ETV Bharat / briefs

ବନ ବିଭାଗର ନିଆରା ପ୍ରୟାସ, କୃତ୍ରିମ ଉପାୟରେ ନାଗ ସାପ ଛୁଆ

୫୭ଟି ନାଗସାପ ଅଣ୍ଡାରୁ କୃତ୍ରିମ ଉପାୟରେ ଛୁଆ ଜନ୍ମ କରିଛି ସ୍ନେକ ହେଲପ୍ ଲାଇନ । ଗତ 2 ମାସ ତଳେ ପୁରୀ ଜିଲ୍ଲା ବିଲପାଟଣାର ରଶ୍ମିକାନ୍ତ ପରିଡାଙ୍କ ପାଳଗଦାରୁ ୩ଟି ନାଗ ସାପ ସହ ୫୭ଟି ସାପ ଅଣ୍ଡା ଉଦ୍ଧାର ହୋଇଥିଲା ।

author img

By

Published : Jun 3, 2019, 11:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବେନଶ୍ବର: ଅଣ୍ଡା ଦେଲା ସାପ, ସାପ ଛୁଆ ଜନ୍ମ ଦେଲା ମଣିଷ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ୫୭ଟି ନାଗସାପ ଅଣ୍ଡାରୁ କୃତ୍ରିମ ଉପାୟରେ ଛୁଆ ଜନ୍ମ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ଗତ 2 ମାସ ତଳେ ପୁରୀ ଜିଲ୍ଲା କଣାସ ଅଞ୍ଚଳ ବିଲପାଟଣାର ରଶ୍ମିକାନ୍ତ ପରିଡାଙ୍କ ପାଳ ଗଦାରୁ ୩ଟି ନାଗ ସାପ ସହ ୫୭ଟି ସାପ ଅଣ୍ଡା ଉଦ୍ଧାର ହୋଇଥିଲା । ଏହାକୁ ଉଦ୍ଧାର କରିଥିଲେ ସ୍ନେକ ହେଲପ୍ ଲାଇନ ସଦସ୍ଯ । ତେବେ ଉଦ୍ଧାର ଅଣ୍ଡା ଗୁଡିକୁ କୃତ୍ରିମ ଉପାୟରେ ଜନ୍ମ କରିବାରେ ସହାୟକ ହୋଇଥିଲେ ଏହି ଟିମ୍ । ବାଲଟି ଭିତରେ ଥିବା ଏହି ସାପ ଛୁଆ କୃତ୍ରିମ ଉପାୟରେ କରାଯାଇଛି ।

ଏବେ ଏହି ୨୫ଟି ସାପ ଛୁଆକୁ ଜୀବନ୍ତ ଅବସ୍ଥାରେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସହାୟତାରେ ଜଙ୍ଗଲକୁ ଛଡାଯାଇଛି । ଏବେ ସାପ ମାନଙ୍କ ପ୍ରଜନନ ସମୟ । ଗୋଟିଏ ଜାଗାରେ ୩ଟି ନାଗ ଅଣ୍ଡା ଦେବା କଲୋନିଆଲ ନେଷ୍ଟିଂ ବା ବ୍ରିଡି କୁହାଯାଇଥାଏ । ପ୍ରାକୃତିକ ଉପାୟରେ ଅଣ୍ଡାରୁ ଛୁଆ ଜନ୍ମ ବେଳେ ବିଶେଷ କରି ପିମ୍ପୁଡି, ଖରା ଓ ବର୍ଷା ପାଣିରେ ଏହା ନଷ୍ଟ ହୋଇଯାଏ । ତେବେ କୃତ୍ରିମ ଉପାୟରେ ଏସବୁର ଭୟ ନଥାଏ ବୋଲି ସ୍ନେକ ହେଲପ୍ ଲାଇନ ସଦସ୍ଯ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.