ETV Bharat / business

ଥମୁନି ବ୍ୟାଙ୍କ ଠକେଇ, ବର୍ଷକୁ ସାଢେ 71 ହଜାର ମାମଲା ରୁଜୁ - fraud

ସତର୍କ ରୁହନ୍ତୁ ବ୍ୟାଙ୍କ ଗ୍ରାହକ । ଦିନକୁ ଦିନ ବଢିବାରେ ଲାଗିଛି ବ୍ୟାଙ୍କ ଠକେଇ । ଆଉ ଏହାକୁ ଦେଖିବାକୁ ଗଲେ କାର୍ଯ୍ୟାନୁଷ୍ଠାନ ଶୂନ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 3, 2019, 7:48 PM IST

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ବ୍ୟାଙ୍କ ଫ୍ରଡ କେସ । ସୋସିଆଲ ମିଡିଆର ଅପବ୍ୟବହାର କରି ହ୍ୟାକ କରାଯାଉଛି ଗ୍ରାହକଙ୍କ ଆକାଉଣ୍ଟ । ଏପରିକି ଭୁଲ ମେସେଜ ଓ ଫେକ କଲ ଜରିଆରେ ଏଟିଏମରୁ ଟଙ୍କା ଲୁଟ କରୁଥିବା ନଜର ଆସିଛି । ଏଥିସହ ବହୁ ବ୍ୟାଙ୍କିଙ୍ଗ ଆପ ତିଆରି କରି ବିଭିନ୍ନ ଫ୍ରଡ ଆର୍ଥିକ ସଂସ୍ଥା ଆକାଉଣ୍ଟ ଖାଲି କରିଦେଉଛନ୍ତି । ଯେଉଁଥିପାଇଁ ମାତ୍ର ଗୋଟିଏ ବର୍ଷ(2018-19) ରେ 71,500 କୋଟି ଟଙ୍କାର 6,800 ଉର୍ଦ୍ଧ୍ବ ମାମଲା ଦାଏର ହୋଇସାରିଲାଣି ।

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ରିପୋର୍ଟ ମୁତାବକ, ବର୍ଷାନୁକ୍ରମିକ ବୃଦ୍ଧି ପାଉଛି ଜାଲିଆତି ମାମଲା । 2017-18ରେ 41,167.03କୋଟି ଟଙ୍କାର 5,916 ମାମଲା ସାମ୍ନାକୁ ଆସିଛି । ଏହା 73 ପ୍ରତିଶତ ବଢି 2018-19ରେ 71,500କୋଟିର 6,800ରେ ପହଞ୍ଚିଛି । ସେହିପରି 2008-09, 2009- 10, 2015-16 ଓ2016-17 ରେ ଯଥାକ୍ରମେ 1,860.09, 1,998.94, 18,698.82, 23,933.85 କୋଟି ଟଙ୍କାର 4,372 , 4,669, 4,693, 5,076 ମାମଲା ଦାଏର ହୋଇଛି ।

ଫଳରେ ଗତ 11 ଆର୍ଥିକ ବର୍ଷ ଭିତରେ 2.05 ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଧନରାଶିର ବ୍ୟାଙ୍କିଙ୍ଗ ଠକେଇ ନାମରେ 53,334 ମାମଲା ଦାଏର ହୋଇଛି । ଏଥିମଧ୍ୟରେ ପଳାତକ ବିଜୟମାଲ୍ୟା, ନୀରବମୋଦି ଆଦି ବଡବଡିଆ ଠକଙ୍କ ମାମଲା ମଧ୍ୟ ସମ୍ପୃକ୍ତ ରହିଛି ।

ତେବେ ମାମଲା ଦାଏର ହେବା ନେଇ ରେକର୍ଡ ରହିଛି । ହେଲେ ଏ ନେଇ କାର୍ଯ୍ୟନୁଷ୍ଠାନ କେତେ ଦୂର ଯାଇଛି , ତାହାର କୌଣସି ସୂଚନା ରହିନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

Intro:Body:

sdfs

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.