ମୟୂରଭଞ୍ଜ: କିରୋସିନି ଢାଳି ଜଣେ 45 ବର୍ଷୀୟ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଆସିଛି । ଘଟଣା ଘଟିଛି ବାରିପଦା ଟାଉନ ଥାନା ଅଧୀନ ଢ଼ିପାସାହି ଅଞ୍ଚଳରେ ।
ସୂଚନାମୁତାବକ, ଢ଼ିପାସାହି ଅଞ୍ଚଳର ମେଘନାଦ ସିଂଙ୍କ ପତ୍ନୀ ରଂଖଣି ସିଂ ଘର ପାଖରେ ଥିବା ବୁଢାବଳଙ୍ଗ ନଦୀକୁ ଗାଧୋଇବାକୁ ଯିବାକୁ କହି ନଦୀ ପାଖରେ ଏକ ନିଛାଟିଆ ସ୍ଥାନରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ତେବେ ଉକ୍ତ ଘଟଣା ସମ୍ପର୍କରେ ଗାଁର ଜଣେ ଛୋଟ ଝିଅ ଘର ଲୋକଙ୍କୁ ସୂଚନା ଦେଇଥିଲା ।
ଖବର ପାଇ ରଂଖଣିଙ୍କ ସ୍ବାମୀ ଓ ତାଙ୍କ ପାଖ ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ସେଠାରୁ 108 ଆମ୍ବୁଲାନ୍ସ ଯୋଗେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇଥିଲେ । ତେବେ ପୀଡିତାଙ୍କ ଶରୀର 90 ପ୍ରତିଶତ ପୋଡି ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ସ୍ପଷ୍ଟ ହୋଇପାରିନାହିଁ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ