ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ମୋଟ 97 ହଜାର 750 ପିଲା ପରୀକ୍ଷା ଦେଇଥିବାବେଳେ 72.33 ପ୍ରତିଶତ ପିଲା ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ 20 ହଜାର 806 ଜଣ ପାସ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ 23 ହଜାର 904 ଜଣ ପିଲା ପାସ କରିଛନ୍ତି ।
ସେହିପରି 25 ହଜାର 360 ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ତେବେ ବାଲେଶ୍ଵର ଜିଲ୍ଲା 86.56%ପ୍ରତିଶତ ସହ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗଜପତି ଜିଲ୍ଲାର ପାସ ହାର ରହିଛି ସର୍ବନିମ୍ନ 36.20%। ତେବେ ରାଜ୍ୟ ରେ 29 ଟି କଲେଜରେ ଶତ ପ୍ରତିଶତ ପରୀକ୍ଷା ଫଳ ହୋଇଥିବା ବେଳେ 9 ଟି କଲେଜରେ ପରୀକ୍ଷା ଫଳ ଶୂନ ପ୍ରତିଶତ ରହିଛି । ଯାହାକୁ ନେଇ ପୁଣିଥରେ ରାଜ୍ୟର ଶିକ୍ଷା ଦାନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।
ଏହି 9ଟି କଲେଜରେ ପରୀକ୍ଷା ଫଳ ଶୂନ ହେବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ସଂପୃକ୍ତ କଲେଜକୁ ରିପୋର୍ଟ ମଗାଯିବ ଏବଂ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ