ଖୋର୍ଦ୍ଧା: ଏଥର ରଜ ପର୍ବକୁ ଫିକା କରି ଦେଇଛି ମହାମାରୀ କୋରୋନା । ଏପଟେ କୋରୋନା ପାଇଁ ରଜଉତ୍ସବ ପାଳନ ଉପରେ ପ୍ରଶାସନିକ କଟକଣା ରହିଥିବାବେଳେ ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇବା ପାଇଁ ଖୋର୍ଦ୍ଧା ବ୍ଲକ ମୁକ୍ତାପୁର ଓ ନୂଆପଡା ବଜାରକୁ 48 ଘଣ୍ଟିଆ ସଟଡାଉନ କରାଯାଇଛି ।
ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ମିଳିବା ପରେ ଖୋର୍ଦ୍ଧା ବ୍ଲକ ମଲିପୁର ଗ୍ରାମ ପଞ୍ଚାୟତ ସରପଞ୍ଚ, ମୁକ୍ତାପୁର ଓ ନୂଆପଡା ବଜାରକୁ ଆଜିଠାରୁ(ସୋମବାର) 48 ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି । ରଜ ପାଇଁ ଏହି ଦୁଇ ବଜାରରେ ପ୍ରବଳ ଭିଡ଼ ଜମୁଥିଲା । ତେଣୁ କୋରୋନାକୁ ଦୃଷ୍ଟିରେ ରଖି ସରପଞ୍ଚ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ