ଭୁବନେଶ୍ବର: ବାତ୍ୟା ୟଶକୁ ନେଇ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରିଛନ୍ତି ରାଜ୍ୟ ସରକାର। ବାତ୍ୟା ସମୟରେ ପ୍ରସ୍ତୁତି ପାଇଁ ଏହି ଛୁଟି ରଦ୍ଦ କରିଛନ୍ତି ସରକାର । ୩୧ ମେ ପର୍ଯ୍ୟନ୍ତ ସମସ୍ତ ଛୁଟିକୁ ବାତିଲ୍ କରାଯାଇଛି। ଏପରିକି ସମସ୍ତ ସରକାରୀ ଛୁଟି ଦିନରେ ମଧ୍ୟ ଅଫିସ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟ ଅଫିସ ନଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଯେଉଁ ମାନେ ଛୁଟିରେ ଅଛନ୍ତି ସେମାନେ ମଧ୍ୟ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି । ବାତ୍ୟା ସମୟରେ ଏବଂ ବାତ୍ୟା ପରେ ରିଲିଫ ଓ ଥଇଥାନ କାର୍ଯ୍ୟରେ ବାଧା ନଉପୁଜିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସୂଚନା ଅନୁସାରେ ବାତ୍ୟା ୟଶ ୨୬ ତାରିଖରେ ଓଡ଼ିଶାରେ ଲ୍ୟାଣ୍ଡଫଲ କରିବା ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ନିଷ୍ପତ୍ତି ନେଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ