ETV Bharat / briefs

ନୂତନ ବିଧାୟକଙ୍କୁ ତାଲିମ ଦିଆଯିବ: ବାଚସ୍ପତି

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସରକାର ଗଠନ ମଧ୍ୟ ହୋଇସାରିଛି । ଏହି କ୍ରମରେ ଆଜି ବିଧାନସଭାରେ ବାଚସ୍ପତି ନିର୍ବାଚନ ହୋଇଥିଲା । ସର୍ବସମ୍ମତି କ୍ରମେ ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଫଟୋ ସୌଜନ୍ୟ : ବ୍ୟୁରୋ ଚିଫ୍, ଭୁବନେଶ୍ବର
author img

By

Published : Jun 1, 2019, 5:58 PM IST

ଭୁବନେଶ୍ବର: ନିର୍ବାଚନ ଶେଷ ହେବା ସହ ରାଜ୍ୟରେ ସରକାର ଗଠନ ମଧ୍ୟ ସରିଛି । ଆଜି ବିଧାନସଭାରେ ବାଚସ୍ପତି ନିର୍ବାଚନ ହୋଇଥିବା ବେଳେ ଏଥିରେ ଶାସକ ଏବଂ ଅନ୍ୟ ଦଳର ବିଧାୟକ ଯୋଗ ଦେଇଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ ଗୃହର ନେତା ନବୀନ ପଟ୍ଟନାୟକ ବାଚସ୍ପତି ପଦ ପାଇଁ ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଏହାକୁ ସଂସଦୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମର୍ଥନ କରିଥିଲେ । ପରେ ସର୍ବ ସମ୍ମତି କ୍ରମେ ସୂର୍ଯ୍ୟ ପାତ୍ର ବାଚସ୍ପତି ରୂପେ ନିର୍ବାଚିତ ହୋଇଥିଲେ ।

1990ରୁ ବିଧାୟକ ଭାବେ ନିର୍ବାଚିତ ହେଉଥିବା ସୂର୍ଯ୍ୟନାରାୟଣ 7 ଥର ବିଧାୟକ ହୋଇଥିବା ବେଳେ ଅନେକ ଥର ମନ୍ତ୍ରୀ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିରେ ମଧ୍ୟ ସେ ମନ୍ତ୍ରୀ ଥିଲେ। ବିଧାନସଭାର ଜଣେ ବରିଷ୍ଠ ସଦସ୍ୟ ଭାବେ ସେ ସମସ୍ତଙ୍କ ଦ୍ବାରା ଗୃହିତ ହୋଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର ।

ଭିଡିଓ ସୌଜନ୍ୟ : ବ୍ୟୁରୋ ଚିଫ୍, ଭୁବନେଶ୍ବର

ସୂର୍ଯ୍ୟପାତ୍ର ବାଚସ୍ପତି ନିର୍ବାଚିତ ହେଲାପରେ ଉଭୟ ବିଜେଡି କଂଗ୍ରେସ ବିଧାୟକ ତାଙ୍କୁ ଶୁଭେଛା ଜଣାଇଥିଲେ । ଏହି ନିର୍ବାଚନରେ କୌଣସି ବିଜେପି ସଦସ୍ୟ ଉପସ୍ଥିତ ନଥିଲେ । ଯଦିଓ ଶେଷରେ ବିଧାୟକ କେ. ସୂର୍ଯ୍ୟା ରାଓ ଆସିଥିଲେ। ଏନେଇ ମତ ରଖି ସେ କହିଥିଲେ ଦଳ ଜାଣିଶୁଣି ଅନୁପସ୍ଥିତ ରହିନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ପାଠରେ ଯୋଗଦେବାକୁ ଦଳୀୟ ବିଧାୟକ ଦିଲ୍ଲୀ ଯାଇଥିବାରୁ ଫେରିବାରେ ବିଳମ୍ବ ହୋଇଛି। ସେପଟେ ସଂସଦୀୟ ମନ୍ତ୍ରୀ କହିଛନ୍ତି ବିଜେପି ବିଧାୟକ ନଆସିବା ଦୁର୍ଭାଗ୍ୟ ଜନକ । ବାଚସ୍ପତି ନିର୍ବାଚନ ହେଲା ପରେ ସୂର୍ଯ୍ୟନାରାୟଣ କହିଛନ୍ତି ଗୃହର ମର୍ଯ୍ୟଦା ଅକ୍ଷୁର୍ଣ୍ଣ ରଖିବେ, ସବୁ ସଭ୍ୟଙ୍କୁ ସମାନ ଦୃଷ୍ଟିରେ ଦେଖିବେ । ଏହାସହ ନୂତନ ବିଧାୟକଙ୍କୁ ତାଲିମ ଦିଆଯିବ ବୋଲି କହିଛନ୍ତି ବାଚସ୍ପତି ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

sdfsdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.