ନୂଆଦିଲ୍ଲୀ: ମେସିନ କରିବ ମଣିଷ କାମ । ଭବିଷ୍ୟତରେ ନୂଆ ନୂଆ ଟେକ୍ନୋଲୋଜି ସାହଯ୍ୟରେ ଯେଉଁଭଳି ଭାବେ ବିକାଶ ହୋଇଚାଲିଥିବ, ସେହିଭଳି ଭାବେ ମଣିଷର ରୋଜଗାର ବିପଦରେ ପଡିଚାଲିଥିବ । ବିଶ୍ବ ଅର୍ଥନୈତିକ ମଞ୍ଚ (WEF ) ଏକ ରିପୋର୍ଟରେ ଏହାର ଖୁଲାସା କରିଛି ।
ରିପୋର୍ଟରେ କୁହାଯାଇଛି କି ଆଗାମୀ ଦିନରେ 8.7 କୋଟିଙ୍କ ଚାକିରୀ ବିପଦରେ ପଡିପାରେ । ‘ଫ୍ୟୁଚର ଅଫ ଜବ୍ସ ରିପୋର୍ଟ 2020’ ରେ ସାମ୍ନାକୁ ଆସିଛି ଯେ 9.7 କୋଟି ନୂଆ ଏଭଳି ଭୂମିକାର ମଧ୍ୟ ବିକାଶ ହେବ । ଯାହା ମାନବ, ମେସିନ ଓ ନୂଆ ପ୍ରକ୍ରିୟା ମଧ୍ୟରେ ସାମଞ୍ଜସ୍ୟ ଆଣିବାରେ ସହଯୋଗ କରିବ ।
ଯଦିଓ ଆଗାମୀ ଦିନରେ ଯେଉଁ ସବୁ ନୂଆ ଚାକିରୀର ବିକାଶ ହେବ , ତାହା ପତନ ହେବାକୁ ଥିବା ଚାକିରୀ ଉପରେ ଭାରୀ ପଡିବ । ଠିକ ପୂର୍ବ ବର୍ଷର ବିପରୀତ, ଯେଉଁଠି ଚାକିରୀରର ନିର୍ମାଣ ଧୀମା ରହିଛି , ଯେତେବେଳେ କି ଚାକିରୀ ସରିବା ସଂଖ୍ୟା ତୀବ୍ର ବେଗରେ ବଢିଥିବା ଦେଖିବାକୁ ମିଳିଛି । ରିପୋର୍ଟରେ କୁହଯାଇଛି କି, ନିଯୁକ୍ତିଦାତା ଆଶା କରୁଛନ୍ତି ଯେ 2025 ସୁଦ୍ଧା ଶ୍ରମଶକ୍ତି 15.4 ପ୍ରତିଶତରୁ 9 ପ୍ରତିଶତକୁ ହ୍ରାସ ପାଇବ ଏବଂ ନୂତନ ଚାକିରୀରେ ମଧ୍ୟ 7.8 ପ୍ରତିଶତରୁ 13.5 ପ୍ରତିଶତକୁ ବୃଦ୍ଧି ପାଇବ ।
ଏଥିରେ ଆଗକୁ କୁହାଯାଇଛି କି, ‘‘ ଏହି ସଂଖ୍ୟା ଆଧାରରେ ଆମେ ଅନୁମାନ ଲଗାଇଛୁ କି, 2025 ସୁଦ୍ଧା 8.7 କୋଟି ଚାକିରୀ ମଣିଷରୁ ମେସିନରେ ବିସ୍ଥାପିତ ହେବ । ଯେତେବେଳେ କି 9.7 କୋଟି ନୂତନ ଭୂମିକା ସୃଷ୍ଟି ହେବ, ଯାହା ମେସିନ୍, ମାନବ କର୍ମବଳ ଏବଂ ନୂତନ ପ୍ରକ୍ରିୟା ମଧ୍ୟରେ ସାମଞ୍ଜସ୍ୟ କରାଯାଇଥିବା ଦେଖାଦେବ |