ETV Bharat / budget-2019

‘ଦେଶରେ 16 କୋଟି ଲୋକ ମଦ ପିଅନ୍ତି’ - alcohol

"ଦେଶର 16 କୋଟି ଲୋକ ମଦ ପିଅନ୍ତି । ତେବେ 5.7 କୋଟି ଲୋକ ନିୟମିତ ନିଶା ସେବନ କରନ୍ତି । 72 ଲକ୍ଷ ଲୋକ ଭାଙ୍ଗ ଉତ୍ପାଦ ଜିନିଷ ଏବଂ 77 ଲକ୍ଷ ଲୋକ ବିଭିନ୍ନ ପ୍ରକାର ଡ୍ରଗ୍ସ ସେବନ କରନ୍ତି" ବୋଲି ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାଓ୍ବର ଚାନ୍ଦ ଗେହଲଟ କହିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 5, 2019, 12:46 PM IST

ନୂଆଦିଲ୍ଲୀ: ଦେଶର 16 କୋଟି ଲୋକ ମଦ ପିଅନ୍ତି । ତେବେ 5.7 କୋଟି ଲୋକ ନିୟମିତ ନିଶା ସେବନ କରନ୍ତି । 72 ଲକ୍ଷ ଲୋକ ଭାଙ୍ଗ ଉତ୍ପାଦ ଜିନିଷ ଏବଂ 77 ଲକ୍ଷ ଲୋକ ବିଭିନ୍ନ ପ୍ରକାର ଡ୍ରଗ୍ସ ସେବନ କରନ୍ତି ବୋଲି ରାଜ୍ୟସଭାରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାଓ୍ବର ଚାନ୍ଦ ଗେହଲଟ କହିଛନ୍ତି । ସ୍କୁଲ ପିଲାମାନେ ଦିନକୁ ଦିନ ନିଶା ସେବନ ପ୍ରତି କାହିଁକି ଆଶକ୍ତ ହେଉଛନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ତେବେ ନିଶା ସେବାନ କରୁଥିବା ଭାରତୀୟଙ୍କ ମଧ୍ୟରେ ମଦ୍ୟପାନ ସର୍ବାଧିକ ପସନ୍ଦ । ଏହା ପଛକୁ ରହିଛି ଭାଙ୍ଗ ଉତ୍ପାଦ ଜିନିଷ ଏବଂ ଡ୍ରଗ୍ସ ସେବନ । ବିଜେପି ସାଂସଦ ଆର କେ ସିହ୍ନାଙ୍କ ପ୍ରଶ୍ନର ଉତ୍ତରେ ଗେହଲଟ କହିଛନ୍ତି 16 କୋଟି ଭାରତୀୟ ମଦ ପିଉଛନ୍ତି । ଏହା ସହିତ ପାଖାପାଖି 3.1 କୋଟି ଭାଙ୍ଗ ଉତ୍ପାଦ ଜିନିଷ ସେବନ କରୁଥିବା ବେଳେ 77 ଲକ୍ଷ ଲୋକ ଡ୍ରଗ୍ସ ସେବନ କରନ୍ତି ।

ମନ୍ତ୍ରୀଙ୍କ ମତରେ, 2018ରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା ।

କେନ୍ଦ୍ରସରକାର ଦେଶର ପ୍ରମୁଖ 10ଟି ସହରର ସ୍କୁଲ ଓ କଲେଜରେ ଛାତ୍ରଙ୍କ ମଧ୍ୟରେ ଥିବା ନାଶା ନେବାର ଅଭ୍ୟାସ ଉପରେ ଏକ ସର୍ବେକ୍ଷଣ କରୁଛି ବୋଲି କହିଛନ୍ତି ଗେହଲଟ । ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଥିବା ନିଶା ଅଭ୍ୟାସ ପ୍ରସ୍ତାବ ପରେ ବିଭିନ୍ନ ଦଳର ସାଂସଦଙ୍କ ଦ୍ବାରା ମଗାଯାଇଥିବା ସ୍ପଷ୍ଟୀକରଣ ଜବାବରେ ରାଜ୍ୟସଭାକୁ ଏହି ସୂଚନା ଦେଇଛନ୍ତି ଗେହଲଟ ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.