ETV Bharat / briefs

ଶହୀଦଙ୍କ ବୀରଗାଥା ଜାଣିବେ ସ୍କୁଲପିଲା, ସୁନ୍ଦରଗଡ ପୋଲିସର ନୂଆ ଇତିହାସ

ଶହୀଦଙ୍କ ପ୍ରତିମୃର୍ତ୍ତି ସ୍କୁଲରେ ସ୍ଥାପନ କରି ଇତିହାସ ସୃଷ୍ଟି କରିଛି ସୁନ୍ଦରଗଡ ପୋଲିସ । ନିଜସ୍ବ ପ୍ରୟାସରେ ସୁନ୍ଦରଗଡ ଜିଲ୍ଲାର ୧୧ଜଣ ପୋଲିସ ସହୀଦଙ୍କ ପାଇଁ ଏପରି ଯୋଜନା ଆରମ୍ଭ କରିଛି ।

author img

By

Published : Oct 30, 2020, 7:59 PM IST

Updated : Oct 31, 2020, 7:31 AM IST

sundergarh-police
ସହୀଦଙ୍କ ବୀରଗାଧା

ସୁନ୍ଦରଗଡ: ନିଜ ଦେଶ ମାତୃକା ପାଇଁ ଅନେକ ବୀର ଯବାନ ନିଜ ଜୀବନକୁ ବଳିଦାନ ଦେଇ ସହିଦ ହୋଇଛନ୍ତି । ଯାହାଙ୍କ ବୀରଗାଥାକୁ ମନେପକାଇବା ସହ ଶହୀଦଙ୍କ ନୀତି ଆଦର୍ଶରେ ସ୍କୁଲପିଲାଙ୍କୁ ଗଢି ତୋଳିବାକୁ ସୁନ୍ଦରଗଡ ପୋଲିସର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ।

sundergarh-police
ସହୀଦଙ୍କ ପ୍ରତିମୃର୍ତ୍ତି ସ୍କୁଳରେ ସ୍ଥାପନ

ଏଥିପାଇଁ ଶହୀଦଙ୍କ ପ୍ରତିମୃର୍ତ୍ତି ସ୍କୁଳରେ ସ୍ଥାପନ କରି ଇତିହାସ ସୃଷ୍ଟି କରିଛି ସୁନ୍ଦରଗଡ ପୋଲିସ । ନିଜସ୍ବ ପ୍ରୟାସରେ ସୁନ୍ଦରଗଡ ଜିଲ୍ଲାର ୧୧ଜଣ ପୋଲିସ ଶହୀଦଙ୍କ ପାଇଁ ଏପରି ଯୋଜନା ଆରମ୍ଭ କରିଛି । ଏହି କ୍ରମରେ ନିଜସ୍ବ ଖର୍ଚ୍ଚରେ ସୁନ୍ଦରଗଡ ପୋଲିସ ପକ୍ଷରୁ ସହୀଦ ସଂଞ୍ଜିତ କୁମାର ତିର୍କିଙ୍କର ଏକ ପ୍ରତିମୃର୍ତ୍ତି ସେ ପିଲାଦିନେ ପାଠପଢିଥିବା ରିଜର୍ଭ ପୋଲିସ ପ୍ରାଇମେରି ସ୍କୁଲରେ ସ୍ଥାପନ କରାଯାଇଛି ।

sundergarh-police
ନ୍ଦରଗଡ ପୋଲିସର ନୂଆ ଇତିହାସ

ଯେ କି ମାର୍ଚ୍ଚ 23, 2010 ମସିହାରେ ଗଜପତି ଜିଲ୍ଲା ଭାଲିଆପାହାଡରେ ନକ୍ସଲଙ୍କ ଗୁଳିରେ ସହୀଦ ହୋଇଥିଲେ । ତେବେ ତାଙ୍କର ସ୍ମୃତିକୁ ମନେପକାଇବା ଓ ପିଲାଙ୍କ ମଧ୍ୟରେ ଦେଶପ୍ରେମ ଓ ସମାଜପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏପରି ସ୍କୁଲରେ ପ୍ରତିମୃର୍ତ୍ତି ସ୍ଥାପନ କରି ଉନ୍ମୋଚନ କରିଛନ୍ତି ସୁନ୍ଦରଗଡ ଏସପି ସାଗରିକା ନାଥ ।

ଯାହାକି ସହୀଦଙ୍କ ସମ୍ମାନକ୍ଷେତ୍ରରେ ଓଡିଶା ପୋଲିସର ଇତିହାସରେ ସୁନ୍ଦରଗଡ ପୋଲିସ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଯାହାକୁ ନେଇ ଡିଜିପିଙ୍କଠୁ ଆରମ୍ଭ କରି ପୋଲିସ ମହଲରେ ବେଶ ପ୍ରଶଂସା କରାଯାଇଛି । ସହୀଦଙ୍କ ପରିବାର ମଧ୍ୟ ବେସ ଖୁସି ଅନୁଭବ କରିବା ସହ ଏଭଳି ପ୍ରୟାସ ସହୀଦଙ୍କ ସମ୍ମାନ ପାଇଁ ଯଥେଷ୍ଟ ବୋଲି ଅନେକ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି । ତେବେ ଏଇଭଳି ୧୧ଜଣ ସହୀଦଙ୍କର ଏପରି ପ୍ରତିମୃତି ସେମାନେ ପାଠ ପଢିଥିବା ସ୍କୁଲରେ ସ୍ଥାପନା ପାଇଁ ଯୋଜନା ରଖିଛନ୍ତି ସୁନ୍ଦରଗଡ ଏସପି ସାଗରିକା ନାଥ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 31, 2020, 7:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.