ETV Bharat / budget-2019

ବଜେଟ: ବ୍ରିଫକେଶ ପରମ୍ପରା ଭାଙ୍ଗିଲେ ନିର୍ମଳା, ଜାଣନ୍ତୁ କାହିଁକି ? - ଅର୍ଥମନ୍ତ୍ରୀ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାଙ୍ଗିଲେ ପରମ୍ପରା । ବ୍ରିଫକେଶ ବଦଳରେ ନାଲି କପଡାରେ ସମସ୍ତ ବଜେଟ ଦସ୍ତାବିଜ ଧରି ସଂସଦକୁ ଆସିଲେ ନିର୍ମଳା । ଜାଣନ୍ତୁ ଏହା ପଛର କାରଣ...

ଡିଜାଇନ ଫଟୋ
author img

By

Published : Jul 5, 2019, 2:04 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ ଆଗତ ହୋଇଛି । ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବା ସହ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ଇତିହାସ ରଚିଛନ୍ତି । ଏହାସହ ବଜେଟ ଉପସ୍ଥାପନ କରିଆସୁଥିବା ଅର୍ଥମନ୍ତ୍ରୀଙ୍କ ବ୍ରିଫକେଶ ବଦଳରେ ନାଲି କପଡାରେ ସମସ୍ତ ଦସ୍ତାବିଜ୍ ଧରି ସଂସଦକୁ ଆସିଥିଲେ ନିର୍ମଳା । ଯାହା ବର୍ଷବର୍ଷର ପରମ୍ପରାକୁ ଭାଙ୍ଗିବା ସହ ପ୍ରଥମଥର ଏହାକୁ ବଜେଟ ନୁହେଁ କୁହାଯାଇଛି 'ଦେଶର ବହିଖାତା' ।

photo
ଡିଜାଇନ ଫଟୋ

ପୂର୍ବରୁ ଦେଖାଯାଇଛି ସଂସଦରେ ବଜେଟ ଉପସ୍ଥାପନା କରିବାକୁ ଅର୍ଥମନ୍ତ୍ରୀ ହାତରେ ବ୍ରିଫକେଶ ଧରି ସଂସଦର ପହଞ୍ଚିଥାନ୍ତି । ତେବେ ବଜେଟ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ଏହି ବ୍ରିଫକେଶ ବା ସୁଟକେସରେ ରଖାଯାଉଥିଲେ ମଧ୍ୟ ଏହାର ରଙ୍ଗ ପରିବର୍ତ୍ତନ ହୋଇଥାଏ । ମାତ୍ର ଚଳିତବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦସ୍ତାବିଜ୍‌ ଗୁଡ଼ିକୁ ନାଲି ମଖମଲି କପଡ଼ାରେ ଗୁଡ଼ାଇବା ସହ ଏକ ଫିତାରେ ବନ୍ଧା ଯାଇଥିଲା ଓ ଏହା ଉପରେ ଏକ ଅଶୋକ ସ୍ତମ୍ଭ ମଧ୍ୟ ଥିଲା।

'ବଜେଟ ନୁହେଁ ବହିଖାତା'
ତେବେ ଚଳିତବର୍ଷର ବଜେଟକୁ ନାଲି ରଙ୍ଗର ମଖମଲି କପଡାରେ ଗୁଡାଇ ଆଣିବା ପଛରେ ମୁଖ୍ୟ କାରଣ ହେଉଛନ୍ତି ମୁଖ୍ୟ ଆର୍ଥିକ ପରାମର୍ଶଦାତା କେ.ସୁଭ୍ରମଣ୍ୟମ । ସେ କହିଛନ୍ତି ଯେ, ଚାଲିଆସୁଥିବା ବ୍ରିଫକେଶ ଆମ ଭାରତୀୟ ପରମ୍ପରା ନୁହେଁ । ଏହା ପଶ୍ଚାତ୍ୟ ପରମ୍ପରା । ବ୍ୟାଗରେ ବଜେଟ୍ ପରମ୍ପରା ୧୭୩୩ ମସିହାରେ ଆରମ୍ଭ ହୋଇଥିଲା ଯେତେବେଳେ, ବ୍ରିଟିଶ ସରକାର ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ରବର୍ଟ ୱାଲପୋଲ୍ ବଜେଟ୍ ଉପସ୍ଥାପନ କରିବାକୁ ଆସିଥିଲେ । ମାତ୍ର ସ୍ବାଧୀନତା ପରେ ପ୍ରଥମ ବଜେଟ ତତ୍କାଳୀନ ଅର୍ଥମନ୍ତ୍ରୀ ଆର.କେ ଶନମୁଗଣ ଚେଟ୍ଟୀ, 26 ନଭେମ୍ବର 1947ରେ ଏକ ବ୍ୟାଗରେ ବଜେଟ ଉପସ୍ଥାପନ କରିଥିଲେ । ହେଲେ ଏବେ ଏହାକୁ ବଜେଟ ନୁହେଁ ବହିଖାତା କୁହାଯିବ।

ନାଲି ରଙ୍ଗର ବ୍ରିଫକେଶରେ ପୋଜ ଦିଅନ୍ତି ଅର୍ଥମନ୍ତ୍ରୀ

ପୂର୍ବରୁ ଦେଖାଯାଏ, ସଂସଦରେ ବଜେଟ ଭାଷଣ ରଖିବା ପୂର୍ବରୁ ଅର୍ଥମନ୍ତ୍ରୀ ବ୍ରିଫକେସ ଧରି ଗଣମାଧ୍ୟମ ସାମ୍ନାରେ ପୋଜ ଦେଉଥିବାର ନଜର ଆସନ୍ତି। ହେଲେ ଚଳିତଥର ଏହି ପ୍ରଥାକୁ ଅର୍ଥମନ୍ତ୍ରୀ ନିର୍ମଳା ବଦଳାଇ ଦେଇଛନ୍ତି । ତେବେ ଆପଣ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସମ୍ବିଧାନରେ ବଜେଟ ଶବ୍ଦର ବ୍ୟବହାର ହିଁ କେଉଁଠି କରାଯାଇ ନାହିଁ । ଏହାକୁ ବାର୍ଷିକ ଆର୍ଥିକ ବିବରଣୀ ବା annual financial statement ବୋଲି କୁହାଯାଏ । ବଜେଟ ଶବ୍ଦ ମଧ୍ୟ ଏହି ବ୍ୟାଗ ସହ ଜଡିତ। ତେବେ ଏତେ ବର୍ଷ ପରେ ବି, ବ୍ୟାଗର ଆକାର ବଦଳି ନଥିଲେ ବି ରଙ୍ଗ କିନ୍ତୁ ବାରମ୍ବାର ବଦଳିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.