ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ସରଗରମ ରହିଛି ରାଜନୈତିକ ମାହୋଲ। ସେହିପରି ବିଜୟ ହାସଲ କରିବାକୁ ନେତାଙ୍କ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି। ଚଳିତ ନିର୍ବାଚନରେ କେରଳ ୱାୟନାଡର ଲୋକସଭା ଆସନରୁ ମୈଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏନେଇ ମଙ୍ଗଳବାର ରାହୁଲ କେରଳର କଲ୍ଲୋମରେ ନିର୍ବାଚନୀ ସଭା ସମ୍ବୋଧିତ କରିଛନ୍ତି ।
-
WATCH: Congress President @RahulGandhi addresses public meeting in Pathanapuram, Kerala. #VaravayiRahulGandhi https://t.co/W11P1jhhcE
— Congress (@INCIndia) April 16, 2019 " class="align-text-top noRightClick twitterSection" data="
">WATCH: Congress President @RahulGandhi addresses public meeting in Pathanapuram, Kerala. #VaravayiRahulGandhi https://t.co/W11P1jhhcE
— Congress (@INCIndia) April 16, 2019WATCH: Congress President @RahulGandhi addresses public meeting in Pathanapuram, Kerala. #VaravayiRahulGandhi https://t.co/W11P1jhhcE
— Congress (@INCIndia) April 16, 2019
ଆୟୋଜିତ ସଭାରେ ମୋଦିଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ, ବିଜେପି ଏବଂ ଆରଏଏସର ବିଚାରଧାରା ଦେଶକୁ ବିପଦରେ ପକାଉଛି । କିନ୍ତୁ ଆମେ ସର୍ବଦା ଦେଶରେ କେବଳ ଜନତାଙ୍କ ରାଜ ଚାହୁଁଛୁ । ସେଥିପାଇଁ କଂଗ୍ରେସ ଚାହୁଛି ଦେଶର ପ୍ରତ୍ୟେକ ନାଗରିକଙ୍କ ସ୍ବରକୁ ଶୁଣାଯିବା ଦରକାର ଏବଂ କଂଗ୍ରେସ ସରକାରକୁ ଆସିଲେ ଜନତାଙ୍କ ମତ ଅନୁସାରେ ଦେଶ ପରିଚାଳିତ ହେବ । କିନ୍ତୁ ବର୍ତ୍ତମାନର ବିଜେପି ଏବଂ ଆରଏସଏସ ନିଜ ସ୍ବାର୍ଥ ଅନୁସାରେ ଦେଶକୁ ପରିଚାଳନା କରିବାକୁ ଚାହୁଁଛନ୍ତି ।
ମୋଦି ଦେଶରୁ କଂଗ୍ରେସର ବିଚାରଧାରା ଶେଷ କରିବାକୁ ଚାହୁଁଛନ୍ତି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ବିନା ଗାଳିଗୁଲଜରେ ଚଳିତ ନିର୍ବାଚନରେ ସେ ମୋଦିଙ୍କୁ ହରାଇବେ। ସମ୍ମାନ ସହକାରେ ତାଙ୍କୁ ଭୂଲ ପ୍ରମାଣିତ କରିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ 23 ତାରିଖରେ କେରଳରେ ନିର୍ବାଚନୀ ମତଦାନ ହେବ। ଏଠାରେ ଥିବା ସର୍ବମୋଟ 20ଟି ଆସନ ପାଇଁ ଏକାସହ ମତଦାନ ହେବ । ରାହୁଲ ଗାନ୍ଧୀ ଅଧିକାଂଶ ସମୟ ଆମେଠୀରୁ ନିର୍ବାଚନ ଲଢୁଥିବା ବେଳେ ଚଳିତ ନିର୍ବାଚନରେ ଆମେଥି ଏବଂ କେରଳର ୱାୟନାଡ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।