ହାଇଦ୍ରାବାଦ: ଗତକାଲି ଷ୍ଟାର ଅଲରାଉଣ୍ଡର ସାକିବ ସାଜିଛନ୍ତି ବାଂଲା ବିଜୟର ହିରୋ । 10 ଓଭରରେ 29ରନ ବିନିମୟରେ 5ଟି ଓ୍ବିକେଟ ହାସଲ କରିଥିଲେ । ଏଥିସହ ଦଳ ପାଇଁ ଅର୍ଦ୍ଧଶତକ ପାଳି ଖେଳିଥିଲେ । ଏପରି ରେକର୍ଡ 2011ବିଶ୍ବକପରେ ଯୁବରାଜ ସିଂ ହାସଲ କରିଥିଲେ । ଫଳରେ ସାକିବ ଭାରତୀୟ ପୂର୍ବତନ ଖେଳାଳୀ ୟୁବିଙ୍କ ରେକର୍ଡଙ୍କ ସହ ସମକ୍ଷକ ହୋଇଛନ୍ତି ।
ଖବରାନୁସାରେ, ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ 2011 ବିଶ୍ବକପ୍ରେ ଆୟର୍ଲାଣ୍ଡ ବିପକ୍ଷରେ ଅପରାଜିତ ରହି ଅର୍ଦ୍ଧଶତକ ପାଳି ଖେଳିଥିଲେ । ଏହା ସହ 5ଟି ଓ୍ବିକେଟ ହାସଲ କରିଥିଲେ । ତେଣୁ ସେ ମ୍ୟାଚର ପ୍ଲେୟାର ଅଫ ଦ ମ୍ୟାଚ ହୋଇଥିଲେ ।
ଠିକ୍ ସେହିଭଳି ଗତକାଲି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ସାକିବ ଅଲ ହାସନ ଯୁବରାଜ ପରି ଅର୍ଦ୍ଧଶତକ ସହ 5ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ