ETV Bharat / briefs

ସର୍ଦ୍ଦାର ଯଶପାଲଙ୍କ କାହାଣୀ: ଦେହରେ ପଞ୍ଜାବୀ ରକ୍ତ, ମନରେ ଅଦମ୍ୟ ସାହାସ

ନିଜେ ଜଣେ ଦିବ୍ୟାଙ୍ଗ ହୋଇ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ମଣିଷଟି ହେଉଛନ୍ତି ସମ୍ଵଲପୁରର ଶିଖ ସର୍ଦ୍ଦାର ଯଶପାଲ ସିଂ ଖାଲସା । ଜନ୍ମରୁ ଦୁଇ ଗୋଡ ନଥିବା ଏହି ମଣିଷଟି ସାଧାରଣ ଲୋକଙ୍କ ଭଳି ରୋଜଗାରକ୍ଷମ । ନିଜ ଇଚ୍ଛା ଶକ୍ତି ଆଗରେ ସେ ଅକ୍ଷମତାକୁ ହରାଇବାରେ ଜଣେ ସଫଳ ମଣିଷଟି । ଦେଖନ୍ତୁ ଯଶପାଲଙ୍କ ଉପରେ ଆମର ସ୍ବତନ୍ତ୍ର ରିପୋର୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jun 20, 2019, 3:24 PM IST

ସମ୍ବଲପୁର: ଭିକ୍ଷା ବୃତ୍ତି ସେମାନେ କରନ୍ତି ଯାହା ପାଖରେ କିଛି ନଥାଏ । ଆଉ କିଛି ଲୋକ ନିଜ ଭିନ୍ନକ୍ଷମତା ପାଇଁ କିମ୍ବା ଦାରିଦ୍ରତ୍ୟ ପାଇଁ ଭିକ୍ଷା ବୃତ୍ତି ଆପଣାଇଥାନ୍ତି । କିନ୍ତୁ ବର୍ତ୍ତମାନ ସମାଜରେ ଏମିତି ଲୋକ ଅଛନ୍ତି ଯେଉଁମାନେ ସ୍ୱାସ୍ଥ୍ୟବାନ ଥାଇ ମଧ୍ୟ ଭିକ୍ଷା ବୃତ୍ତି କରନ୍ତି । ଏହି ପରିଶ୍ରମ କାତର ମଣିଷ ଖଟି ଖାଇବା ପାଇଁ କୁଣ୍ଠାବୋଧ କରିଥାନ୍ତି ।

ତେବେ ଏହି ଅଳସୁଆ ମଣିଷଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଶିଖ ସର୍ଦ୍ଦାର । ତାଙ୍କୁ ଦେଖିଲେ ସ୍ବାସ୍ଥ୍ୟବାନ ଲୋକ ମଧ୍ୟ ଲଜ୍ଜା ଅନୁଭବ କରିବ । କାରଣ ସେ ଜଣେ ଦିବ୍ୟାଙ୍ଗ । ଜନ୍ମରୁ ଦୁଇ ଗୋଡ ନାହିଁ କିନ୍ତୁ ଭିକ୍ଷା ବୃତ୍ତି ପରି କଳଙ୍କିତ କାମ କରିବାକୁ ସେ ଘୃଣା କରନ୍ତି । ଦେହରେ ଅଛି ପଞ୍ଜାବୀ ରକ୍ତ, ମନରେ ଅଛି ଅଦମ୍ୟ ସାହାସ । ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଭିନ୍ନକ୍ଷମତା । ସେ କହନ୍ତି କାମ କରିବାକୁ ଦୁଇ ହାତ କାଢ, କାହା ଆଗରେ ହାତ ପତାଅ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି ସ୍ବାବଲମ୍ବୀ ଦିବ୍ୟାଙ୍ଗ ହେଉଛନ୍ତି ସମ୍ଵଲପୁରର ଶିଖ ସର୍ଦ୍ଦାର ଯଶପାଲ ସିଂ ଖାଲସା । ସମ୍ଵଲପୁର ଚର୍ଚ୍ଚ ଛକରୁ ମୁଦିପଡା ଛକ ଆଡକୁ ଗଲେ ସରକାରୀ ଚିକିତ୍ସାଳୟ ପରେ ଅଳ୍ପ ବାଟ ଆଗକୁ ଡାହାଣ ପଟେ ପଡେ ଛୋଟ ଇଲେକ୍ଟ୍ରିକାଲ ମେକାନିକ ଦୋକାନ । ଏହି ଦୋକାନର ମେକାନିକ ହେଉଛନ୍ତି ଯଶପାଲ । ଜନ୍ମରୁ ଦୁଇଟି ଯାକ ଗୋଡ ଛୋଟ ହୋଇ ଅକାମୀ ହୋଇଛି । ଯାହା ଗୋଡ ନଥିବା ସଙ୍ଗେ ସମାନ ।

ଗୋଡ ସିନା ଛୋଟ ହୋଇଛି ହେଲେ ଛୋଟ ହୋଇନାହିଁ ଇଚ୍ଛା ଶକ୍ତି । ଅକାମୀ ହୋଇଯାଇଛି ଗୋଡ ମାତ୍ର ଭାଙ୍ଗିନାହିଁ ମନୋବଳ । ନିଜ ଅକ୍ଷମତା ପାଇଁ ସେ କାହା ଆଗରେ ହାତ ପତାଇ ନାହାଁନ୍ତି । ସକାଳ ୮ଟା ହେଲେ ନିଜ ସ୍କୁଟିରେ ଦୋକାନକୁ ବାହାରି ଯାଆନ୍ତି । ଦୋକାନରେ ପଙ୍ଖା, କୁଲର, ଗ୍ରାଇଣ୍ଡର ପରି ସମସ୍ତ ପ୍ରକାର ଇଲେକ୍ଟ୍ରିକାଲ ସାମଗ୍ରୀ ସଜାଡନ୍ତି । ଯଶପାଲଙ୍କ ବିଶେଷତ୍ବ ହେଲା ସେ ବହୁତ କମ ସମୟରେ ସଜାଡି ଦିଅନ୍ତି । କମ ସମୟ ନେଉଥିବାରୁ ତାଙ୍କ ଦୋକାନରେ ସବୁବେଳେ ଗ୍ରାହକଙ୍କ ଭିଡ ଲାଗିଥାଏ ।

ଯଶପାଲଙ୍କ ପ୍ରକୃତ ଘର ସମ୍ବଲପୁରରେ ନୁହେଁ । ହୀରାକୁଦ ଡ୍ୟାମ ନିର୍ମାଣ ସମୟରେ ତାଙ୍କ ବାପା ସମ୍ଵଲପୁର ଆସିଥିଲେ । ଏହାପରେ ସେ ପରିବାର ଲୋକଙ୍କ ସହ ଅନୁଗୁଳ ରେଙ୍ଗାଲି ଡ୍ୟାମ ଅଞ୍ଚଳରେ ରହିଥିଲେ । ସେଠାରେ ବାପାଙ୍କ ସହ କାମ କରୁଥିଲେ । ସେଠାରୁ ପୁଣି ସମ୍ଵଲପୁର ଫେରି ଏଠାରେ ରହି ଆସୁଛନ୍ତି । ବାପାଙ୍କ ମୃତ୍ୟୁ ପରେ ଦାରିଦ୍ର୍ୟତା ଯୋଗୁଁ ସେ ଯୁକ୍ତ ୨ରୁ ଆଗକୁ ପଢିପାରିନଥିଲେ । ଏହାପରେ ୨୦୦୦ରୁ ଏହି ଦୋକାନ କରି ପରିବାର ଚଳାଉଛନ୍ତି ।

ଅଳ୍ପ ବୟସରେ ନିଜ ବାପାଙ୍କୁ ହରାଇଥିବା ଯଶପାଲ ଏହି ଦୁଃଖଦ ଘଟଣାରେ ଭାଙ୍ଗି ପଡିନଥିଲେ । ନିଜର ଦୃଢ ଇଛାଶକ୍ତି, ଅଧ୍ୟବସାୟ ଓ ପରିଶ୍ରମ ବଳରେ ସେ ଆଜି ପୁରା ପରିବାର ପ୍ରତିପୋଷଣ କରୁଛନ୍ତି । ତାଙ୍କ ଘରେ କେବଳ ବୁଢୀ ମାଆ ଆଉ ଭଉଣୀ ରହିଛନ୍ତି । ଏମାନଙ୍କ ସମସ୍ତ ଦାୟିତ୍ୱ ତୁଲାଉଛନ୍ତି ଏହି ଦିବ୍ୟାଙ୍ଗ ସର୍ଦ୍ଦାର । ତେବେ ଯଶପାଲଙ୍କ ଉପରେ ତାଙ୍କ ପରିବାର ଲୋକେ ବହୁତ ଗର୍ବିତ ବୋଲି କହିଛନ୍ତି । ଯଶପାଲ ନିଜେ କହନ୍ତି କାମ ନକଲେ କିଏ ଖାଇବାକୁ ଦେବ । କାମ କଲେ ସିନା ଖାଇବି ।

ଆଜିର ଯୁବ ସମାଜକୁ ସେ କହନ୍ତି କାମ କର ଫଳ ଆଶା ରଖ ନାହିଁ । କାମ କରିବାକୁ ଦୁଇ ହାତ କାଢ, ଭିକ୍ଷା ବୃତ୍ତି ପାଇଁ କାହା ଆଗରେ ହାତ ପତାଅ ନାହିଁ । ପ୍ରକୃତରେ ଶରୀରର ଅକ୍ଷମତା ଏହି ଦିବ୍ୟାଙ୍ଗଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.