ETV Bharat / business

54 ଜିଲ୍ଲାରେ ଦେଶର 55 ପ୍ରତିଶତ ପ୍ରବାସୀ, ଉତ୍ତରପ୍ରଦେଶ ଓ ବିହାରର 44 ଜିଲ୍ଲା

ଦେଶର 50 ପ୍ରତିଶତ ପ୍ରବାସୀ 54 ଜିଲ୍ଲାରେ ରହିଛନ୍ତି । ସେଥିରୁ 44 କେବଳ ଉତ୍ତର ପ୍ରଦେଶ ଓ ବିହାରର ରହିଥିଲା ବେଳେ ଓଡିଶାର ଗଞ୍ଜାମ ଏହି ଲିଷ୍ଟରେ ରହିଛି । ଅଧିକ ପଢନ୍ତୁ...

54 districts account for 50 percent migration, 44 in UP, Bihar
54 ଜିଲ୍ଲାରେ ଦେଶର 55 ପ୍ରତିଶତ ପ୍ରବାସୀ
author img

By

Published : May 31, 2020, 12:32 AM IST

ନୂଆଦିଲ୍ଲୀ: ଭାରତରେ ପୁରୁଷ ପ୍ରବାସୀଙ୍କ ଅଧା ଦେଶର 54 ଜିଲ୍ଲାରେ ଅଛନ୍ତି । ଆଉ ଏହି 54 ଜିଲ୍ଲା ମଧ୍ୟରୁ 44 ଜିଲ୍ଲା ଉତ୍ତର ପ୍ରଦେଶ ଓ ବିହାରର ରହିଛି ।

ଏହି 54 ଜିଲ୍ଲା ମଧ୍ୟରେ 24 ଉତ୍ତର ପ୍ରଦେଶ ଓ 20 ବିହାରର ରହିଛି । ପ୍ରବାସୀଙ୍କ ସଂଖ୍ୟା ଆଧାରରେ ତଥ୍ଯ ଆଶ୍ଚର୍ଯ୍ୟ କରିଦେଲା ଭଳି ରହିଛି । ଦେଶରେ ବର୍ତ୍ତମାନ ମୋଟ 739 ଜିଲ୍ଲା ରହିଛି । ଏଥିରେ କିଛି ଜିଲ୍ଲାକୁ ‘ମନି ଅର୍ଡର ଅର୍ଥବ୍ୟବସ୍ଥା’ ଭାବେ ବି ଜଣାାଏ । କାରଣ ଏଥିରେ ଅଧିକାଂଶ ପ୍ରବାସୀ ଶ୍ରମିକ ଭାବେ ଜୀବିକା ନିର୍ବାହ କରନ୍ତି ।

ଏହି ତଥ୍ୟ 2017 ଜାନୁଆରୀରେ Ministry of Housing and Poverty Alleviation ଦ୍ୱାରା ଜାରି ହୋଇଥିଲା । ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ, ନିଯୁ୍କ୍ତି ସୃଷ୍ଟିରେ ବିଫଳ ହୋଇଥିବା ଏହି 2 ରାଜ୍ୟର ନେତୃତ୍ବ ଉପରେ ଏହା ଏକ ପ୍ରତିଫଳନ ।

ଉତ୍ତର ପ୍ରଦେଶର 24 ଓ ବିହାରର 20 ଜିଲ୍ଲାକୁ ବାଦ ଦେଲେ ଯେଉଁ 10 ଅନ୍ୟ ଜିଲ୍ଲା ରହିଛି, ସେଠାରେ ପୁରୁଷ ପ୍ରବାସୀଙ୍କ ସଂଖ୍ୟା ସର୍ବାଧିକ । ଏଥିରେ ଉତ୍ତରାଖଣ୍ଡ 2 ଜିଲ୍ଲା ସାମିଲ ରହିଛି । ଏଥିସହ ପଶ୍ଚିମବଙ୍ଗାଳର 2, ଝାଡଖଣ୍ଡର 1 ଓ ଓଡିଶାର ଗଞ୍ଜାମ, କର୍ଣ୍ଣାଟକର ଗୁଲବର୍ଗ, ରାଜସ୍ଥାନର ପାଲି ଓ ମହାରାଷ୍ଟ୍ରର ଜଳଗାଓ ଜିଲ୍ଲା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.