ETV Bharat / briefs

ବାଲୁକା କଳାରେ 'ହେଲ୍ପ ଅସ୍‌' - fani

ଓଡିଶାକୁ ସାହାଯ୍ୟର ହାତ ବଢାଇବା ବାର୍ତ୍ତା ନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ତିଆରି କରିଛନ୍ତି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ପୁରୀ
author img

By

Published : May 6, 2019, 2:31 AM IST

ପୁରୀ: ପ୍ରଳୟଙ୍କରୀ ବାତ୍ୟା 'ଫନି' ଓଡିଶାର ପୁରୀ ସହରର ସ୍ଥଳଭାଗ ଠାରେ ଲ୍ଯାଣ୍ଡଫଲ୍‌ କରିଥିଲା । ଫଳରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଜଗନ୍ନାଥ ଧାମ । ପୁରୀର ସମସ୍ତ କଚ୍ଚା ଘର ଓ ରାସ୍ତା କଡର କ୍ଷୁଦ୍ର ବ୍ୟବସାୟୀ ଦୋକାନ ସମ୍ପୂର୍ଣ୍ଣ ଭାବେ ଉଜୁଡି ଯାଇଛି । ଏଥିସହ ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଗଂଜାମ, ଢେଙ୍କାନାଳ ଓ ମୟୂରଭଞ୍ଜକୁ ମିଶାଇ 11ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି ।

ତେବେ ପୁରୀରେ ସର୍ବାଧିକ 21 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି 160 ଜଣ ଲୋକ ବାତ୍ୟାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ରହିଛି।

ଏହି ପରିପ୍ରେକ୍ଷୀରେ ଓଡିଶାକୁ ସାହାଯ୍ୟର ହାତ ବଢାଇବା ବାର୍ତ୍ତା ନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ତିଆରି କରିଛନ୍ତି ।

ପୁରୀରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.