ETV Bharat / briefs

ବିରାଟ ବାହିନୀ ସମର୍ଥନରେ ଉତ୍ସାହିତ କ୍ରୀଡାପ୍ରେମୀ - silvercity

କ୍ରିକେଟ୍‌ ମହାକୁମ୍ଭର ବାଜି ସାରିଲାଣି ବିଗୁଲ । କ୍ରୀଡାପ୍ରେମୀଙ୍କ ବଢିଲାଣି ହୃଦ ସ୍ପନ୍ଦନ। କିଏ ହେବ 12ତମ ବିଶ୍ୱକପର ବିଜେତା। ତେବେ ସିଲଭରସିଟିର କ୍ରୀଡା ପ୍ରେମୀ ଓ ଯୁବ କ୍ରିକେଟରଙ୍କ ମଧ୍ୟରେ ଦେଖାଦେଇଛି  ବେଶ ଉତ୍ସାହ ଉଦ୍ଦୀପନା । ଏବେ ଅପେକ୍ଷା କେବଳ ଜୁନ୍‌5 ତାରିଖକୁ। ଏହି ଦିନ ଭାରତ ତା'ର ପ୍ରଥମ ମ୍ୟାଚ୍‌ ଦ.ଆଫ୍ରିକା ବିପକ୍ଷରେ ଖେଳିବ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ
author img

By

Published : May 30, 2019, 10:45 PM IST

Updated : May 30, 2019, 10:54 PM IST

କଟକ: ଚଳିତ ବିଶ୍ୱକପରେ ଭାରତ ତାର ପ୍ରଥମ ମ୍ୟାଚରେ ଦକ୍ଷିଣଆଫ୍ରିକାକୁ ଭେଟିବ । ଉଭୟ ଟିମ୍‌ରେ ତମାମ ଅଭିଜ୍ଞ ବ୍ୟାଟ୍ସମାନ ଓ ବୋଲର ରହିଛନ୍ତି ।

ଏପଟେ ଭାରତ ଦଳରେ ବିଶ୍ୱର ଏକ ନମ୍ବର ବୋଲର ଜସପ୍ରିତ ବୁମୁରାହ ଓ ମହମ୍ମଦ ସାମି ଓ ଭୁବନେଶ୍ୱର କୁମାର ରହିଛନ୍ତି । ଏହାଛଡା ସ୍ପିନ କ୍ଷେତ୍ରରେ କୁଳଦୀପ ମଧ୍ୟ ବିପକ୍ଷ ଦଳକୁ ମାତ ଦେବାରେ ସୁଯୋଗ ସୃଷ୍ଟି କରିବେ ଓ ଆଲରାଉଣ୍ଡର ହିସାବରେ ପାଣ୍ଡିଆ ମଧ୍ୟ ତାଙ୍କର ବୋଲିଂ ଯାଦୁ ବିପକ୍ଷ ଦଳକୁ ଧରାଶାୟୀ କରିବା ନିଶ୍ଚିନ୍ତ । ଏହାସହିତ ଧୋନିଙ୍କ ଉପସ୍ଥିତି ଟିମ୍‌ର ମନବଳକୁ ବେଶ୍‌ ସୁଦୃଢ କରିବ । ଏପରି ମତ ରଖିଛନ୍ତି କ୍ଲବ କ୍ରିକେଟର ।

ଏହା ମଧ୍ୟ ପଢନ୍ତୁ: ବିଶ୍ବକପ: ଭାଷ୍ୟକାର ରୂପରେ କିମ୍ବଦନ୍ତୀ କ୍ରିକେଟର ସଚିନ

ସେହିପରି ଚହଲଙ୍କୁ ଛାଡି ଦେଲେ ଅନ୍ୟ 10 ଖେଳାଳି ବ୍ୟାଟିଂ ଭାର ସମ୍ଭାଳିବେ। ଯାହା ଟିମ ପାଇଁ ଏକ ପ୍ଲସ ପଏଣ୍ଟ । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଦେଖାଇବ ତାହାର ଯାଦୁ । କାରଣ କଙ୍ଗାରୁ ଟିମ୍‌ର ପ୍ଳେଇଂ ଇଲେଭେନରେ ସାମିଲ ହୋଇଛନ୍ତି ସ୍ମିଥ ଓ ୱାର୍ଣ୍ଣର ଯାହା ଅଷ୍ଟ୍ରେଲିଆକୁ ଆହୁରି ସୃଦୁଢ କରିଛି । ମ୍ୟାଚ ତ ଜିତିବ ଟିମ ଇଣ୍ଡିଆ କିନ୍ତୁ ସମସ୍ତ ଟିମ ସହ ଏକ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି କହିଛନ୍ତି କ୍ରୀଡାବିତ ବିଭୁ ଶତପଥି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

କଟକ: ଆରମ୍ଭ ହେଲା 2019 ବିଶ୍ୱକପ । ବଢ଼ିଲା କ୍ରୀଡା ପ୍ରେମୀ ଙ୍କ ହୃଦ ସ୍ପନ୍ଦନ । କିଏ ହେବ 12ତମର ବିଶ୍ୱକପ ବିଜେତା। କୋଉ ଟିମ ମୁଣ୍ଡ ରେ  ହାତୀ ଢାଳିବ ସୁନା କଳସ । ଯାହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ଏହିକ୍ରମରେ  ସିଲଭରସିଟି ର କ୍ରୀଡା ପ୍ରେମୀ ଓ ଯୁବ କ୍ରିକେଟର ମଧ୍ୟରେ ଦେଖାଦେଇଛି  ବେଶ ଉତ୍ସାହ ଓ ଉଦିପନା । କାରଣ ଭାରତ ତାର ପ୍ରଥମ ମ୍ୟାଚ ରେ ଦକ୍ଷିଣ ଆଫ୍ରିକା କୁ ଭେଟିବ । ଯାହା ଏକ କଡା ମୁକାବିଲା ସଦୃଶ୍ୟ ।  ଇଂଲଣ୍ଡ ଭଳି ସୁଇଂ ଓ ବାଉଁସିଙ୍ଗ ପିଚ ରେ ବିପକ୍ଷ ଟିମ 
କୁ ମାତ ଦେବାରେ କିଏ ଲିଭାଇବ ମୁଖ୍ୟ ଭୂମିକା ତାହା ଏବେ ବଡ଼ ପ୍ରଶ୍ନ ।

ଭିଓ୧ : ଚଳିତ ବିଶ୍ୱକପ ରେ ଭାରତ ତାର ପ୍ରଥମ ମ୍ୟାଚ ରେ ଶକ୍ତିଶାଳୀ ଦକ୍ଷୀଣଫ୍ରିକା କୁ ଭେଟିବ । ଯେଉଁଥିରେ ତମାମ ଅଭିଜ୍ଞ ବ୍ୟାଟ୍ସମାନ ଓ ବୋଲର ରହିଛନ୍ତି । କିନ୍ତୁ ଇଂଲଣ୍ଡ ସିମ ପିଚ ରେ ଭାରତ ତାର ବୋଲିଂ ରେ ଜଳବା ଦେଖାଇବ ଓ ଓ ବିଶ୍ୱକପ ବି ହାତେଇବ । କାହିଁକି ନା ଦଳରେ ବିଶ୍ୱର ଏକ ନମ୍ବର ବୋଲର ଜସପ୍ରିତ ବୁମୁରାହ ଓ ମହମ୍ମଦ ସାମି ଓ ଭୁବନେଶ୍ୱର କୁମାର ରହିଛନ୍ତି । ଏହାଛଡା ସ୍ପିନ କ୍ଷେତ୍ରରେ କୂଳଦୀପ ମଧ୍ୟ ବିପକ୍ଷ ଦଳ କୁ ମାତ ଦେବାରେ ସୁଯୋଗ ସୃଷ୍ଟି କରିବେ । ଓ ଆଲରାଉଣ୍ଡର ହିସାବରେ ପାଣ୍ଡିଆ ମଧ୍ୟ ତାଙ୍କର ବୋଲିଂ ଯାଦୁ ବିପକ୍ଷ ଦଳ କୁ ଧରାଶାୟୀ କରିବା ନିଶ୍ଚିନ୍ତ । କିନ୍ତୁ ଘରୋଇ ମାଟିରେ ଇଂଲଣ୍ଡ ତାର ବୋଲିଂ ଓ ବ୍ୟାଟିଂ ଲାଇନ ରେ ବେଶ ସୃଦୁଢ ।
ବାଇଟ : କପୁର ଚାନ୍ଦ ଅଗ୍ରୱାଲ ( କ୍ଳବ କ୍ରିକେଟର )

ଭିଓ2 : ଅନ୍ୟପଟେ ଉଭୟ ବ୍ୟାଟିଂ  ଓ ବୋଲିଂ କ୍ଷେତ୍ରରେ ବେଶ ଉଚ୍ଚ କୋଟିର କ୍ରିକେଟ ପ୍ରଦର୍ଶନ କରିବ ଟିମ ଇଣ୍ଡିଆ । କାରଣ କେବଳ ଚହଲ ଙ୍କୁ  ଛାଡି ଦେଲେ ଅନ୍ୟ ଦଶ ଖେଳାଳି ବ୍ୟାଟିଂ ଭାର ସମ୍ଭାଳିବେ। ଯାହା ଟିମ ପାଇଁ ଏକ ପ୍ଲସ ପଏଣ୍ଟ । ଏହାସହିତ ଧୋନି ଙ୍କ କୋଚିଂ ଟିମ ର ମନବଳ କୁ ବେସି ବୃଦ୍ଧି କରିବ । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଦେଖାଇବ ତାହାର ଯାଦୁ । କାରଣ ବର୍ଷେ ପୂର୍ବେ ବଲ ଟାମ୍ପରି ମାମଲା ଦୀର୍ଘଦିନ ଧରି  ଦଳ ରୁ ବାଡ଼ ପଡ଼ିଥିଲେ ସ୍ମିଥ ଓ ୱାର୍ଣର । ଆଉ ଏବେ ସେମାନେ ମଧ୍ୟ ପ୍ଳେଇଂ ଇଲେଭେନ ରେ ସମିଲ ହୋଇଛନ୍ତି ଯାହା ଅଷ୍ଟ୍ରେଲିଆ କୁ ଆହୁରି ସୃଦୁଢ କରିଛି । ମ୍ୟାଚ ତ ଜିତିବ ଟିମ ଇଣ୍ଡିଆ କିନ୍ତୁ ସମସ୍ତ ଟିମ ସହ ଏକ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି କହିଛନ୍ତି କ୍ରୀଡାବିତ ବିଭୁ ଶତପଥି ।

ବାଇଟ: ବିଭୁ ଶତପଥି (କ୍ରୀଡାବିତ )

ଫାଭିଓ : ତେବେ ଏବେ ଅପେକ୍ଷା କେବଳ ଜୁନ ପାଞ୍ଚ ତାରିଖ କୁ । କାରଣ ସେ ଦିନ ଏକ ଶକ୍ତିଶାଳୀ ଟିମ ଦକ୍ଷିଣଆଫ୍ରିକା ସହ ମୁହାଁମୁହିଁ ହେବ ଟିମ ଇଣ୍ଡିଆ । ଆଉ ସେଉଠୁ ହିଁ ସ୍ପଷ୍ଟ ହେଇଯିବ କୋହଲି ବାହିନୀ କେତେ ମଜଭୁତ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ 

Last Updated : May 30, 2019, 10:54 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.