ETV Bharat / budget-2019

ବଜେଟ 2019: ଆୟକର ଦାଖଲ ପାଇଁ ପ୍ୟାନ୍ ଜରୁରୀ ନୁହେଁ

ଆୟକର ଦାଖଲ ସମୟରେ ଏଥର ଆଉ ପ୍ୟାନ୍ କାର୍ଡ ବାଧ୍ୟତାମୂଳକ ନୁହେଁ । ଏହା ବଦଳରେ ଆଧାର କାର୍ଡ ବ୍ୟବହାର କରାଯାଇପାରିବା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

ଡିଜାଇନ ଫଟୋ
author img

By

Published : Jul 5, 2019, 9:24 PM IST

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର 2019-20 ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ଆୟକର ଦାଖଲ କରିବାରେ ଆଉ ପ୍ୟାନ୍ ବଦଳରେ ଆଧାରକାର୍ଡ ମଧ୍ୟ ବ୍ୟବହାର କରାଯାଇପାରିବ । ପ୍ୟାନ୍ କାର୍ଡ ଆଉ ବାଧ୍ୟତାମୂଳକ ନୁହେଁ ବୋଲି ଦର୍ଶାଯାଇଛି ।

ଭାରତର 120 କୋଟିରୁ ଅଧିକ ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି । ତେଣୁ ଆୟକର ଦାଖଲ କରିବା ପ୍ରକ୍ରିୟାକୁ ସରଳ କରିବା ପାଇଁ ଆଧାରକୁ ମଧ୍ୟ ବ୍ୟବହାର କରାଯାଇପାରିବ । ତେଣୁ ପ୍ୟାନ୍ ବାଧ୍ୟତାମୂଳକ ନୁହେଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏଥର ଯାହା ପାଖରେ ପ୍ୟାନ୍ କାର୍ଡ ନାହିଁ ସେମାନେ ଆଧାର କାର୍ଡ ନମ୍ବର ଦେଇ ଆୟକର ଦାଖଲ କରିପାରିବେ । 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ।

Intro:ଉଚ୍ଚଶିକ୍ଷା ବିଭଗର ଖାମଖିଆଲୀ ନିତୀ ଯୋଗୁଁ ଜଣେ ଛାତ୍ରୀ ସମସ୍ତ ବିଷୟରେ ପରିକ୍ଷା ଦେଇଥିଲେ ମଧ୍ୟ ଗୋଟିଏ ବିଷୟରେ ପରିକ୍ଷା ନଦେବା ଦର୍ଶାଇ ଫେଲ ହେବା ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଯୋର ଧରିଛି ।ଏଭଳି ଘଟଣା ଘଟିଛି ରାୟଗଡ଼ା ସ୍ୱୟଂ ଶାସିତ ମହା ବିଦ୍ୟାଳୟରେ । ଫଳରେ ସମ୍ପୃକ୍ତ ଛାତ୍ରୀ ଜଣକ ହତାଶ ହୋଇ ଉଚ୍ଚଶିକ୍ଷା ବିଭାଗକୁ ଦୈଡ଼ି ଦୈଡ଼ି ନୟାନ୍ତ ହୋଇଛନ୍ତି ।Body:ଏ ହେଲେ ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୨ ଛାତ୍ରୀ ପିନିଟିଂ ଲିକିତା । ଚଳିତ ବର୍ଷ +୨ ବାଣିର୍ଯ୍ୟରେ ବୋଡ଼ ପରିକ୍ଷା ଦେଇଥିଲେ । ପରିକ୍ଷାରେ ସବୁ ବିଷୟରେ ଭଲ କରିଥିଲେ । ହେଲେ ପରିକ୍ଷା ଫଳ ବାହାରିବା ପରେ ସେ ଫେଲ ହୋଇଥିବା ଜଣାପଡ଼ିଛି ।ଚଳିତ ପରିକ୍ଷାରେ ଓଡ଼ିଆ ପରିକ୍ଷାରେ ଅନୁପସ୍ଥିତ ଥିବା ଦର୍ଶାଇ ସେ ଫେଲ ହୋଇଥିବା ଉଚ୍ଚଶିକ୍ଷା ବୋଡ଼ ପକ୍ଷରୁ ମିଳିଥିବା ମାର୍କସିଟରୁ ଜଣାପଡ଼ିଛି । ନିକିତା ସବୁ ପରିକ୍ଷା ଦେଇଥିବା ଓ ତାଙ୍କ ସ୍ୱାକ୍ଷର ଉପସ୍ଥାନ ଫର୍ମରେ ଏବଂ ମେମୋ ଫର୍ମ ସମେତ ସମସ୍ତ କାଗଜ ପତ୍ରରେଥିବା ବେଳେ ତାଙ୍କୁ ପରିକ୍ଷା ନଦେବା ଭଳି ଦର୍ଶାଇ ଫେଲ କରିଦିଆଯାଇଛି । ଏନେଇ ସେ କଲେଜ ପ୍ରିନସପାଲ ଏବଂ ଭୁବନେଶ୍ୱର ଉଚ୍ଚଶିକ୍ଷା ବୋଡ଼ର ଦ୍ୱାରସ୍ଥ ହୋଇଥିଲେ ସୁଧା ଏ ଯାଏଁ କୈଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି ନିକିତା          । ସେପଟେ ନିକିତା ପରିକ୍ଷାରେ ଫେଲ ହୋଇଥିବା ଖବର ପାଇ ପିତାମାତା ଓ ପରିବାର ଦୁଖରେ ଭାଙ୍ଗିପଡ଼ିଛନ୍ତି । ଝିଅ ସମସ୍ତ ବିଷୟରେ ଭଲମାର୍କ ରଖିଥିଲେ ମଧ୍ୟ ଓଡ଼ିଆରେ ପରିକ୍ଷା ଦେବା ପରେ ଉଚ୍ଚ ଶିକ୍ଷା ବିଭାଗର ଏଭଳି ଅନ୍ୟାୟ ନିଷ୍ପତି ପାଇଁ ମର୍ମାହତ ହୋଇଛନ୍ତି ପରିବାର ବର୍ଗ । ଝିଅର ଏହି ସମସ୍ୟାପାଇଁ କଲେଜ ପ୍ରିନସପାଲଙ୍କ ଚିଠି ନେଇ ଉଚ୍ଚ ଶିକ୍ଷା ବିଭାଗର ଦ୍ୱାରସ୍ତ ହୋଇଥିଲେ ମଧ୍ୟ କେବଳ ପ୍ରତିଶୃତି ମିଳିଥିବା କହିଛନ୍ତି ନିକିତାଙ୍କ ବାପା ।
ବାଇଟ - ପିନିଟିଂ ନିକିତା
ବାଇଟ - ପିନିଟଂ ବିଜୟ ( ନିକିତାଙ୍କ ପିତା )
Conclusion:ତେବେ କଲେଜ ପକ୍ଷରୁ ନିକିତାଙ୍କ ପରିକ୍ଷାରେ ଉପସ୍ଥିତ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରମାଣର କାଗଜ ପତ୍ର ବୋଡ଼ ନିକଟରେ ଦାଖଲ କରାଯାଇଥିବା ବେଳେ ଉଚ୍ଚଶିକ୍ଷା କତୃପକ୍ଷଙ୍କ ପୁଣି ନିକିତାଙ୍କ ଫଳାଫଳ ପୁନପ୍ରକାଶିତ ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି କଲେଜର ଅଧକ୍ଷ ।
ବାଇଟ - ପ୍ରଫେସର ସୁର୍ଯ୍ୟନାରାୟଣ ତ୍ରିପାଠୀ ( ଅଧକ୍ଷ , ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟଳୟ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.