ETV Bharat / briefs

ଜନ୍ମ ଜୟନ୍ତୀରେ ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି - BARISTER

ମଧୁବାବୁ ରାଜନୀତିରେ ମଧ୍ୟ ପାଦ ଥାପିଥିଲେ , ୧୯୨୧ ମସିହା  ଜାନୁଆରୀ ୬ରେ ମଧୁବାବୁଙ୍କୁ ବ୍ରିଟିଶ ସରକାର ତାଙ୍କୁ ମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ,  କିନ୍ତୁ ମନ୍ତ୍ରୀ ପଦର ନିରପେକ୍ଷତାକୁ ନେଇ ମଧୁବାବୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଫାଇଲ ଫଟୋ
author img

By

Published : Apr 28, 2019, 10:31 AM IST

Updated : Apr 28, 2019, 11:08 AM IST

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମ ଜୟନ୍ତୀ । 1848 ମସିହା ଆଜିର ଦିନରେ ମଧୁ ବାବୁ କଟକର ସତ୍ୟଭାମାପୁରରେ ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ କୋଳରେ ଧରାପୃଷ୍ଠକୁ ଅବତରଣ କରିଥିଲେ । ମଧୁବାବୁଙ୍କ ଜନ୍ମଭୂମି, କର୍ମଭୂମି ଥିଲା କଟକ କିନ୍ତୁ ଏହି ମହାନ କିମ୍ବଦନ୍ତୀ କଟକରୁ କଲିକତା, କଲିକତାରୁ ବିଲାତ ପର୍ଯ୍ୟନ୍ତ ନିଜର ପ୍ରତିଭାର ପରାକାଷ୍ଠା ଦେଖାଇପାରିଥିଲେ ।

ମଧୁସୂଦନ ହେଉଛନ୍ତି ଓଡିଶାର ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ. ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର/ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଏହି ନୂତନ ଓଡିଶାର ଗଠନ ପ୍ରଥମେ ମଧୁବାବୁ ହିଁ କରିଥିଲେ । 1903 ମସିହାରେ ମଧୁବାବୁ ଉତ୍କଳ ସମ୍ମିଳନୀ ଗଠନ କରି କଟକ ଠାରେ ଏକ ବିରାଟ ସଭାର ଆୟୋଜନ କରିଥିଲେ ।

ଏହି ସଭାରୁ ହିଁ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଉଦ୍ୟମ ହୋଇଥିଲା । ଆଉ ମଧୁବାବୁ ଅକ୍ଲାନ୍ତ ଉଦ୍ୟମ କରି ରାଜ୍ୟର ଖଣ୍ଡ ବିଖଣ୍ଡିତ ଅଂଶ ଏକତ୍ରୀକରଣ ପାଇଁ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରତିଷ୍ଠା ହୋଇଥିଲା । ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଭାବେ ଓକିଲାତି ଆରମ୍ଭ କରିଥିଲେ । ମଧୁବାବୁ ରାଜନୀତିରେ ମଧ୍ୟ ପାଦ ଥାପିଥିଲେ , ୧୯୨୧ ମସିହା ଜାନୁଆରୀ ୬ ରେ ମଧୁବାବୁଙ୍କୁ ବ୍ରିଟିଶ ସରକାର ମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ, କିନ୍ତୁ ମନ୍ତ୍ରୀ ପଦର ନିରପେକ୍ଷତାକୁ ନେଇ ମଧୁବାବୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ମଧୁବାବୁ କେବଳ ଜଣେ ବାରିଷ୍ଟର କି ଜଣେ ରାଜନୀତିଜ୍ଞ ବ୍ୟକ୍ତି ନଥିଲେ ।

ସେ ଜଣେ ବିଶିଷ୍ଟ ଲେଖକ ଭାବେ ମଧ୍ୟ ନିଜକୁ ପ୍ରତିପାଦନ କରିପାରିଥିଲେ । ଜଣେ ଲେଖକ ଓ କବି ଭାବରେ ସେ ଅନେକ ଦେଶାତ୍ମବୋଧକ ମଧ୍ୟ ରଚନା କରିଛନ୍ତି । ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖିଯାଇଛନ୍ତି । ମଧୁବାବୁଙ୍କ କିଛି ପ୍ରସିଦ୍ଧ ଲେଖା ମଧ୍ୟରୁ "ଉତ୍କଳ ସନ୍ତାନ, ଜାତି ଇତିହାସ, ଜ୍ଞାନୀର ଉକ୍ତି, ଜାତୀୟ ଗୀତିକା" ଭଳି ଲେଖା ରଚନା କରିଯାଇଛନ୍ତି ଏହି ଦିଗଜ୍ଜୟ ମହାପୁରୁଷ । ମଧୁବାବୁଙ୍କ ପାଇଁ ସେହି ଖଣ୍ଡ ବିଖଣ୍ଡିତ ଉତ୍କଳ ଭୂମି ଆଜି ସ୍ବତନ୍ତ୍ର ରାଜ୍ୟ ହେଲା, ଓଡିଆ ଭାଷା ବଞ୍ଚିଲା ଆଉ ଏହି ଭାଷାରୁ ଓଡିଶା ଜନ୍ମ ନେଲା ।

ଏଜାତି ଯେତେଦିନ ବଞ୍ଚିଥିବ, ସେଦିନ ପର୍ଯ୍ୟନ୍ତ ମଧୁବାବୁ ଏ ଜାତିର ନମସ୍ୟ ହୋଇ ରହିବେ । ଆଜି ଏହି ମହାନ ଆତ୍ମାଙ୍କ ପବିତ୍ର ଜନ୍ମ ଜୟନ୍ତୀରେ "ଇଟିଭି ଭାରତ" ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

Intro:Body:Conclusion:
Last Updated : Apr 28, 2019, 11:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.