ETV Bharat / briefs

ଲୁଟୁଛି ବ୍ୟାଙ୍କ! - BANK SERVICE

ଯୋଜନା ବଦ୍ଧ ଷଡଯନ୍ତ୍ର କରି କୋଟି କୋଟି ଟଙ୍କା ହଡପ କରିବାରେ ସକ୍ଷମ ହୋଇଛନ୍ତି ଦୁଇଜଣ ବ୍ୟାଙ୍କ କର୍ମଚାରୀ । ଘଟଣାଟି ହେଉଛି ୨୦୧୫, ୨୦୧୬ ମସିହାର ତେବେ ଅଭିଯୋଗ ହେବା ପରେ 2 ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି EOW

ଫାଇଲ ଫଟୋ
author img

By

Published : May 18, 2019, 11:57 PM IST

ଭୁବନେଶ୍ବର: ବାଡ ଯେବେ ଫସଲ ଖାଏ, ତେବେ ବିଶ୍ବାସ କରିବା କାହାକୁ । ସାଧାରଣ ଜନତା ବହୁ ଆଶାରେ ନିଜ କଷ୍ଟ ଉପାର୍ଜିତ ଧନ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କରେ ଜମା ରଖିଥାଏ । ଆଉ ସେ ଦୃଢ ନିଶ୍ଚିତ ଥାଏ ତାର କଷ୍ଟ ଉପାର୍ଜିତ ଧନ ସୁରକ୍ଷିତ ରହିଛି। ହେଲେ ତାକୁ ଜଣା ନଥାଏ ବିନା କାରଣରେ ତାକୁ ତଣ୍ଡ ଗଣିବାକୁ ପଡିବ ବ୍ୟାଙ୍କରେ ।

ଆଉ ସେହି ଟଙ୍କାକୁ ଖୋଦ ଅସାଧୁ ବ୍ୟାଙ୍କ କର୍ମଚାରୀ ଲୁଟ କରି ନିଜ ପକେଟ ଗରମ କରିବେ। ଏମିତି ଏକ ଯୋଜନା ବଦ୍ଧ ଷଡଯନ୍ତ୍ର କରି କୋଟି କୋଟି ଟଙ୍କା ହଡପ କରିବାରେ ସକ୍ଷମ ହୋଇଛନ୍ତି ଦୁଇଜଣ ବ୍ୟାଙ୍କ କର୍ମଚାରୀ। ଘଟଣାଟି ହେଉଛି ୨୦୧୫ ଏବଂ ୨୦୧୬ର । ଅନୁଗୋଳ ୟୁନାଇଟେଡ ସେଣ୍ଟ୍ରାଲ କୋପରେଟିଭ ବ୍ଯାଙ୍କରେ କାର୍ଯ୍ୟକରୁଥିଲେ ଢେଙ୍କାନାଳର ସହଦେବ ସାହୁ ଏବଂ ସାନ୍ତୁନୁ କୁମାର ବରାଳ ।

ଉଭୟ ଯୋଜନାବଦ୍ଧ ଭାବେ ବ୍ଯାଙ୍କର ଅଜାଣତରେ ବ୍ଯାଙ୍କିଂ ଆଇଡିରେ ବିଭିନ୍ନ ଗ୍ରାହକଙ୍କୁ ସୁଧ ଚାର୍ଜ ଲଗାଉଥିଲେ । ଆଉ ସେହି ଟଙ୍କାକୁ ଦୁହେଁ ଚତୁରତା ସହ ବ୍ୟାଙ୍କରୁ ହଡପ କରୁଥିଲେ। ଏମିତିକି ପ୍ରାୟ ୬୫ଟି ସଞ୍ଚୟ ଜମା ଖାତା, ସିସି, କରେଣ୍ଟ ଆକାଉଣ୍ଟ ଜରିଆରେ ୧୮୭ଟି ଟ୍ରାଞ୍ଜେକ୍ସନ ଜରିଆରେ ୧,୧୫ ,୧୬,୩୦୦ ଟଙ୍କା ହଡପ କରିଥିଲେ ଏହି ଅଭିଯୁକ୍ତଦ୍ବୟ । ତେବେ ଏହି ଘଟଣାଟି କାମାକ୍ଷାନଗର କୋପରେଟିଭ ସେକ୍ରେଟାରି ଜାଣିବାପରେ କ୍ରାଇବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ ।

କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହି ଘଟଣାର ତଦନ୍ତ କରି ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। କ୍ରାଇମ ବ୍ରାଞ୍ଚ EOW ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ ଆପିସିର ଧାରା୪୦୯,୪୬୭,୪୬୮,୪୭୧,୪୭୭,୧୨୦ ବିରେ ଉଭୟଙ୍କୁ କାମାକ୍ଷାନଗର ଏସଡିଜେଏମ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Slug.fire in laxmidungri...
Format.avb.
Reporter.Badsah Jusman Rana
Date_14-05-19
Place.sambalpur

ଏଙ୍କର_ସମ୍ବଲପୁର ମହାନଗର ସୀମା ଭିତରେ ଥିବା ଲକ୍ଷ୍ମୀଡୁଂଗୁରୀରେ ନିଆଁ ଲାଗି ବ୍ୟାପକ କ୍ଷତି । ସମ୍ବଲପୁର -ହୀରାକୁଦ ରାସ୍ତାରେ ଥିବା ଲକ୍ଷ୍ମୀଡୁଂଗୁରୀରେ ନିଆଁ ଲାଗିଥିବା ବେଳେ ଅଲ୍ପ ସମୟ ଭିତରେ ପୁରା ଜଂଗଳକୁ ବ୍ୟାପିଯାଇଥିଲା । ସମ୍ବଲପୁର ଏବଂ ବୁର୍ଲାର ଦମକଲ ବାହିନୀ ନିଆଁକୁ ଆୟତ କରିବାକୁ ଉଦ୍ୟମ କରୁଛନ୍ତି  । ପ୍ରତିବର୍ଷ ନିଆଁ ଲାଗି ଲକ୍ଷ୍ମୀଡୁଂଗୁରୀରେ ବ୍ୟାପକ କ୍ଷତି ହୋଇଆସୁଛି । ମହାନଗର ନିଗମ ଲକ୍ଷ୍ମୀ ଡୁଙ୍ଗରି ପାହାଡ ନିକଟରେ ଆବର୍ଜନା ପକାଉଥିବାରୁ ସେଥିରେ ନିଆଁ ଲାଗି ଜଂଗଲ ପୋଡିଥିବା ବନ ବିଭାଗ କହିଛି । ଏହାଯୋଗୁଁ ମୁଲ୍ୟବାନ ଗଛ ନଷ୍ଟ ହୋଇଥିବା ବନ ବିଭାଗ ତଥ୍ୟ ଦେଇଛି ।
ବାଇଟ_1- ଭାରତୀ ମହାନନ୍ଦ। ଫରେଷ୍ଟର।
ଭିଜୁଆଲ WhatsApp re ପଡିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.