ETV Bharat / briefs

ରାଜଧାନୀବାସୀଙ୍କ ପାଇଁ ଦିବାସ୍ବପ୍ନ ପାଲଟିଛି ୱାଟର ଏଟିଏମ - smart city

ଫେଲ ମାରିଛି ବିଏମସିର ୱାଟର ଏଟିଏମ ପ୍ରକଳ୍ପ । ଦୀପ ତଳ ଅନ୍ଧାର ଭଳି ବିଏମସି ନିକଟରେ ଥିବା କୋର୍ଟ ପରିସରର ଏହି ୱାଟର ଏଟିଏମ ଜନ ସାଧାରଣଙ୍କ ଶୋଷ ମେଣ୍ଟାଇବାରେ ଅକ୍ଷମ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 27, 2019, 10:26 PM IST

ଭୁବନେଶ୍ବର: ହଜିଗଲା କି ୱାଟର ଏଟିଏମ ପ୍ରକଳ୍ପ । ସ୍ମାର୍ଟସିଟିରେ ଲୋକଙ୍କୁ ମିଳିବ ସ୍ବଚ୍ଛ ପାଣି, ଦୂର ହେବ ଜଳକଷ୍ଟ । ପାଣି ପାଇଁ କାହାକୁ ଡହଳବିକଳ ହେବାକୁ ପଡିବ ନାହିଁ । ଦୂଷିତ ପାଣି ପିଇ କୌଣସି ଶିଶୁକୁ କୁପୋଷଣର ଶିକାର ହେବାକୁ ପଡିବ ନାହିଁ । ୱାଟର ଏଟିଏମକୁ ନେଇ ଏମିତି କିଛି ଲମ୍ବା ପ୍ରତିଶ୍ରୁତି ଦେଇଥିଲା ବିଏମସି । କିନ୍ତୁ ଏ ଦୃଶ୍ୟକୁ ଦେଖିଲା ପରେ ଜାଣିପାରିବେ କେତେ କାର୍ଯ୍ୟକାରୀ ହୋଇଛି ପ୍ରଶାସନର ଏହି ପ୍ରତିଶ୍ରୁତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ । ଏ ଦୃଶ୍ୟ ହେଉଛି ବିଏମସିର ଅନତି ଦୂରରେ ଥିବା ଭୁବନେଶ୍ବର ବାର ଆସୋସିଏନ । କୋର୍ଟ ଆସୁଥିବା ଜନସାଧାରଣ ନିଜ ଶୋଷ ମେଣ୍ଟାଇବାକୁ ବାର ଆସୋସିଏନର ପରିସରରେ ଥିବା ୱାଟର ଏଟିଏମ ନିକଟରେ ପହଞ୍ଚିଥିଲେ । ହେଲେ ଏଟିଏମ ଖରାପ ଥିବାରୁ କଏନ ପକେଇବା ପରେ ବି ଆସିନଥିଲା ପାଣି । ଦୀପ ତଳ ଅନ୍ଧାର ଭଳି ବିଏମସି ନିକଟରେ ଥିବା କୋର୍ଟ ପରିସରର ଏହି ୱାଟର ଏଟିଏମ ।

ରାଜ୍ୟରେ ଦୈନନ୍ଦିନ ତାପମାତ୍ରା ବୃଦ୍ଧି ନେଇ ସତର୍କ ସୂଚନା ଜାରି କରୁଛନ୍ତି ପାଣିପାଗ ବିଭାଗ । ଆଉ ଏହି ଖରା ଦାଉରୁ ଜନସାଧାରଣଙ୍କୁ ଜଳକଷ୍ଟରୁ ଦୂରେଇ ରଖିବାକୁ ୨୦୧୬ ମସିହାରେ ବିଏମସି ଓ ଗୁଜୁରାଟର ପିରାମଲ ସର୍ଭେ ଜଳ ମିଳିତ ଉଦ୍ୟମରେ ୱାଟର ଏଟିଏମ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ପ୍ରାୟ ୪ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟରେ ୪୦ଟି ଜନଗହଳି ପୂର୍ଣ୍ଣ ସ୍ଥାନରେ ସ୍ପୋକ୍ ମଡେଲ ଆଧାରରେ ବସିଥିଲା ୱାଟର ଏଟିଏମ । କିନ୍ତୁ ବର୍ତ୍ତମାନ ୪୦ରୁ ଊର୍ଦ୍ଧ୍ବ ୱାଟର ଏଟିଏମ ଏବେ ଅଚଳ । ପ୍ରଚଣ୍ଡ ଖରାରେ ରାଜଧାନୀରେ ଏକାଧିକ ୱାଟର ଏଟିଏମର ଅକାମୀ ବିଏମସିର ମିଛ ପ୍ରତିଶ୍ରୁତିର ଚିତ୍ରକୁ ସ୍ପଷ୍ଟ କରୁଛି ।

ଫନି ପରେ ଏଠି କାମ କରୁନି ୱାଟର ଏଟିଏମ । ଏନେଇ ବାରମ୍ବାର ବିଏମସି କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରାଇଥିଲେ ସୁଦ୍ଧା ଫଳ ଶୂନ ବୋଲି ଭୁବନେଶ୍ବର ବାର ଆସୋସିଏସନର ଓକିଲ ଦେବାଶିଷ ସୁର କହିଛନ୍ତି ।

ସେପଟେ ବିଏମସି ବିଭାଗୀୟ ଯନ୍ତ୍ରୀ ସରୋଜ ମହାପାତ୍ରଙ୍କ ମତରେ ବିଏମସି ଅଞ୍ଚଳରେ ମୋଟ ୪୦ଟି ୱାଟର ଏଟିଏମ ଅଛି । ବାତ୍ୟା ପରେ ଅନେକ ନେଟୱାର୍କ ଅଭାବରୁ ଅଚଳ ହୋଇଛି । ତେଣୁ ପୂର୍ବରୁ ପ୍ରଚଳିତ ଏକ ଲୋକକଥା ଅନୁସାରେ ପାହାଡର ମୂଷିକ ଉପାଖ୍ୟାନ ଭଳି ବିଏମସି ବହୁ ଆଡମ୍ବରରେ ୱାଟର ଏଟିଏମ ପ୍ରକଳ୍ପ ହାତକୁ ନେଇଥିବାବେଳେ ଏହା ଏବେ ଲଘୁ କ୍ରିୟା ସଦୃଶ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ହଜିଗଲା କି ୱାଟର ଏଟିଏମ ପ୍ରକଳ୍ପ।ରାଜଧାନୀ ଭୁବନେଶ୍ୱରରେ ସ୍ୱଚ୍ଛ ପାଣି ମିଳିବ, ଜଳ କଷ୍ଟ ଦୂର ହେବ, ଦୂଷିତ ଜଳ ପିଇ  କେହି ରୋଗରେ ପଡିବେ ନାହିଁ ,ୱାଟର ଏଟିଏମକୁ ନେଇ ବିଏମସିର ଏମିତି ଥିଲା ଲମ୍ବା ପ୍ରତିଶ୍ରୁତି ହେଲେ ପ୍ରଚଣ୍ଡ ଖରା ଦିନେ ଭୁବନେଶ୍ୱରରେ କାମ କରୁନି ଏକାଧିକ ୱାଟର ଏଟିଏମ।

 ପାଣିପାଗ ବିଭାଗ ଦୈନିକ ବଢୁଥିବା ଖରା କୁ ନେଇ ସତର୍କ ସୂଚନା ଜାରି କରୁଛନ୍ତି।ସ୍ମାର୍ଟସିଟି ଭୁବନେଶ୍ୱରର ଜନସାଧାରଣ, ପଥଚାରୀ ଓ ବସ୍ତିବାସିନ୍ଦା ଙ୍କୁ  ଜଳ କଷ୍ଟରୁ ଦୁରେଇବା ପାଇଁ ବିଏମସି ସହ ଅନୁବନ୍ଧିତ ହୋଇଥିଲା ଗୁଜରାଟର ପିରାମଲ ସର୍ଭଜଳ ୱାଟର ଏଟିଏମ ପ୍ରକଳ୍ପ।ପ୍ରାୟ ୪କୋଟି ୬୭ ଲକ୍ଷ ଟଙ୍କା ବ୍ୟୟରେ ୪୦ ଟି ଜନଗହଳି ପୂର୍ଣ ସ୍ଥାନରେ ହବ ଓ ସ୍ପୋକ ମଡେଲ ଆଧାରରେ ୱାଟର ଏଟିଏମ ବସିଥିଲା।ହେଲେ ବର୍ତମାନ ୪୦ ଟି ୱାଟର ଏଟିଏମରୁ ଏକାଧିକ ୱାଟର ଏଟିଏମ କାମ କରୁନି ଫଳରେ ସ୍ଥାନୀୟ ଲୋକଙ୍କ ସହିତ ପଥଚାରୀ ମାନେ ବି ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି।ଅନ୍ୟପକ୍ଷରେ ଧର୍ମକୁ ଆଖିଠାର ମାରି ବିଏମସି ଜଳ ସେବା ଶିବିର ଖୋଲୁଛି।ହେଲେ ପୁରୁଣା ପ୍ରକଳ୍ପକୁ ଭୁଲି ନୂଆକୁ ଆଧାର କରି ନାଁ ନେବା ପାଇଁ ବାଇଆ ହେଉଛି।

ଏକ କେସ ନେଇ କୋର୍ଟ କୁ ଆସିଥିଲି,ଭୀଷଣ ଖରା ହେଉଛି, ଶୋଷ ହେବାରୁ ପାଣି ପିଇବା କୁ ଆସିଲି ,କଏନ ପକେଇଲେ ପାଣି ଆସୁନି।ଏଟିଏମ ଖରାପ ଅଛି ପାଣି ମିଳୁନି।ତୁରନ୍ତ ଏଟିଏମକୁ ଠିକ କରାଗଲେ ଭଲ ହୁଅନ୍ତା ବୋଲି ଜଣେ ତୃଷାର୍ତ ବିଜୟ ନାୟକ କହିଛନ୍ତି।

ଦୀପ ତଳ ଅନ୍ଧାର ଭଳି ବିଏମସି କୁ ଲାଗିକି ଭୁବନେଶ୍ୱର କୋର୍ଟ।ବାତ୍ୟା ପରେ ଏଠି ୱାଟର ଏଟିଏମ କାମ କରୁନି।କଏନ  ପକେଇଲେ ବି ପାଣି ବାହାରୁନି।ଖରାଦିନ ଏଠି କିଛି ସୁବିଧା ନାହିଁ ଜଳ କଷ୍ଟ ବହୁତ ହେଉଛି।ବିଏମସି କତ୍ତୃପକ୍ଷ ଙ୍କୁ ଅନେକ ଥର ଫେରାଦ ହେଲେ ବି କିଛି ଫଳ ମିଳୁନି ବୋଲି ଭୁବନେଶ୍ବର ବାର ଆସୋସିଏସନର ଓକିଲ ଦେବାଶିଷ ସୁର କହିଛନ୍ତି।

ସେପଟେ ବିଏମସି ବିଭଗୀୟ ଯନ୍ତ୍ରୀ ସରୋଜ ମହାପାତ୍ର ଙ୍କ ମତରେ ବିଏମସି ଅଞ୍ଚଳରେ ମୋଟ ୪୦ ଟି ୱାଟର ଏଟିଏମ ଅଛି।ବାତ୍ୟାପରେ ଅନେକ ନଷ୍ଟ ହୋଇ ଯାଇଛି।ଅନେକ ନେଟୱର୍କ ଅଭାବରୁ କାମ କରୁନି। ପିରାମଲ ସର୍ଭଜଳ ପକ୍ଷରୁ ସାଢ଼େ ୪ କୋଟି ଟଙ୍କାରେ ୱାଟର ଏଟିଏମ ବସିଛି।ଏବେ ୩୨ ଟି ଏଟିଏମ ମେସିନ ରୁ ପାଣି ବାହାରୁଛି।ଧୀରେ ଧୀରେ ସମସ୍ତ ଏଟିଏମ କାର୍ଯ୍ୟକ୍ଷମ ହେବ।

ସୂଚନା ଥାଉ କି ୨୦୧୬ ମସିହାରେ ବିଏମସି ଓ ପିରାମଲ ସର୍ଭଜଳ ମିଳିତ ଉଦ୍ୟମରେ ୱାଟର ଏଟିଏମ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।ଜନସାଧାରଣ ଙ୍କୁ ସୁଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷରେ ଏହାର ମୂଳ ଲକ୍ଷ ଥିଲା।ମାତ୍ର ଧୁ ଧୁ ଖରାରେ ପାଣି ବହରୁନଥିବାରୁ ଏହାର କାର୍ଯ୍ୟ କରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.