ETV Bharat / briefs

ଖୁବଶୀଘ୍ର ଚାଷୀଙ୍କୁ ମିଳିବ ଫନି କ୍ଷତିପୂରଣ: କୃଷି ସଚିବ - LOAN

ଫନି ପ୍ରଭାବିତ ଚାଷୀଙ୍କୁ ଖୁବ୍ ଶିଘ୍ର ମିଳିବ କ୍ଷତିପୂରଣ । ଏନେଇ ଘୋଷଣା କଲେ କୃଷି ସଚିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 7, 2019, 5:47 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ‘ଫନି’ ରେ ଅଧା ଓଡିଶାର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଫନିରୁ ବର୍ତ୍ତି ପାରି ନାହିଁ ରାଜ୍ଯର ଚାଷ ଓ ଚାଷୀ । ଫନି ଫଣାରେ ରାଜ୍ୟର ରବି ଫସଲ ଯଥା ପନିପରିବା, ଫଳ, ଧାନ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ପାନ, ମାଛ, କଦଳୀ ସହ ଅନ୍ଯାନ୍ଯ ଅର୍ଥକାରୀ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ଯାହା ଏବେ ରାଜ୍ୟର ଚାଷୀକୂଳକୁ ପୁରା ବେସହାରା କରିପକାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେଣୁ ପୁଣି ଥରେ ଚାଷ ଓ ଚାଷୀଙ୍କ ଅଣ୍ଟା ସିଧା କରିବା ପାଇଁ ରାଜ୍ୟ ସରକାର ଅଣ୍ଚା ଭିଡିଛନ୍ତି । ଆଜି ରାଜ୍ୟ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ରାଜ୍ୟର ଫନି ପ୍ରଭାବିତ ସବୁ ଚାଷୀଙ୍କୁ ମିଳିବ କ୍ଷତିପୂରଣ । ଦିନେ ଦୁଇଦିନ ମଧ୍ୟରେ ଆସିବ କ୍ଷୟକ୍ଷତି ରିପୋର୍ଟ। ସବୁ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ରିଲିଫ କୋଡ଼ ଅନୁସାରେ ସମସ୍ତଙ୍କୁ ସହାୟତ ଦିଆଯିବ ।

ସେହିପରି ଚାଷୀଙ୍କୁ ସରଳ ଭବେ କିପରି ଫସଲ ଋଣ ମିଳିବ ସେନେଇ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି ବୋଲି କହିଛନ୍ତି କୃଷି ସଚିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

dffd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.