ETV Bharat / briefs

'ମଦ ମୁକ୍ତ ପରିବାର ଦରକାର ଆମର'

ଦିନକୁ ଦିନ ବଢି ଚାଲିଛି ଅବାଧ ଚୋରା ମଦ କାରବାର । ଯାହା ଫଳରେ ବିଷାକ୍ତ ମଦ ପିଇ ବହୁ ପରିବାର ଅନାଥ ହେଉଛି । ଏହାର ପ୍ରତିବାଦରେ ମଦକୁ ନିଜ ଅଞ୍ଚଳରେ ନିଷିଦ୍ଧ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ।

author img

By

Published : May 25, 2019, 11:30 PM IST

ଫଟୋ ସୌଜନ୍ଯ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ଦ୍ଵାରା ମଦ ବିରୋଧୀ କାର୍ଯ୍ୟକ୍ରମ । ମହିଳାମାନେ ନିଶା ନିରାକରଣ ସଚେତନତା ଅଭିଯାନ ଆରମ୍ଭ କରି ଗାଁ ଗାଁ ବୁଲିଥିଲେ । ମଦ ବିକ୍ରି ବନ୍ଦକର, ମଦ ମୁକ୍ତ ପରିବାର ଦରକାର, ମଦ ହଟାଅ ନାରୀ ବଞ୍ଚାଅ ଆଦି ସ୍ଲୋଗାନ ନେଇ ଗାଁ ପରିକ୍ରମା କରିଥିଲେ ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଖୋର୍ଦ୍ଧା

ଏହା ମଧ୍ୟ ପଢନ୍ତୁ: ଆସନ୍ତାକାଲି ବସିବ ବିଜେଡି ବିଧାୟକ ଦଳ ବୈଠକ

ତେବେ ଗାଁରେ ମାତ୍ରାଧିକ ମଦ ବିକ୍ରି ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ମଦ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗୁଛି ଏବଂ ସରକାରଙ୍କୁ ଏ ବିଷୟରେ ଅବଗତ କରିଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ତୁରନ୍ତ ଏହି ଅଞ୍ଚଳରୁ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାନଗଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ମହିଳାମାନେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug- ମଦ ବିରୁଦ୍ଧରେ ତାତିଲେ ମହିଳା 

Format-AVO

Place-khurda,25.5.19

Visual-whatsaap

ଆଙ୍କର : ଦିନକୁ ଦିନ ବଢି ଚାଲିଛି ଅବାଧ ଚୋରା ମଦ କାରବାର । ବାରମ୍ବାର ଅଭିଯୋଗ କଲେମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ସବୁ ଜାଣି ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ସାଜିଛି ନିରବଦ୍ରଷ୍ଟା । ଯାହା ଫଳରେ ବିଷାକ୍ତ ମଦ ପିଇ ବହୁ ପରିବାର ଅନାଥ ହେଉଛି । ଏହାର ପ୍ରତିବାଦରେ ମଦକୁ ନିଜ ଅଂଚଳରେ ନିଷିଦ୍ଧ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମରେ । ଗ୍ରାମରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଦ୍ଵାରା ମଦ ବିରୋଧୀ କାର୍ଯ୍ୟକ୍ରମ କରି ଗ୍ରାମ ପରିକ୍ରମା କରିଛନ୍ତି । ଗ୍ରାମରେ ମାତ୍ରାଧିକ ମଦ ବିକ୍ରି ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ମଦ ମୃତ୍ୟ ସଂଖ୍ୟା ବଢ଼ିବାରେ ଲାଗୁଛି ଏବଂ ସରକାରଙ୍କୁ ଏ ବିଷୟରେ ଅବଗତ କରିଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ତେବେ ତୁରନ୍ତ ଏହି ଅଂଚଳରୁ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ମହିଳା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.