ETV Bharat / briefs

କୋମାରେ ପ୍ରଶାସନ: ସାହାରା ଖୋଜୁଛି ରାସ୍ତା, ଲୋକେ ଭୋଗୁଛନ୍ତି ଯନ୍ତ୍ରଣା - CMO ODISHA

ପ୍ରଶାସନ ଯେମିତେ କୋମାରେ । ରାସ୍ତାଟିଏ ଅପେକ୍ଷାରେ ଲୋକେ । ବର୍ଷା ଋତୁ ଆସିଲାଣି । ତେଣୁ ଏବେ କଣ ହେବ ଲୋକଙ୍କ ଅବସ୍ଥା । ସେହି ଚିନ୍ତାରେ ଅଞ୍ଚଳବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jun 29, 2019, 6:26 PM IST

କେନ୍ଦୁଝର: ଗାଁର ଉନ୍ନତି ପାଇଁ ସରକାର ବ୍ୟାପକ ଅର୍ଥ ବ୍ୟୟ ବରାଦ କରୁଛନ୍ତି । ମୌଳିକ ସୁବିଧା ପାଇଁ ଖର୍ଚ୍ଚ ହେଉଛି ପୁଳାପୁଳା ଟଙ୍କା । ହେଲେ ଗାଁର କେତେ ଉନ୍ନତି ହେଉଛି, ଆଉ ସରକାରୀ ବାବୁ ନିଜ ଦାୟିତ୍ବ କେତେ ସମ୍ପାଦନ କରୁଛନ୍ତି ତାହାର ଜ୍ବଳନ୍ତ ଉଦାହରଣ ହେଉଛି କେନ୍ଦୁଝର ବଣ ଜଙ୍ଗଲ ଘେରା କୁସୁମିତା-ଫୁଲଝର ରାସ୍ତା । ରାସ୍ତା ପାଇଁ ଟଙ୍କା ଆସିଲା । ଠିକାଦାରକୁ କାମ ନିର୍ଦ୍ଦେଶ ଦିଆଗଲା । ହେଲେ କାମ ଅଧାରେ ଛାଡି ଠିକାଦାର ଛୁ ମାରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ନିର୍ମାଣ ହେଉଥିବା ରାସ୍ତା ଏବେ ଯେମିତି ସାହାରା ଖୋଜୁଛି । ଆଉ ଲୋକେ ଭୋଗୁଛନ୍ତି ଯନ୍ତ୍ରଁଣା ପରେ ଯନ୍ତ୍ରଣା । ସ୍ଥାନୀୟ ପ୍ରଶାସନ ଯେମିତି ଏଠାରେ କୋମାରେ । ହେଲେ ପ୍ରଶ୍ନ ଉଠୁଛି ଆରମ୍ଭ ହୋଇଗଲାଣୀ ବର୍ଷା ଋତୁ । ଏହି ଅଧାପନ୍ତରିଆ ରାସ୍ତାରେ ଲୋକେ ଯିବେ କେମିତି ?

ଏହା ପ୍ରଶାସନର ମନମୁଖୀ କାର୍ଯ୍ୟର ଏକ ଜ୍ବଳନ୍ତ ଉଦାହରଣ । ଆପଣ ବି ଏ ଦୃଶ୍ୟ ଦେଖିଲେ ଏହାର ପ୍ରମାଣ ପାଇପାରିବେ । ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ । ରାସ୍ତା ପାର ହେବାକୁ ହେଲେ କେମିତି କାଦୁଅରେ ପସିବାକୁ ହୁଏ । ପଥର ଉପରେ କିପରି ବିପଜ୍ଜନକ ଭାବେ ଗାଡି ଚଲାଇବାକୁ ପଡୁଛି । ପଥର ଓ ଖାଲଖମାରେ ଭର୍ତ୍ତି ସଂକୀର୍ଣ୍ଣ ରାସ୍ତାରେ ଯାତାୟତ କରୁଛି ଗାଡିମୋଟର । ଅତି ବିପଦପୂର୍ଣ୍ଣ ହୋଇପଡିଛି କେନ୍ଦୁଝର ବଣ ଜଙ୍ଗଲ ଘେରା କୁସୁମିତା-ଫୁଲଝର ରାସ୍ତା ।

ଘଞ୍ଚ ଜଙ୍ଗଲ ଭିତରେ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା ରାସ୍ତା ନିର୍ମାଣ ନେଇ ଯୋଜନା ଆରମ୍ଭ କରିଥିଲା ପ୍ରଶାସନ । କିନ୍ତୁ ଏବେ ଠିକାଦାର ଅଧାପନ୍ତରିଆ କାମ କରି ଛୁ ହୋଇଛି । ଦୀର୍ଘ 6 ମାସ ଧରି ଏପରି ପଡିରହିଛି ଏହି ରାସ୍ତା କାମ । ନା ସ୍କୁଲ ଯାଇ ହେଉଛି ନା ମେଡିକାଲ । ଆଉ ଆଗକୁ ବର୍ଷା ଆସୁଥିବାବେଳେ କିଭଳି ଯାତାୟାତ କରିବେ ସେ ନେଇ ଲୋକଙ୍କୁ ଚିନ୍ତା ଘାରିଛି । ସେପଟେ ବିଭାଗୀୟ ଅଧିକାରୀ କହନ୍ତି ଖୁବଶୀଘ୍ର କାମ ଆରମ୍ଭ କରାଯିବ ।

ଶୁକ୍ରବାର ବଜେଟରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ହୋଇଛି ବ୍ୟୟବରାଦ । କିନ୍ତୁ ଏଠାକାର ଦୃଶ୍ୟ ଦେଖିଲେ ଲାଗୁଛି ଏହା ଆଗରେ ଫେଲ ମାରିଛି ସମସ୍ତ ଅଟକଳ । ଆଉ ଏଭଳି ବ୍ୟବସ୍ଥାରେ କେବେ ଆସିବ ସୁଧାର ତାକୁ ଅପେକ୍ଷା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଅଧାପନ୍ତରିଆ ରାସ୍ତା ପାଇଁ ଲୋକ ହନ୍ତସନ୍ତ Body:
ଆଙ୍କର- ସରକାର ଗାଁ କୁ ସହର ସହ ଯୋଡିବାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହା ସହ ରାଜ୍ୟସରକାର ମଧ୍ୟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମଧ୍ୟ ବନେଇଛନ୍ତି । ଏହି ସବୁ ଯୋଜନର ମୁଖ୍ୟ ଲକ୍ଷ ହେଉଛି ଲୋକଙ୍କ ଯାତାୟାତ ର ସୁବିଧା ସୁଯୋଗ ଯୋଗାଇ ଦେବା । ଏହାଦ୍ୱାରା ଗ୍ରାମ ଗୁଡିକର ଦ୍ରୁତ ବିକାଶ ହୋଇପାରିବ । କିନ୍ତୁ ପ୍ରଶାସନ ର ଅବହେଳା ଯୋଗୁଁ ଏଭଳି ଯୋଜନା ବହୁ ସମୟରେ ଫେଲ ମାରୁଛି । ଏଭଳି ଏକ ରାସ୍ତା କାର୍ଯ୍ୟ ହେଉଛି ବଣ ଜଙ୍ଗଲ ଘେରା କୁସୁମିତା ଠାରୁ ଫୁଲଝର ରାସ୍ତା । ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା ଉକ୍ତ ରାସ୍ତାଟି ଜଙ୍ଗଲ ମଧ୍ୟ ଦେଇ ପ୍ରାୟ ଏକ କିଲୋମିଟର ବନେଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି ରାସ୍ତା ର କିଛି ଭାଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏବେ ଠିକାଦାର ଅଧା କାର୍ଯ୍ୟ କରି ବନ୍ଦ କରି ଦେଇଛି । ଉକ୍ତ ରାସ୍ତା ଉପରେ ଆଖ ପାଖ ଅଂଚଳର ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ଲୋକ ଯାତାୟାତ କରନ୍ତି । ଠିକାଦାର କାର୍ଯ୍ୟ ବନ୍ଦ କରି ଦେବା ଯୋଗୁଁ ଏହି ଲୋକ ମାନେ ପ୍ରଭାବିତ ହେଉଛନ୍ତି । ସ୍କୁଲ କୁ ପିଲା ଯିବା ଠାରୁ ରୋଗୀ ମେଡ଼ିକାଲ ଯିବା ନେଇ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ଠିକାଦାର ପାହାଡ଼ି ରାସ୍ତା ହେଇଥିବାରୁ ବହୁ ପଥର ରାସ୍ତା ମଧ୍ୟରେ ପଡୁଛି । ଏଗୁଡ଼ିକୁ ଅଧା ଫଟାଇ ଛାଡିଥିବା ଅଭିଯୋଗ ହେଉଛି । ଏହି ରାସ୍ତା ନିକଟରେ କୌଣସି ଅନ୍ୟ ରାସ୍ତା ନଥିବାରୁ ଏହି ଅଧାଭଙ୍ଗା ରାସ୍ତା ଦେଇ ଲୋକେ ଯିବାଆସିବା କରୁଛନ୍ତି । ବର୍ଷା ହେଲେ ନକହିବା ଭଲ । ଅନ୍ୟ ରାସ୍ତା ଦେଇ ଗଲେ ଦଶ କିଲୋମିଟର ରୁ ଅଧିକ ରାସ୍ତା ପଡୁଛି । ସେଥିରେ ହାତୀ ଆକ୍ରମଣ ର ଭୟ ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ଚାନ୍ଦା ଆଦାୟ ର ଭୟ ମଧ୍ୟ ଘାରୁଛି । ବିଭାଗୀୟ ଅଧିକାରୀ ଙ୍କୁ ଜଣେଇଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ଏନେଇ ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ ସେ ରାସ୍ତା କୁ ବର୍ଷା ଦିନ ପୂର୍ବରୁ ସାରିବା ପାଇଁ ଯୋଜନା କରିଥିବା ବେଳେ ଯେତେଶିଘ୍ର ପୂର୍ଣ କରିବେ ବୋଲି ପ୍ରକାଶ କରିଛନ୍ତି ।

ବାଇଟ-୧-ନିରଞ୍ଜନ ଟୁଡୁ( ସ୍ଥାନୀୟ ବାସିନ୍ଦା)
ବାଇଟ-୨-ସୁଜାତା ସେଠୀ( ଯାତ୍ରୀ)
ବାଇଟ-୩-ଗୁରଦେଵ ସାହୁ( ରାସ୍ତା ଦେଇ ଯାଉଥିବା ଶିକ୍ଷକ)
ବାଇଟ-୪- ସତ୍ୟଜିତ ଚକ୍ରବର୍ତ୍ତୀ( ଅଧିକ୍ଷଣ ଯନ୍ତ୍ରୀ,ଗ୍ରାମ୍ୟ ନିର୍ମାଣ ବିଭାଗ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.