ଭୁବନେଶ୍ବର: ସାମୁଦ୍ରିକ ଝଡ ଫନିରେ ଧ୍ବସ୍ତ ବିଧ୍ବସ୍ତ ଓଡିଶାର ପୁନଃ ନିର୍ମାଣ ପାଇଁ ଏବେ ସାରା ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ସହାୟତାର ସୁଅ ଛୁଟୁଛି । ଅନେକ ରାଜ୍ୟ ସରକାର , ବେସରକାରୀ ସଂଗଠନ, କୋର୍ପରେଟ ଜଗତ, ସ୍ବେଛାସେବୀ ସଂଗଠନ, ଫିନ୍ମ ଜଗତ ସହ ଜନସାଧାରଣ ମଧ୍ୟ ଫନି ବିପନ୍ନଙ୍କ ପାଇଁ ଆର୍ଥିକ ସହାୟତା ଦେଉଛନ୍ତି ।
ଏହି ସହାୟତା ତାଳିକାରେ ଆଜି ଆଉ ଜଣେ ବିଶିଷ୍ଟ ମହିଳା ଯୋଡି ହୋଇଛନ୍ତି । ଏହି ମହିଳା ଜଣଙ୍କ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ତଥା ଲେଖିକା ଗୀତା ମେହେଟ୍ଟା । ଗୀତା ଆଜି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 10 ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ