ETV Bharat / briefs

ସୋମବାର ପ୍ରକାଶ ପାଇବ +2 ବିଜ୍ଞାନ ପରୀକ୍ଷା ଫଳ

ଆସନ୍ତା 3 ତାରିଖ ସୋମବାର ଦିନ ଯୁକ୍ତଦୁଇ ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଉପପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାସ ଏହି ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Jun 1, 2019, 2:44 PM IST

Updated : Jun 1, 2019, 6:10 PM IST

ଭୁବନେଶ୍ବର: ବାତ୍ୟା ଫନି ଓ ନିର୍ବାଚନ ସକାଶେ ବିଳମ୍ବିତ ହୋଇଛି ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶନ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା 3 ତାରିଖ ସୋମବାର ଦିନ ଯୁକ୍ତଦୁଇ ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଉପ-ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାସ ଏହି ସୂଚନା ଦେଇଛନ୍ତି । ଏହି ପରୀକ୍ଷା ଫଳ ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍‌ସାଇଟ୍ Chseodisha.nic.inOdisharesults.nic.inରେ ଉପଲବ୍ଧ ହେବ । ଦିନ 12ଟାରେ ଏହି ପରୀକ୍ଷାଫଳ ୱେବ୍‌ସାଇଟ୍‌ରେ ପ୍ରକାଶିତ ହେବ ।

ଆସନ୍ତା ଜୁନ 3 ତାରିଖ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିଅମ୍‌ରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହେବ । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦିନ ୧୨ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ହେବା ପରେ ଛାତ୍ରଛାତ୍ରୀଙ୍କ ପାଇଁ Chseodisha.nic.in Odisharesults.nic.in ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ବୋଲି ଉପପରୀକ୍ଷା ନିୟନ୍ତ୍ରକ ଶ୍ରୀ ଦାସ କହିଛନ୍ତି । ଏହା ଛଡା ବିଜ୍ଞାନ ପରୀକ୍ଷା ଫଳ ବାହାରିବାର 10 ଦିନ ମଧ୍ୟରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ପ୍ରକାଶ କରାଯିବାକୁ ଉଦ୍ୟମ କରାଯାଉଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଚଳିତବର୍ଷ ସର୍ବମୋଟ 3 ଲକ୍ଷ 69 ହଜାର 537 ଜଣ ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେଇଥିବା ବେଳେ ବିଜ୍ଞାନରେ 99, 018, କଳାରେ 2,35, 083, ବାଣିଜ୍ୟରେ 27,278 ଏବଂ ଧନ୍ଦାମୂଳକ ଶିକ୍ଷାରେ 8058 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

sdfg

Conclusion:
Last Updated : Jun 1, 2019, 6:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.