ETV Bharat / business

ଦକ୍ଷତା ବିକାଶରେ ପଛୁଆ ଓଡିଶା, 31% ଚାକିରୀ ପାଇଁ ଅଯୋଗ୍ୟ - India Skills Report

ହୁ ହୁ ହୋଇ ବଢୁଥିବା ବେକାରୀ ସଂଖ୍ୟା ମଧ୍ୟରେ ଆସିଥିବା ନିଯୁକ୍ତି ରିପୋର୍ଟ ବଢାଇଛି ଓଡିଶାର ଚିନ୍ତା । ରାଜ୍ୟର 31 ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ଭଲ ଚାକିରୀଟିଏ ପାଇଁ ଯୋଗ୍ୟତା । ଅଧିକ ପଢନ୍ତୁ..

ଦକ୍ଷତା ବିକାଶରେ ଅପହଞ୍ଚ ଓଡିଶା , 31 ପ୍ରତିଶତ ଚାକିରୀ ପାଇଁ ଅଯୋଗ୍ୟ

author img

By

Published : Mar 3, 2021, 8:11 PM IST

ଭୁବନେଶ୍ବର: ଓଡିଶାର 31 ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତିଯୋଗ୍ୟ ନୁହଁନ୍ତି । ହଁ , ଏହା ଠିକ , ଦି ଇଣ୍ଡିଆ ସ୍କିଲ୍ସ ରିପୋର୍ଟ 2021 ଅନୁସାରେ ଓଡିଶାର ପ୍ରାୟ 31 ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଭଲ ଚାକିରୀ ପାଇଁ ଦକ୍ଷତାର ଅଭାବ ରହିଛି ।

ଏଭଳି ଉଦବେଗଜନକ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ବି ସତ । ଇଂରାଜୀ ଭାଷା ଜ୍ଞାନ ହେଉ କିମ୍ବା କମ୍ପ୍ୟୁଟର ଶିକ୍ଷାରେ ଓଡିଶା ଦୁର୍ବଳ । ଏପରିକି ଆସାମ ଓ ମଧ୍ୟପ୍ରଦେଶ ଠାରୁ ମଧ୍ୟ ଓଡିଶା ପଛରେ ରହିଛି । ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ପାଇଁ ଏ ବର୍ଷ ବଜେଟରେ 100 କୋଟି ଟଙ୍କା ଆବଣ୍ଟନ ହୋଇଛି । ଏପରିକି ସ୍କିଲ୍ ଓଡିଶା ବିକାଶ ନେଇ ବହୁ ପଦକ୍ଷେପ ହାତକୁ ନିଆଯାଉଛି । ତା ପରେ ବି ଇଂରାଜୀ ଦ୍ବିତୀୟ ଭାଷା ଭାବେ ପ୍ରଚଳିତ ରାଜ୍ୟମାନଙ୍କରେ ଓଡିଆଙ୍କ ଦକ୍ଷତା କମ ରହିଛି । ଏହି ଲିଷ୍ଟର ଶ୍ରେଷ୍ଠ 10ରେ ରାଜସ୍ଥାନ, ମଧ୍ୟ ପ୍ରଦେଶ, କେରଳ, ତେଲେଙ୍ଗାନା, ଆସାମ, ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ରହିଛନ୍ତି ।

ଯଦି ନିଯୁକ୍ତି ପାଇଁ ଭଲ ଦକ୍ଷତା ଓ ଯୋଗ୍ୟତା ରହିଥିବା ତେବେ କମ୍ପାନୀଗୁଡିକ ସହଜରେ ଚାକିରୀ ଦେବାକୁ ଆଗ୍ରହ ହୋଇଥାନ୍ତି । କାରଣ ସେମାନଙ୍କୁ ନିଯୁକ୍ତି ଦକ୍ଷତାକୁ ବଢାଇବାକୁ ଅଧିକ ଖର୍ଚ୍ଚ କରିବାକୁ ପଡିନଥାଏ । ଆଉ ଏଭଳି ନିଯୁକ୍ତି ଦକ୍ଷତା ଥିବା ପ୍ରମୁଖ 10 ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଷ ଦିଲ୍ଲୀ, ତେଲେଙ୍ଗାନା, ଗୁଜୁରାଟ , ପଶ୍ଚିମବଙ୍ଗ ଓ ରାଜସ୍ଥାନ ରହିଛି । ସେହିଭଳି ଭୁବେନଶ୍ବର ଏକ ସ୍ମାର୍ଟସିଟି ହୋଇଥିଲେ ବି ରୋଜଗାର କ୍ଷମତା ସହର ମାନଚିତ୍ରରେ ଏହାର ଚିହ୍ନବର୍ଣ୍ଣ ନାହିଁ ।

ରାଜ୍ୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ସମ୍ବନ୍ଧୀୟ ଇଣ୍ଡିଆ ସ୍କିଲସ୍ ରିପୋର୍ଟ ସମସ୍ତଙ୍କ ଚିନ୍ତା ବଢାଇଛି । ଆଉ ବର୍ତ୍ତମାନର ସଙ୍କଟ ସମୟରେ ବେକାରୀ ସଂଖ୍ୟା ବଢୁଥିବା ବେଳେ ଦକ୍ଷତାରେ ବ୍ୟତିକ୍ରମ ନେଇ ଦେଖାଦେଇଥିବା ଏହି ସମସ୍ୟା ଏବେ ରାଜ୍ୟର ନିଯୁକ୍ତି ଭାରକୁ ଭାରୀ କରିଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.