ETV Bharat / business

ଉଜ୍ଜଳା ହିତାଧୀକାରୀଙ୍କୁ ମିଳିବ ମାଗଣା 3 ଗ୍ୟାସ ସିଲିଣ୍ଡର ! - Ujjawala Subscribers

ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ଦେବା ଅବଧି ଆଉ 3 ମାସ ବୃଦ୍ଧି ନେଇ ଦିଆଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି ସରକାର । ଏ ନେଇ ଶୀଘ୍ର ହୋଇପାରେ ଘୋଷଣା । ଅଧିକ ପଢନ୍ତୁ..

3 Free LPG Cylinders Likely Again For Ujjawala Subscribers

author img

By

Published : Mar 6, 2021, 6:20 PM IST

ନୂଆଦିଲ୍ଲୀ: ଉଜ୍ଜ୍ଵଳା ଯୋଜନା ହିତାଧିକାରୀଙ୍କୁ ମିଳିପାରେ ମାଗଣା ସିଲିଣ୍ଡର । ଆର୍ଥିକ ବର୍ଷ 2021-22 ରେ ତିନିମାସ ପାଇଁ ଉଜ୍ୱଲା ସ୍କିମ ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଣ ପାଇଁ ସରକାର ଏକ ପ୍ରସ୍ତାବ ଆଣିପାରନ୍ତି । ଯାହା ଫଳରେ 83 ମିଲିୟନ ବିପିଏଲ ପରିବାର ଉପକୃତ ହୋଇପାରିବେ ।

ସିଲିଣ୍ଡର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇ ବିପିଏଲ ଶ୍ରେଣୀ ପାଇଁ ଏହା ବୋଝ ଉପରେ ନଳିତା ବିଡା ସାଜିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବା ସମୟ ସୀମାକୁ ଆହୁରି 3 ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା ନେଇ ଚିନ୍ତା କରିଛନ୍ତି ।

ବୈଶ୍ବିକ ସ୍ତରରେ ଦାମ ବୃଦ୍ଧି ଯୋଗୁଁ ଏହାର ପ୍ରଭାବରେ ଘରୋଇ ବଜାରରେ 14.2 କିଲୋ ରନ୍ଧନ ଗ୍ୟାସ ଦାମ ଜାନୁଆରୀରୁ 125 ଟଙ୍କା ବୃଦ୍ଧି ହେଲାଣି । ଫଳରେ ଏଲପିଜି ସିଲିଣ୍ଡର ଦାମ 694 ଟଙ୍କାରୁ ଏବେ 819 ଟଙ୍କାରେ ପହଞ୍ଚିଲାଣି । ବାସ୍ତବରେ ଗତ ବର୍ଷ ମେ ମାସରୁ ଦିଲ୍ଲୀରେ ରନ୍ଧନ ଗ୍ୟାସର ମୂଲ୍ୟ 237.50 ଟଙ୍କା ବୃଦ୍ଧି ପାଇଛି ।

ତଥ୍ୟ ଅନୁସାରେ କୋଭିଡ ମହାମାରୀ ବର୍ତ୍ତମାନ ସୁଦ୍ଧା ଦେଶକୁ ପ୍ରଭାବିତ କରୁଛି ଏବଂ ବିଭିନ୍ନ ସ୍ତରରେ ବ୍ୟାଘାତ ସୃଷ୍ଟି କରୁଛି । ଏଣୁ ଏହାର ମୁକାବିଲା ସହ ଅର୍ଥନୀତିରୁ ଭିଟାମିନ ଦେବା ପାଇଁ ଆସନ୍ତା ଆର୍ଥିକ ବର୍ଷ ମଧ୍ୟ ସରକାର ଅଧିକ ଉତ୍ସାହଜନକ ପଦକ୍ଷେପ ନେଇପାରନ୍ତି । ଯଦି ଉଜ୍ଜ୍ବଳା ଗ୍ରାହକଙ୍କୁ ତିନୋଟି ମାଗଣା ଏଲପିଜି ସିଲିଣ୍ଡର ଯୋଗାଣ ଘୋଷଣା ହୁଏ ତେବେ ଏହା ଏକ ବଡ ରିଲିଫ ଦେବ ।

ଗତ ବର୍ଷ ଘୋଷଣା ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ବିପିଏଲ୍‌ ପରିବାରକୁ 3 ମାସ ଯାଏଁ ଗ୍ୟାସ ସିଲିଣ୍ଡର ମାଗଣା ରେ ଦେବାକୁ ଘୋଷଣା ହୋଇଥିଲା । ଏଥିରେ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ସହିତ ସମାନ ନଗଦ ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥିଲା ।

2021-22 ବଜେଟରେ ମଧ୍ୟ ଦୁଇ ବର୍ଷ ମଧ୍ୟରେ ଉଜ୍ଜଳା ଯୋଜନା ଅଧୀନରେ 10 ନିୟୁତ ହିତାଧିକାରୀ ଯୋଗ ଦେବାକୁ ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2016 ମେ 1 ରେ ଉତ୍ତରପ୍ରଦେଶରେ ଉଜ୍ଜଳା ସ୍କିମର ଶୁଭାରମ୍ଭ କରିଥିଲେ । ଉଜ୍ଜଳା ଯୋଜନାରେ ଦେଶରେ ପ୍ରାୟ 8 ଲକ୍ଷ ବିପିଏଲ୍‌ ପରିବାର ପଞ୍ଜିକୃତ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.