ETV Bharat / briefs

ଜେଇଇ ପରୀକ୍ଷା ଦେବା ପାଇଁ ୭୫ କିମି ସାଇକେଲ ଯାତ୍ରା କଲେ ପରୀକ୍ଷାର୍ଥୀ

author img

By

Published : Sep 3, 2020, 5:35 PM IST

ଜେଇଇ-ମେନ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ 6 ଘଣ୍ଟା ଧରି ୭୫ କିମି ବାଟ ସାଇକ୍ଲିଂ କରି ପହଞ୍ଚିଲେ ୧୯ ବର୍ଷୀୟ ଛାତ୍ର ଦିଗନ୍ତ ମଣ୍ଡଳ । ସୁନ୍ଦରବନର ଗୋସବାରୁ ସୁବରବ ସହରରେ ପହଞ୍ଚିବା ପାଇଁ ଦିଗନ୍ତଙ୍କ ସହ ତାଙ୍କ ବାପା ରବି ମଧ୍ୟ ୬ ଘଣ୍ଟା କାଳ ସାଇକ୍ଲିଂ କରିଥିଲେ । ଅଧିକ ପଢନ୍ତୁ...

ଜେଇଇ ପରୀକ୍ଷା ଦେବା ପାଇଁ ୭୫ କିମି ସାଇକେଲ ଯାତ୍ରା କଲେ ପରୀକ୍ଷାର୍ଥୀ
ଜେଇଇ ପରୀକ୍ଷା ଦେବା ପାଇଁ ୭୫ କିମି ସାଇକେଲ ଯାତ୍ରା କଲେ ପରୀକ୍ଷାର୍ଥୀ

କୋଲକାତା: ଅସାଧାରଣ ଉଦ୍ୟମ, ଦୃଢ଼ ଇଚ୍ଛା ଶକ୍ତି ଓ ନିଷ୍ଠା ଆଗରେ ସବୁକିଛି ହାର ମାନେ । ଏହା ପ୍ରମାଣ କରିଛନ୍ତି ୧୯ ବର୍ଷୀୟ ଛାତ୍ର ଦିଗନ୍ତ ମଣ୍ଡଳ । ଜେଇଇ-ମେନ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ 6 ଘଣ୍ଟା ଧରି ୭୫ କିମି ବାଟ ସାଇକ୍ଲିଂ କରି ପହଞ୍ଚିଲେ ଦିଗନ୍ତ । କେବଳ ସେ ଏକା ନୁହଁନ୍ତି ସାଥିରେ ଥିଲେ ତାଙ୍କ ବାପା ରବି ।

ସୁନ୍ଦରବନର ଗୋସବାରୁ ସୁବରବ ସହରରେ ପହଞ୍ଚିବା ପାଇଁ ବାପ-ପୁଅ ୬ ଘଣ୍ଟା କାଳ ସାଇକ୍ଲିଂ କରିଥିଲେ । ବୁଧବାର ସକାଳୁ ସେ ସାଇକେଲ ଚଳାଇଥିଲେ। ତା’ପରେ ଦୁହେଁ ୨୦ କିମି ବାଟ ବସ୍ ଯୋଗେ ଅତିକ୍ରମ କରି ଶେଷରେ ସଲ୍ଟ ଲେକ୍ ସେକ୍ଟର V ରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ।

ଦିଗନ୍ତ କହଛନ୍ତି, ଯଦି ଟ୍ରେନ୍ ଚାଲୁଥାନ୍ତା, ତେବେ ଯାତ୍ରା ଏତେ କଷ୍ଟ ଦାୟକ ହୋଇ ନଥାନ୍ତା। ମାତ୍ର ଦୁଇ ବର୍ଷ ହେବ ମୁଁ ଜେଇଇ ପାଇଁ ପ୍ରସ୍ତୁତି କରି ଆସୁଛି। ସେଥିପାଇଁ ପରୀକ୍ଷାକୁ ହାତଛଡ଼ା କରିବାକୁ ଚାହୁଁ ନ ଥିଲି। ଦିଗନ୍ତ ଗତବର୍ଷ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ୮୫ ପ୍ରତିଶତ ମାର୍କ ରଖିଥିଲେ। ଖାଲ ଢ଼ିପ ରାସ୍ତାରେ ଯାତ୍ରା କରିବା ଯଦିଓ କଷ୍ଟକର ଥିଲା କିନ୍ତୁ ପୁଅର ଇଚ୍ଛା ଶକ୍ତି ଆଗରେ ଏହା କିଛି ନୁହେଁ ବୋଲି ଦିଗନ୍ତଙ୍କ ବାପା ରବି କହିଛନ୍ତି। କିନ୍ତୁ କୋରୋନା ସଂକ୍ରମଣ ହେବାର ଭୟ ମଧ୍ୟ ସବୁବେଳେ ମୋ ମନ ଭିତରେ ଥିଲା ବୋଲି ସେ କହିଛନ୍ତି। ତେବେ କିଛି ପରୀକ୍ଷାର୍ଥୀ କୋରୋନା ସଂକ୍ରମଣ ଭୟରେ ଶେଷ ମୁହୂର୍ତ୍ତରେ ପରୀକ୍ଷାରୁ ବାଦ୍ ପଡିଥିଲେ ବୋଲି ହାୱଡ଼ା ନିବାସୀ ସ୍ବସ୍ତିକ ଭଟ୍ଟାଚାର୍ଯ୍ୟ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.