ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କିଙ୍ଗ ସେକ୍ଟର ଚାପରେ ରହିଛି । ହେଲେ ଏହାକୁ ପ୍ରୋତ୍ସାହିତ ପାଇଁ ଆର୍ଥିକ ପ୍ୟାକେଜ ଦେବା ସ୍ଥିତିରେ ସରକାର ନାହାନ୍ତି । ଏଣୁଯୋଗୁଁ ବ୍ୟାଙ୍କ ବ୍ୟବସ୍ଥା ସଙ୍କଟ ଭିତରେ ଗତି କରୁଛି । ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଏ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।
ସେ କହିଛନ୍ତି ଯେ, ‘ବର୍ତ୍ତମାନ ସମୟରେ ଆର୍ଥିକ କ୍ଷେତ୍ର ସବୁ ଧୀମେଇ ଯାଇଛି । ଆଉ ଏହାର କାରଣ ହେଉଛି ଚାହିଦା ହ୍ରାସ । ଯେଉଁଥିପାଇଁ କାର ଓ ଦୁଇଚକିଆ ଯାନ ବିକ୍ରି ହୋଇପାରୁନାହିଁ । ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ହେବ କି ନାହିଁ ସେନେଇ ଲୋକଙ୍କ ମନରେ ଆଶଙ୍କା ରହିଛି । ଏଥିସହ ସରକାରଙ୍କ ଅଭିବୃଦ୍ଧି ଅନୁମାନ ଉପରେ ଲୋକଙ୍କ ଭରସା ପାଉନି ।
ତେବେ ଯଦି ଲୋକଙ୍କ ଆନୁମାନିକ ରିପୋର୍ଟ ଉପରେ ଭରସା ପାଉନି ତେବେ ଆର୍ଥିକ ନୀତି କିପରି କାମ କରିବ ? ଏହି ପ୍ରଶ୍ନର ଉତ୍ତରରେ ବାନାର୍ଜୀ କହିଛନ୍ତି, ସରକାର ଏନେଇ ଚିନ୍ତିତ ହେବା ଦରକାର । ଏଥିଯୋଗୁଁ ବିଦେଶୀ ନିବେଶକ ମଧ୍ୟ ବହୁତ ଚିନ୍ତାରେ ଅଛନ୍ତି ।
ଭାରତରେ ଜନ୍ମିତ ଆମେରିକୀୟ ଅର୍ଥଶାସ୍ତ୍ରୀ ଅଭିଜିତ ବାନାର୍ଜୀ‘ ଗୁଡ ଅଫ ଇକୋନୋମିକ୍ସ ଫର ହାର୍ଡ ଟାଇମ୍ସ’ ଶୀର୍ଷକରେ ପୁସ୍ତକ ଲେଖିଥିଲେ । ସେ ଦର୍ଶାଇଛନ୍ତି କି, ଅର୍ଥବ୍ୟବସ୍ଥାରେ ଧୀମାପଣ ଦେଶରେ ଗରିବୀର ପ୍ରକୃତ କାରଣ । କାରଣ ସହରୀ ଓ ଗରିବୀ କ୍ଷେତ୍ର ପରସ୍ପର ସହ ଜଡିତ । ଆଉ ଗରିବୀର ସୃଷ୍ଟି ଏହି ଆଧାର ଉପରେ ହୁଏ, ସହରୀ କ୍ଷେତ୍ର କମ କୌଶଳରେ ରୋଜଗାର ସୃଷ୍ଟି କରିଥାଏ । ସହରୀ ଅଞ୍ଚଳରେ ଗ୍ରାମୀଣଙ୍କୁ ରୋଜଗାର ମିଳିଥାଏ, ଯେଉଁଥିରୁ ଗାଁକୁ ଟଙ୍କା ଆସିଥାଏ ।