ETV Bharat / briefs

କିଏ ହେବ ପ୍ରଧାନମନ୍ତ୍ରୀ କୁହନ୍ତୁ; କ୍ୟାସବ୍ୟାକ ପାଆନ୍ତୁ - FOOD

ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ ଅନୁମାନ ଲଗାନ୍ତୁ । 30 ପ୍ରତିଶତ ରିହାତି ପାଆନ୍ତୁ । ଏଭଳି ଅଫର ଦେଉଛି ଜୋମାଟୋ ।

author img

By

Published : May 20, 2019, 8:43 PM IST

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ସର୍ବଶ୍ରେଷ୍ଠ ପର୍ବ ନିର୍ବାଚନର ମତଦାନ ଶେଷ ହୋଇଛି ଆସନ୍ତା 23ରେ ପ୍ରକାଶ ପାଇବ ଫଳ । କିଏ ହେବ ଦେଶର ପରର୍ବତ୍ତୀ ପ୍ରଧାନମନ୍ତ୍ରୀ ? କେଉଁଦଳ ହାତରେ ରହିବ ଦେଶର ଶାସନ ଭାର ଏସବୁ ଜାଣିବା ପାଇଁ ଏବେ ଦେଶବାସୀ ଉତ୍ସୁକତା ସହ ଅପେକ୍ଷା କରିଛନ୍ତି ।

ଆଉ ଏହାକୁ ସୁଯୋଗ ଭାବେ ଧରିନେଇ ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟ ଏବେ ଅଫର ବର୍ଷା କରୁଛନ୍ତି । ଦେଶର ଜଣାଶୁଣା ଖାଦ୍ୟ ଯୋଗାଣକାରୀ ଆପ୍ (FOOD DELEVARY APPS ZOMATO) ନିଜ ଗ୍ରାହକଙ୍କ ପାଇଁ ଅଫର ଘୋଷଣା କରିଛି । ଜୋମାଟୋ ଘୋଷଣା ମୁତାବକ ଗତକାଲିଠାରୁ ଆସନ୍ତା 22ଯାଏଁ ଜୋମାଟୋର ପ୍ରତି ଅର୍ଡରରେ ଗ୍ରାହକଙ୍କୁ କହିବାକୁ ପଡିବ କିଏ ହେବ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଯଦି ଗ୍ରାହକଙ୍କ ଅନୁମାନ ସତ ହୁଏ ତେବେ 23 ମଇ ପରେ ଗ୍ରାହକଙ୍କୁ ପ୍ରତି ଅର୍ଡରରେ 30 ପ୍ରତିଶତ କ୍ୟାସବ୍ୟାକ ମିଳିବ ।

କିନ୍ତୁ ଏହି ଅଫର ଗ୍ରାହକଙ୍କୁ କେତେଦିନ ପର୍ଯ୍ୟନ୍ତ ମିଳିବ ତାହା ଜୋମାଟୋ ସ୍ପଷ୍ଟ କରିନାହିଁ । ସୂଚନାଯୋଗ୍ୟଯେ ନିକଟରେ ଶେଷ ହୋଇଥିବା ଆଇପିଏଲ ସମୟରେ ମଧ୍ୟ ଜୋମାଟୋ ଅନୁରୁପ ଅଫର ଘୋଷଣା କରିଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.