ETV Bharat / briefs

ଶୀଲା ଦିକ୍ଷୀତଙ୍କ କମିଟି କରିବ ପରାଜୟର ସମୀକ୍ଷା - committee

ଶୀଲା ଦିକ୍ଷୀତ ଗଠନ କଲେ 5 ସଦସ୍ୟଯୁକ୍ତ କମିଟି । ଏହି କମିଟି ଦିଲ୍ଲୀ କଂଗ୍ରେସ ପରାଜୟର କାରଣ ସମୀକ୍ଷା କରିବ ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : May 28, 2019, 12:13 AM IST

ନୂଆଦିଲ୍ଲୀ: 2014 ଲୋକସଭା ନିର୍ବାଚନ ଓ 2015ର ବିଧାନସଭା ନିର୍ବାଚନରେ ଦୟନୀୟ ପରାଜୟ ପରେ କଂଗ୍ରେସ ପାର୍ଟି 2019ର ଲୋକସଭା ନିର୍ବାଚନରେ ଫୁଲ୍‌ ଦମ୍‌ରେ ଓହ୍ଲାଇଥିଲା । ଦିଲ୍ଲୀକୁ କଂଗ୍ରେସ ଗଡ ବନେଇବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କୁ ପାର୍ଟି ଦାୟିତ୍ବ ଦେଇଥିଲା । ତଥାପି 7ଟି ସିଟ୍‌ରେ କଂଗ୍ରେସ ପରାସ୍ତ ହୋଇଛି ।

କିନ୍ତୁ ଦେଖିବାକୁ ଗଲେ 2014 ତୁଳନାରେ କଂଗ୍ରେସ ପାର୍ଟି ଦିଲ୍ଲୀରେ ଭଲ ପ୍ରଦର୍ଶନ କରିଛି । 2014ରେ କଂଗ୍ରେସ 7ଟି ସିଟ୍‌ରେ 3ୟ ନମ୍ବରରେ ଥିଲା । ବର୍ତ୍ତମାନ 5ଟି ଲୋକସଭା ଆସନରେ 2ୟ ସ୍ଥାନରେ କଂଗ୍ରେସ ରହିଛି । ତେବେ କଂଗ୍ରେସ ବିଜୟ ସ୍ବାଦ କାହିଁକି ଚାଖି ପାରି ନାହିଁ ଏନେଇ ଶୀଲା ଦିକ୍ଷୀତ 5ସଦସ୍ଯ ଯୁକ୍ତ ଏକ କମିଟି ଗଠନ କରି ସମୀକ୍ଷା କରିବ ।

ଏହି 5 ସଦସ୍ୟ ମଧ୍ୟରେ ଡ. ଏକେ ଓ୍ବାଲିୟା, ଯୋଗାନନ୍ଦ ଶାସ୍ତ୍ରୀ, ପରଓ୍ବେଜ ହାଶମୀ, ପଓ୍ବନ ଖେଡା ଓ ପୂର୍ବତନ ବିଧାୟକ ଜୟ କିଶନ ସାମିଲ ଅଛନ୍ତି । ତେବେ ଏହି କମିଟି 10ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବ । ଏହାପରେ ଦଳକୁ ମଜବୁତ୍‌ କରିବା ନେଇ କାମ କରିବ ବୋଲି ପ୍ରଦେଶ କଂଗ୍ରେସ ପ୍ରବକ୍ତା ଜିତେନ୍ଦ୍ର କୋଚର କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.