ETV Bharat / business

ଏଭଳି ପୂରଣ ହେବ 5 ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନ

author img

By

Published : Sep 2, 2019, 1:09 PM IST

ଅର୍ଥନୀତିର ଆକାର 5 ଟ୍ରିଲିୟନ ଡଲାରରେ ପରିଣତ କରିବାକୁ ଗତ କିଛି ମାସ ଧରି ଲାଗିପଡିଛନ୍ତି ସରକାର । ହେଲେ ଏହାର ଆରମ୍ଭ ତୃଣମୂଳ ସ୍ତରରୁ ହେବା ଦରକାର । ଏନେଇ ଇଟିଭି ଭାରତର ଅନୁସନ୍ଧାନମୂଳକ ରିପୋର୍ଟ । ପଢନ୍ତୁ କିପରି ପୂରଣ ହେବ ମୋଦି ସରକାରଙ୍କ 5 ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନ ?

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତୀୟ ଅର୍ଥନୀତିର ଲକ୍ଷ୍ୟ କହିଲେ 5 ଟ୍ରିଲିୟନ ଡଲାର ଅର୍ଥନୀତି । ଆଉ ଏହାକୁ ଆସନ୍ତା 5 ବର୍ଷରେ ହାସଲ କରିବାକୁ ସ୍ବପ୍ନ ରଖିଛନ୍ତି ମୋଦି ସରକାର । ଏଥିଲାଗି ଭଳିକି ଭଳି ପ୍ଲାନିଂ-ପୋଗ୍ରାମ ସହ ଅର୍ଥମନ୍ତ୍ରୀ ମେଗା ପ୍ୟାକେଜର ଘୋଷଣା କରୁଛନ୍ତି । ଯେପରି ମାନ୍ଦା ଅବସ୍ଥା ଦୂର ହେବା ସହ ଦେଶ ମେରୁଦଣ୍ଡ ସୁଦୃଢ ହୋଇପାରିବ ।

ଅର୍ଥନୀତିର ଆକାର 5 ଟ୍ରିଲିୟନ ଡଲାରରେ ପରିଣତ କରିବାକୁ ଗତ କିଛି ମାସ ଧରି ଲାଗିପଡିଛନ୍ତି ସରକାର । କେବଳ ସରକାର ନୁହେଁ ଏ ନେଇ ଦୃଢ ଆଶାବାଦୀ ବି ଅଛନ୍ତି ବହୁ ହିତାଧିକାରୀ । ନେପୋଲିୟନ କହିଥିଲେ ‘ କିଛି ବି ଅସମ୍ଭବ ନୁହେଁ ’। ଏଣୁ ଭାରତ ମଧ୍ୟ 2024 ସୁଦ୍ଧା 5 ଲକ୍ଷ ଡଲାର ଅର୍ଥନୀତି ବଢିବା ସହ ଆମେରିକା ଭଳି ଅସନ୍ତୁଳିତ ହେବ ନାହିଁ । ଜାଣି ଆଶ୍ଚର୍ଯ୍ୟ ହେବେ ଆର୍ଥିକ ବିକାଶ ମଧ୍ୟ ଉଚ୍ଚଆୟ ଅସମାନତାକୁ ଜନ୍ମ ଦେଇଥାଏ ।

ତେବେ ଡବଲ ଅର୍ଥନୀତିର ଗୋଟିଏ ଉପାଦନ ହେଉଛି ରାଜ୍ୟ ଆର୍ଥିକ ସ୍ଥିତି । ରାଜ୍ୟର ଆର୍ଥିକ ସୁଧାର ଦେଶ ଅଭିବୃଦ୍ଧିର ପ୍ରମୁଖ ବୁଷ୍ଟର । କାରଣ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ରାଜ୍ୟ ଦ୍ବାରା ଖର୍ଚ୍ଚ କରାଯାଉଥିବା ଧନ କେନ୍ଦ୍ର ସରକାରଙ୍କ ଖର୍ଚ୍ଚ ଉପରେ ପ୍ରଭାବ ପକାଇଥାଏ । ଏଣୁ ଭାରତର ବିକାଶ ପାଇଁ ସମସ୍ତ ରାଜନୈତିକ ଦଳ ବିଶେଷକରି ରାଜ୍ୟରେ କ୍ଷମତାସୀନ ଦଳ ସବୁ ଆଗେଇ ଆସି କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ଦରକାର । ହେଲେ ବାସ୍ତବିକତା ଯେ, ରାଜ୍ୟଗୁଡିକ ସେତେବେଳେ ଆଗକୁ ଆସନ୍ତି, ଯେବେ ମନ୍ଦାବସ୍ଥା ମାଡରେ ମେରୁଦଣ୍ଡ ଦୁର୍ବଳ ହେବାକୁ ବସେ । ସେହି ସମୟରେ ତର୍କବିତର୍କ, ବିଚାରବିମର୍ଶ ଆଦି ଜରିଆରେ ପୂରା ଅର୍ଥନୀତିର ସମୀକ୍ଷା କରିବାକୁ ବସିପଡିନ୍ତି । ଯେତେବଳେ କି ନେଡି ଗୁଡ କହୁଣୀକୁ ବୋହିସାରିଥାଏ । ଆଉ ତା ପରେ ଏପରି ଏକ ସ୍ଥିତିରେ ପହଞ୍ଚନ୍ତି , ଯାହା ଅର୍ଥବ୍ୟବସ୍ଥାକୁ ବିଗାଡିଦେଇଥାଏ ।

ଅର୍ଥନୀତିର ଦୋହରୀକରଣରେ କୌଣସି ପ୍ରକାର ଅଭିବୃଦ୍ଧି ପାଇଁ କୃଷି , ବିନିର୍ମାଣ, ସେବା ଓ ରପ୍ତାନୀ ସମେତ ସମସ୍ତ କ୍ଷେତ୍ରର ଉନ୍ନତିକରଣ ଆବଶ୍ୟକ । ଭାରତର ଆର୍ଥିକ ବୃଦ୍ଧି ସେବା କ୍ଷେତ୍ରରେ ଯେତିକି ନିର୍ଭରଶୀଳ ତାଠାରୁ ଅଧିକ ସରକାରଙ୍କ ସମସ୍ତ ଉତ୍ସ ଉପରେ ହେଉଥିବା ଖର୍ଚ୍ଚ ଉପରେ ଆଧାରିତ । ଯେପରି ଶ୍ରମିକ, ବିନିର୍ମାଣ, କୃଷି, ନିବେଶ ଓ ଭିତ୍ତିଭୂମି ଆଦି ।

ସମସ୍ୟା- ବ୍ୟୟ ଓ ଋଣକୁ ନେଇ ଚିନ୍ତା

ରାଜ୍ୟଗୁଡିକ ପାଇଁ ସମସ୍ୟା ସେମାନଙ୍କ ଖର୍ଚ୍ଚ ଓ ଋଣଠାରୁ ଆରମ୍ଭ ହୋଇଥାଏ । ଯେଉଁଥିପାଇଁ ମୋଟ ମୁଲ୍ୟକୁ ଦେଖିବାକୁ 10 ବର୍ଷରେ ଅର୍ଥବ୍ୟବସ୍ଥା 2 ଗୁଣା ମଧ୍ୟ ବୃଦ୍ଧି ହୋଇନାହିଁ । 2014-17 ରେ ରାଜ୍ୟରେ କାରଖାନା ସଂଖ୍ୟା ସାମନ୍ୟ ବଢିଛି । ଆଉ ବାକି ବିମୁଦ୍ରିକରଣ ଓ ଜିଏସଟି ପ୍ରଭାବରେ ହ୍ରାସ ପାଇଛି । ରିପୋର୍ଟରୁ ଜଣାପଡିଛି ଯେ, 2010-14ରେ ଦେଶର ବହୁ ପ୍ୟାକ୍ଟ୍ରିରେ ସର୍ବାଧିକ ଅଭିବୃଦ୍ଧି ରେକର୍ଡ ହୋଇଛି । ଦୁଃଖର ବିଷୟ ଯେ, ମୋଟ ପୁଞ୍ଜି ଗଠନ କ୍ଷେତ୍ରରେ ସବୁ ରାଜ୍ୟ 2012-13 ରୁ 2016-17 ଭିତରେ ଏକାସାଙ୍ଗରେ ଖସିଛି । ଏପରିକି ସରକାରୀ ହିସାବରୁ ସଙ୍କେତ ମିଳିଛି ବିମୁଦ୍ରିକରଣ ଓ ଜିଏସଟି ପ୍ରହାରରେ ଅର୍ଥନୀତି କ୍ଷତିଗ୍ରସ୍ତ ହେବାକୁ ଲାଗିଥିଲା ।

ବ୍ୟୟ ଓ ଋଣହାର ଦ୍ରୁତ ହାରରେ ବୃଦ୍ଧି ପାଇଲେ ରାଜ୍ୟଗୁଡିକର ଆର୍ଥିକ ସମସ୍ୟା ବଢିଯାଇଥାଏ । ଯେତବେଳେକି ଏହାର ଭରଣପୋଷଣ ପାଇଁ ଆବଶ୍ୟକୀୟ ରାଜକୋଷ ନଥାଏ । ଫଳରେ ରାଜ୍ୟଗୁଡିକୁ ନାନା ଆର୍ଥିକ ସମସ୍ୟା ଭୋଗିବାକୁ ପଡିଥାଏ । ରାଜ୍ୟଗୁଡିକର ନିଜସ୍ବ ଟିକସ ରାଜସ୍ବ ବୃଦ୍ଧି ପାଇ 1990-91ରେ 11.99ଲକ୍ଷ କୋଟି ଥିଲା । ଯେତେବେଳେ କି 2014-15ରେ ଏହି ପରିମାଣ 7.80 ଲକ୍ଷରୁ ବଢି 11.99 ଲକ୍ଷ କୋଟିରେ ପହଞ୍ଚିଛି । ଯାହାକି ଅଧିକ ଋଣ ଓ ବ୍ୟୟ ପରେ ବି 35% ବଢିଥିଲା । ସବୁଠୁ ବଡ ସମସ୍ୟ ଯେ, ରାଜ୍ୟଗୁଡିକ ସେମାନଙ୍କ ବଜେଟ ଆଗତ ସମୟରେ ଅଧିକ ଆୟ ଆଶରେ ବ୍ୟୟ ପରିମାଣ ବଢାଇଦେଇଥାନ୍ତି । ଯାହାକି ପରବର୍ତ୍ତୀ ସମୟରେ ଆର୍ଥିକ ସଙ୍କଟ ରୂପ ନେଇଥାଏ । ଏଣୁ ବର୍ତ୍ତମାନ ସମୟରେ ଏକ ବଡ ପରିବର୍ତ୍ତନ ପାଇଁ ରାଜ୍ୟଗୁଡିକୁ ସେମାନଙ୍କ ଖର୍ଚ୍ଚ ଓ ଋଣ ନେଇ ଅଧିକ ଯତ୍ନଶୀଳ ରହିବାକୁ ହେବ । ଅର୍ଥାତ ‘ରାଜକୋଷୀୟ ଘଣ୍ଟା’ର ଆବଶ୍ୟକ ରହିଛି । ଏହା ଅଭିବୃଦ୍ଧି ପାଇଁ ନିହାତି ଦରକାର । କାରଣ 2008 ବିଶ୍ବ ଆର୍ଥିକ ସଙ୍କଟ ପରେ ଦେଶ ଅର୍ଥନୀତି ତଳମୁହାଁ ହେବାକୁ ଲାଗିଛି ।

ନିଟକରେ ଆରବିଆଇର ପ୍ରକାଶ କରିଥିବା ରାଜ୍ୟଗୁଡିକର ଅଧିକାଂଶ ବାଲାନ୍ସ ସିଟ ରିପୋର୍ଟ ଚିନ୍ତା ବଢାଇଦେଇଛି । ଏହା ଅନୁଯାୟୀ ରାଜ୍ୟଗୁଡିକର ବକେୟା ନେଣଦେଣ କ୍ରମଶଃ ବୃଦ୍ଧି ପାଇଥିବା ନଜର ଆସିଛି । 1991ରୁ ଏବେ ମଧ୍ୟରେ ଏପରି ଗୋଟିଏ ବି ବର୍ଷ ନାହିଁ ଯେଉଁଠି ବକେୟା ପରିମାଣ ହ୍ରାସ ପାଇଛି । ତେବେ ଗତ ବର୍ଷ ଏହା ସ୍ଥିର ରହିଛି । 1991ରେ ସମସ୍ତ ରାଜ୍ୟର ବକେୟା 1 କୋଟି 28 ଲକ୍ଷ କୋଟିରୁ ବଢି 2019 ମାର୍ଚ୍ଚ ଶେଷ ସୁଦ୍ଧା 45.408ଲକ୍ଷ କୋଟି ଟଙ୍କା ରହିଛି । ଆଉ ଏସବୁ ପଛରେ ରହିଛି ଦାୟିତ୍ବହୀନତା ଯୋଜନା ଓ ଅନାବଶ୍ୟକ ଖର୍ଚ୍ଚ ପାଇଁ ଋଣ । ବହୁ ରାଜ୍ୟ ସରକାର ଭୋଟ ପାଇଁ ବିଭିନ୍ନ ଲୋଭନୀୟ ଅଫର, ଯେପରି ସବସଡି , ଦରମା , ପେନସନ, ସରକାରୀ କର୍ମଚାରୀଙ୍କ ପାଇଁ ଭତ୍ତା ଆଦି ଘୋଷଣା କରି ନିୟଣ୍ଟ ପରିମାଣ ବୃଦ୍ଧି କରନ୍ତି । ଆଉ ଏପରି ବହୁ ମାମଲାରେ ରାଜ୍ୟଗୁଡିକ ମାସ ଚଳେଇବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଠାରୁ ଓଭରଡ୍ରାଫ୍ଟ ଲୋଡନ୍ତି । ଜରୁରୀକାଳୀନ ପରିସ୍ଥିତି ପାଇଁ ଆରବିଆଇ ଓଭରଡ୍ରାଫ୍ଟ ବ୍ୟବସ୍ଥା ଲାଗୁ କରିଛି ।

ପରିବର୍ତ୍ତନ ଦରକାର-

ରାଜ୍ୟଗୁଡିକ ଅନାବଶ୍ୟକ ଯୋଜନାକୁ କମାଇବା ଦରକାର । ମତଦାନ ଆଧାରରେ ସଂରକ୍ଷଣ ଦେବା ପକ୍ରିୟାରୁ ବନ୍ଦ କରୁ । ଅତିଆବଶ୍ୟକ ସାମାଜିକ ଖର୍ଚ୍ଚ ଉପରେ ନିବେଶ କରିବା ଆବଶ୍ୟକ । ସବୁ କ୍ଷେତ୍ରରେ ଲଗାତାର ସବସିଡ ଉପରେ ଲଗାମ ଲଗାଯାଉ । ଏଥିସହ ବଣ୍ଡ ବଜାରରେ ନିବେଶ ପରିମାଣ ବୃଦ୍ଧି ହେଉ ।

ବିଳମ୍ବ ପୂର୍ବରୁ ଆକ୍ସନ-

  • କେନ୍ଦ୍ର ସରକାରଙ୍କୁ ଭୋଟ ବ୍ୟାଙ୍କ, ରାଜନୀତି, ରାଜନୈତିକ ମାମଲାରୁ ଉର୍ଦ୍ଧ୍ବରେ ରହି ଆଗୁଆ ସତର୍କତା ଅବଲମ୍ବନ କରିବାକୁ ପଡିବ ।
  • ଉଭୟ କେନ୍ଦ୍ର ଓ ରାଜ୍ୟକୁ ବୁଝିବାକୁ ହେବ କି ରାଜକୋଷ ଜନତାଙ୍କ ଦୀର୍ଘକାଳୀନ ଆର୍ଥିକ ସ୍ଥିତିକୁ ସୁଦୃଢ କରିବ ।
  • ରାଜ୍ୟକୁ ଏହା ମଧ୍ୟ ବୁଝିବାକୁ ହେବ ଯେ, ସମ୍ବିଧାନ ଅନୁଯାୟୀ କେନ୍ଦ୍ର ସରକାରଙ୍କ ପାଖରେ ପାୱାର ରହିଛି । 360ର ପ୍ରୟୋଗ କରି ସରକାର ପ୍ରତିବନ୍ଧକ ଲଗାଇପାରିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.