । ନିବେଶ କରିବାକୁ ନିବେଶ ନାରାଜ, ଅର୍ଡର ନାହିଁ, ଉତ୍ପାଦନ ଠପ, ଖର୍ଚ୍ଚ ତୁଳନାରେ ଆୟ କମ । ଏଥିମଧ୍ୟରେ କମ୍ପାନୀମାନେ ଏବେ ଗୁରୁତର ଅବସ୍ଥାରେ ଗତି କରୁଛନ୍ତି । ସେପଟେ କିଛି କମ୍ପାନୀ କ୍ଷତି ଚାପରେ ତାଲା ଝୁଲେଇଲେଣି । ଅଧିକ ପଢନ୍ତୁ..

କୋରୋନାରେ  70 ପ୍ରତିଶତ ଷ୍ଟାର୍ଟଅପ ପ୍ରଭାବିତ, 12 ପ୍ରତିଶତ ବନ୍ଦ

author img

By

Published : Jul 6, 2020, 12:47 PM IST

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ଓ ଲକଡାଉନ ମାଡରେ ଭାରତୀୟ ବ୍ଯବସାୟ, ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ଷ୍ଟାର୍ଟଅପ ଗଭୀର ଭାବେ ପ୍ରଭାବିତ । ଫିକ୍କି ଓ ଇଣ୍ଡିଆନ ଆଞ୍ଜେଲ ନେଟୱର୍କ (Indian Angel Network)ର ସଂଯୁକ୍ତ ସର୍ଭେ

ଅନୁସାରେ , ମହାମାରୀ ପାଖାପାଖୀ 70 ପ୍ରତିଶତ ଷ୍ଟାର୍ଟଅପ କାରବାରକୁ କ୍ଷତିଗ୍ରସ୍ଥ କରିଛି । ସର୍ଭେରେ କୁହାଯାଇଛି କି, ବ୍ୟବସାୟୀ ମାହୋଲରେ ଅନିଶ୍ଚିତତା ସହ ସରକାର ଓ କର୍ପୋରେଟସଙ୍କ ପ୍ରାଥମିକତା ମଧ୍ୟରେ ଅପ୍ରତ୍ୟାଷିତ ପରିବର୍ତ୍ତନ ଯୋଗୁଁ ଷ୍ଟାର୍ଟଅପ ତିଷ୍ଠି ରହିବାକୁ ସଂଘର୍ଷ କରୁଛି ।

ତେବେ ଭାରତୀୟ ଷ୍ଟାର୍ଟଅପ ଉପରେ କୋଭିଡ-19 ପ୍ରଭାବ ବିଷୟରେ ଏକ ରାଷ୍ଟ୍ରବ୍ୟାପି ସର୍ଭେକ୍ଷଣ କରାଯାଇଛି । ଯେଉଁଥିରେ 250 ଷ୍ଟାର୍ଟଅପକୁ ସାମିଲ କରାଯାଇଛି । ସର୍ଭେରେ 70 ପ୍ରତିଶତ ଅଂଶଗ୍ରହଣକାରୀଙ୍କ କହିବା ଅନୁଯାୟୀ କୋଭିଡ-19 ସେମାନଙ୍କ ବ୍ୟବସାୟକୁ ପ୍ରଭାବିତ କରିଛି । ଆଉ ପ୍ରାୟ 12 ପ୍ରତିଶତ ସେମାଙ୍କ ପରିଚାଳନା ବନ୍ଦ କରିଦେଇଛନ୍ତି ।

ସେହିପରି ସର୍ଭେରୁ ଜଣାପଡିଛି କି, ଆସନ୍ତା 3ରୁ 6 ମାସ ମଧ୍ୟରେ ନିର୍ଦ୍ଧାରିତ ଖର୍ଚ୍ଚ ପୂରଣ ପାଇଁ କେବଳ 22 ପ୍ରତିଶତ ଷ୍ଟାର୍ଟଅପ ପାଖରେ ପର୍ଯ୍ୟାପ୍ତ ନଗଦ ରହିଛି । ଏଥିସହ 68 ପ୍ରତିଶତ ଅପରେଟିଂ ଏବଂ ପ୍ରଶାସନିକ ଖର୍ଚ୍ଚ ହ୍ରାସ ହ୍ରାସ କରୁଛନ୍ତି ।

ପାଖାପାଖି 30 ପ୍ରତିଶତ କମ୍ପାନୀଙ୍କ କହିବା ଅନୁଯାୟୀ ଯଦି ଲକଡାଉନ ଅବଧି ବହୁତ ଲମ୍ବା ହୁଏ, କେବେ କର୍ମଚାରୀଙ୍କ ଛଟେଇ ହେବ । ଏଥିପାଇଁ 43 ପ୍ରତିଶତ ଷ୍ଟାର୍ଟଅପ ଏପ୍ରିଲ-ଜୁନ ରେ 20ରୁ 40 ପ୍ରତିଶତ ଦରମା ହ୍ରାସ କରିବା ଆରମ୍ଭ କରିଦେଇଛନ୍ତି । 33 ପ୍ରତିଶତ ଷ୍ଟାର୍ଟଅପ କହିଛନ୍ତି କି ନିବେଶକ ନିବେଶ ନିଷ୍ପତ୍ତିକୁ ରୋକି ଦେଇଛନ୍ତି । 10 ପ୍ରତିଶତଙ୍କ କହିବା ଅନୁଯାୟୀ ଚୁକ୍ତିକୁ ରଦ୍ଦ କରିଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.