ବ୍ରିଷ୍ଟୋଲ: କାଉଣ୍ଟି ଗ୍ରାଉଣ୍ଡରେ ବିଶ୍ବକପର 16ତମ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବର୍ଷା ସାଜିଛି ବାଧକ । ଫଳରେ ଶ୍ରୀଲଙ୍କା-ବାଲାଂଦେଶ ମଧ୍ୟରେ ଟସ୍ ପଡି ପାରି ନାହିଁ । ବର୍ତ୍ତମାନ ବ୍ରିଷ୍ଟୋଲରେ ପ୍ରବଳ ବର୍ଷା ଜାରି ରହିଛି ।
ସୂଚନା ଥାଉକି, ଗତକାଲି(ସୋମବାର) ସାଉଥହମ୍ପଟନର ରୋଜ ବାଉଲ ଷ୍ଟାଡିୟମରେ ବିଶ୍ବକପର 15ତମ ମ୍ୟାଚ୍ ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା ବର୍ଷାଯୋଗୁଁ ବାତିଲ ହୋଇଥିଲା । ପୂର୍ବରୁ ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଛି ।
ତେବେ ଦୁଇଦଳ 3ଟି ଲେଖାଏଁ ମ୍ୟାଚ ଖେଳିଥିବା ବେଳେ ଗୋଟିଏ ଲେଖାଏଁ ବିଜୟ ପାଇଛନ୍ତି । ମାତ୍ର ନେଟ ରନ ରେଟ ଆଧାରରେ ବାଂଲାଦେଶ ଉପରେ ରହିଛି ଶ୍ରୀଲଙ୍କା ।
ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ଦିମୁତ କରୁଣାରତ୍ନେ (ଅଧିନାୟକ), ଲାହିରୁ ଥିରିମାନେ, କୁଶଲ ପରେରା (ୱିକେଟ କିପର), କୁଶଲ ମେଣ୍ଡିସ୍, ଆଞ୍ଜେଲୋ ମାଥ୍ୟୁସ୍, ଧନଞ୍ଜନ ଡି’ସିଲଭା, ଜୀବନ ମେଣ୍ଡିସ, ଥିସାରା ପେରେରା, ଇସୁରୁ ଉଦାନା, ସୁରଙ୍ଗା ଲାକମଲ, ଲସିଥ୍ ମାଲିଙ୍ଗା ।
ବାଲାଂଦେଶ ସମ୍ଭାବ୍ୟ ଏକାଦଶ: ମସରଫେ ମୋର୍ତାଜା(କ୍ୟାପଟେନ), ତମିମ ଇକବାଲ, ସୌମ୍ୟ ସରକାର, ମୁସଫିକର ରହିମ(ୱିକେଟକିପର), ମହମ୍ମୁଦୁଲ୍ଲା ରିଆଦ, ସକିବ ଅଲ ହସନ, ମହମ୍ମଦ ମିଥୁନ, ସବିର ରେହମାନ, ମୋସଦେକ ହୋସେନ, ମହମ୍ମଦ ସୈଫୁଦ୍ଦିନ, ମେହେନ୍ଦୀ ହାସନ ।
ଇଟିଭି ଭାରତ, ବ୍ୟୁରୋ