ନୂଆଦିଲ୍ଲୀ: ବିଶ୍ବର 36 ସହର ଲିଷ୍ଟରେ ସାମିଲ ହୋଇଛି ବେଙ୍ଗାଲୁରୁ , ଫରିଦାବାଦ, ଇନ୍ଦୋର ଏବଂ ହାଇଦ୍ରାବାଦ । ଏହି ସହରଗୁଡିକ ‘ ଜି 20 ଗ୍ଲୋବାଲ ସ୍ମାର୍ଟ ସିଟି ଆଲାଏନ୍ସ’ ଅଧିନରେ ନୂଆ ଟେକ୍ନୋଲୋଜିକୁ ସୁରକ୍ଷିତ ପ୍ରକ୍ରିୟାରେ ଆପଣାଇବାକୁ ରୂପରେଖ ପ୍ରସ୍ତୁତି ପାଇଁ ସହମତି ପ୍ରକାଶ କରିଛନ୍ତି ।
ବିଶ୍ବ ଆର୍ଥିକ ମଞ୍ଚ ( ୱାଲ୍ଡ ଇକୋନୋମି ପ୍ଲାର୍ଟଫର୍ମ) ମଙ୍ଗଳବାର ଏକ ବିବୃତ୍ତି ଜାରି କରି କହିଛି କି, କୋଭିଡ-19 ଯୋଗୁଁ ସହରରେ ଦ୍ରୁତ ଗତିରେ ନୂଆ ଟେକ୍ନୋଲୋଜି ଆପଣାଯାଉଛି । ଏବଂ ସରକାର ସୀମିତ ସମ୍ବଳ ସହିତ ମହାମାରୀ ମାମଲା ବଢିବା ସହ ବିପଦର ସମ୍ମୁଖୀନ ହେଉଛନ୍ତି ।
ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି କି, ଡବ୍ଲୁଇଏଫ 6 ମହାଦ୍ବୀପର 22 ଦେଶର 36 ସହରକୁ ଜି-20 ଗ୍ଲୋବାଲ ସ୍ମାର୍ଟ ସିଟି ଆଲାଏନ୍ସ ଦ୍ବାରା ବିକଶିତ କରାଯାଉଥିବା ନୂଆ ବୈଶ୍ବିକ ନୀତିର ରୂପରେଖ ପ୍ରସ୍ତୁତି ପାଇଁ ଚୟନ କରାଯାଇଛି ।
ବେଙ୍ଗାଲୁରୁ, ଫରିଦାବାଦ, ଇନ୍ଦୋର ଏବଂ ହାଇଦ୍ରାବାଦ ବ୍ୟତିତ ଲଣ୍ଡନ, ମାସ୍କୋ, ଟୋରଣ୍ଟୋ ବ୍ରାସିଲିୟା, ଦୁବାଇ ଓ ମେଲବର୍ନକୁ ମଧ୍ୟ ଏଥିଲାଗି ଚୟନ କରାଯାଇଛି ।